ETV Bharat / bharat

ଅସମ୍ଭାଳ ମହାରାଷ୍ଟ୍ର: 24 ଘଣ୍ଟାରେ 1233 ପଜିଟିଭ

author img

By

Published : May 6, 2020, 11:18 PM IST

ବୁଧବାର ମହାରାଷ୍ଟ୍ରରେ 1233 ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 758ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଅସମ୍ଭାଳ ମହାରାଷ୍ଟ୍ର: 24 ଘଣ୍ଟାରେ 1233 ପଜିଟିଭ
ଅସମ୍ଭାଳ ମହାରାଷ୍ଟ୍ର: 24 ଘଣ୍ଟାରେ 1233 ପଜିଟିଭ

ମୁମ୍ବାଇ: ମହାରାଷ୍ଟ୍ରରେ କୋରୋନା ସ୍ଥିତି ଦିନକୁ ଦିନ ଭୟଙ୍କର ପାଲଟୁଛି । ପ୍ରତିଦିନ 500 ଉପରେ ମାମଲା ବାହାରୁଛି । ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ମୁମ୍ବାଇ । ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର କଲାଣି ।

ବୁଧବାର ମହାରାଷ୍ଟ୍ରରେ 1233 ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 16 ହଜାର 758ରେ ପହଞ୍ଚିଛି । ସେହିପରି 24 ଘଣ୍ଟାରେ 34 ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 651 ଛୁଇଁଛି ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ଦେଶର ପ୍ରଥମ ସହର ଭାବେ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର କରିଛି । ବୁଧବାର 769ଟି ନୂଆ ମାମଲା ସହ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 527 ପହଞ୍ଚିଛି । ସେହିପରି 25 ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 412 ରହିଛି । ଏବେ ସୁଦ୍ଧା 2287 ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି ବୋଲି ବ୍ରିହନ ମୁମ୍ବାଇ ପୌର ପରିଷଦ ସୂଚନା ଦେଇଛି ।

ଏସିଆର ସବୁଠାରୁ ବଡ ବସ୍ତି ଧାରାବିରେ କୋରୋନା ସଙ୍କଟ ବଢିବାରେ ଲାଗିଛି । 24 ଘଣ୍ଟାରେ 68ଟି ପଜିଟିଭ ସହ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ସୁଦ୍ଧା 733 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି 21ଟି ମୃତ୍ୟୁ ସ୍ପଷ୍ଟ ହୋଇଛି ବୋଲି ସୂଚନା ରହିଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.