ETV Bharat / bharat

ଜାଣନ୍ତୁ ସ୍ବାଧିନତା ପୂର୍ବରୁ ସ୍ବାଧିନ ସରକାର ଗଠନକାରୀ ନେତାଜୀଙ୍କ ବିଷୟରେ... - Subhash chandra bose 123 birth anniversary

ଗାନ୍ଧୀଜୀଙ୍କୁ ଜାତୀୟ ପିତା ବୋଲି କୁହାଯାଏ । କ'ଣ ଆପଣ ଜାଣନ୍ତି କି ତାଙ୍କୁ ପ୍ରଥମେ ଏହି ନାମ କିଏ ଦେଇଥିଲା । ଆଜି ଆସନ୍ତୁ ଜାଣିବା କିଛି ଅଜଣା କଥା ତାଙ୍କ ବିଷୟରେ...

123 birth anniversary of Netaji Subhash chandra bose
ଫାଇଲ ଫଟୋ
author img

By

Published : Jan 23, 2020, 5:04 AM IST

ହାଇଦ୍ରାବାଦ: ‘ମୋତେ ରକ୍ତ ଦିଅ, ମୁଁ ତମକୁ ସ୍ବାଧିନତା ଦେବି’ ଆହ୍ବାନରେ ମରିବାକୁ ବି ପ୍ରସ୍ତୁତ ହୋଇଯାଉଥିଲା ହଜାର ହଜାର ଆଜାଦ ହିନ୍ଦ ଫୌଜ ସୈନ୍ୟ । ସେ କିଏ ? କାହାର ଥିଲା ଏ ଆହ୍ବାନ? 1897 ମସିହା ଜାନୁଆରୀ 23 ଓଡିଶାର କଟକ ଜିଲ୍ଲାର ଓଡିଆ ବଜାରରେ ଜନ୍ମଗ୍ରହଣ କରିଥିଲେ ସେ । ଓକିଲ ରାୟବାହାଦୁର ଜାନକୀନାଥ ବୋଷ ଓ ପ୍ରଭାବତୀ ଦେବୀଙ୍କ ଔରସରୁ ଜନ୍ମ ନେଇଥିଲେ ଓଡିଆ ମାଟିର ସୁଯୋଗ୍ୟ ସନ୍ତାନ ସୁଭାଷ ଚନ୍ଦ୍ର ବୋଷ ଓରଫ ନେତାଜୀ ।

14 ଭାଇ ଭଉଣୀଙ୍କ ମଧ୍ୟରୁ ସେ ଥିଲେ ନବମ । ଅନ୍ୟ ଭାଇ ଭଉଣୀଙ୍କ ପରି ସେ ମଧ୍ୟ ବାପଟିଷ୍ଟ ମିଶନ ଦ୍ବାରା ପରିଚାଳିତ ପ୍ରୋଟେଷ୍ଟାଣ୍ଟ ୟୁରୋପିଆନ ସ୍କୁଲରେ ପାଠ ପଢିବା ପରେ ରେଭେନ୍ସା କଲେଜିଏଟ ସ୍କୁଲକୁ ସ୍ଥାନାନ୍ତର ହୋଇଥିଲେ । 1913ରେ ମ୍ୟାଟ୍ରିକ ପରୀକ୍ଷାରେ ସେ ଦ୍ବିତୀୟ ସ୍ଥାନ ଅଧିକାର କରିଥିଲେ । ପରେ ମାଧ୍ୟମିକ ଶିକ୍ଷା ସମାପ୍ତ କରି କଲିକତାରେ ପ୍ରେସିଡେନ୍ସି କଲେଜରେ ଦର୍ଶନଶାସ୍ତ୍ର ପଢିବାକୁ ଯାଇଥିଲେ । ମାତ୍ର ସେଠି ଅଧ୍ୟାପକ ଓଟେନଙ୍କ ଭାରତ ବିରୋଧି ମନ୍ତବ୍ୟରେ କ୍ଷୁବ୍ଧ ହୋଇ ସେ କଲେଜ ଛାଡିଥିଲେ । ପିତାଙ୍କ ଇଚ୍ଛାକୁ ସମ୍ମାନ ଦେଇ 1920ରେ ଆଇସିଏସ ଅର୍ଥାତ ଆଇଏଏସ ପରୀକ୍ଷାରେ ଚତୁର୍ଥ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିଲେ । ଆଇଏଏସର ତାଲିମ ନେବା ସମୟରେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଘଟିଥିଲା । ତେଣୁ ସେ ଅଧାରୁ ତାଲିମ ଛାଡି ଭାରତ ଫେରି ଆସିଥିଲେ ।

ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ସୁଭାଷ ଅସହଯୋଗ ଆନ୍ଦୋଳନରେ ଅଧିକ ପ୍ରଭାବିତ ହୋଇଥିଲେ । ଆଇଏଏସରୁ ଇସ୍ତଫା ଦେବା ପରେ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସି ସେ ସ୍ବରାଜ ଓ ଫରୱାର୍ଡ ପତ୍ରିକାର ସମ୍ପାଦନ କରିଥିଲେ । 1923ରେ କଂଗ୍ରେସ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ ସେ । ତେବେ ଏ ସବୁ ବିଷୟରେ ପ୍ରାୟତଃ ସମସ୍ତେ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ତାଙ୍କ ସହ ଜଡିତ କିଛି ଅଜଣା ତଥ୍ୟ :

1. 1925ରେ ରାଷ୍ଟ୍ରବାଦୀଙ୍କୁ ଦମନ କରାଯାଉଥିଲା । ସୁଭାଷଙ୍କୁ ସେତେବେଳେ ବର୍ମାର ମାଣ୍ଡଲେରେ ନିର୍ବାସିତ କରାଗଲା । ମାଣ୍ଡଲେରେ ଜେଲ ସେତେବେଳେ ରୋଗର ଗନ୍ତାଘର ଭଳି ଥିଲା । କିନ୍ତୁ ଯେବେ ସୁଭାଷ ନିଜ ଘର ଲୋକଙ୍କୁ ଚିଠି ଲେଖୁଥିଲେ ସେତେବେଳେ କରୁଥିଲେ ସ୍ବର୍ଗର ବର୍ଣ୍ଣନା । ସେ ସମୟରେ ତାଙ୍କୁ ଟିବି ହୋଇଥିବା ବେଳେ ଘର ଲୋକଙ୍କୁ ହୋଟେଲରେ ଥିବା ଜଣାଇଥିଲେ । ଖାଦ୍ୟପେୟର ବର୍ଣ୍ଣନା କୌଣସି ଛପନଭୋଗରୁ କମ ନଥିଲା । ତେବେ ଏପରି ସ୍ଥିତିରେ ନିଜକୁ ଦୃଢ କରିବା ପାଇଁ ସର୍ବଦା ନିଜ ମନରେ ସକାରାତ୍ମକ ଭାବନା ରଖିବା ଜରୁରୀ ନହେଲେ ସ୍ବାଧୀନତା ଯୁଦ୍ଧରେ ଲଢିବା ସହଜ ହେବ ନାହିଁ ବୋଲି ସ୍ଥିର କରିଥିଲେ ସୁଭାଷ ।

2. ଆପଣ ଜାଣନ୍ତି କି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ସୁଭାଷ ଚନ୍ଦ୍ର ବୋଷଙ୍କ ଉପରେ କେସ୍ କରିଥିଲେ ଓ ଜିତି ବି ଥିଲେ । ବୋଷ ମାଣ୍ଡଲେ ଜେଲରୁ ବାହାରିବା ପରେ ଭାରତ ଆସି କଂଗ୍ରେସର ମହାସଚିବ ହୋଇଥିଲେ । କଂଗ୍ରେସ ଭଲ୍ୟୁଣ୍ଟର କପ୍ ସ୍ବୟଂସେବକର ଭାର ମଧ୍ୟ ସମ୍ଭାଳିଥିଲେ ଓ 1930 କୋଲକାତାର ମେୟର ମଧ୍ୟ ଥିଲେ । ଏହାପରେ ଅବଜ୍ଞା ଆନ୍ଦୋଳନରେ ଗିରଫ ହେଲେ । ସ୍ବାସ୍ଥ୍ୟ ଖରାପ ହେବା କାରଣରୁ ତାଙ୍କୁ ଅଷ୍ଟ୍ରିଆ ପଠାଇ ଦିଆଗଲା । ସେଠାରେ ସେ ବିଠଲ୍ ଭାଇ ପଟେଲଙ୍କୁ ସାକ୍ଷାତ କରିଥିଲେ । ବିଠଲ୍ ପଟେଲ, ସର୍ଦ୍ଦାର ପଟେଲଙ୍କ ବଡ ଭାଇ ଥିଲେ । ବିଠଲ୍ ସେତେବେଳେ ଅସୁସ୍ଥ ଥିଲେ । ଏନେଇ ବୋଷ ତାଙ୍କର ଖୁବ ସେବା ଶୁଶ୍ରୂଷା କରିଥିଲେ । ଏଥିରେ ଖୁସି ହୋଇ ବିଠଲ୍ ପଟେଲ ତାଙ୍କର ଏକ ଭାଗ ସମ୍ପତ୍ତି ଦେଶ ହିତ ଉଦ୍ଦେଶ୍ୟରେ ସର୍ଦ୍ଦାରଙ୍କୁ ପ୍ରଦାନ କରିଥିଲେ । ଏନେଇ ସର୍ଦ୍ଦାର ପଟେଲ ସୁଭାଷଙ୍କ ଉପରେ କେସ୍ କରିଥିଲେ ଓ ଜିତି ବି ଥିଲେ ।

3. ବର୍ତ୍ତମାନ ସୁଭାଷ ଚନ୍ଦ୍ର ବୋଷଙ୍କ ବିବାହକୁ ନେଇ କିଛି ରୋଚକ କଥା ଜାଣନ୍ତୁ । ଯେତେବେଳେ ସେ ଅଷ୍ଟ୍ରିଆରେ ଥିଲେ, ସେତେବେଳେ ତାଙ୍କ ସାକ୍ଷାତ ଏମିଲି ସେହେଙ୍କଲଙ୍କ ସହ ହୋଇଥିଲା । ସେଠାରେ ସୁଭାଷ ଏମିଲିଙ୍କୁ ନିଜ ବହି ‘ଦି ଇଣ୍ଡିଆନ ଷ୍ଟ୍ରଗଲ୍’କୁ ଏଡିଟ୍ କରିବାକୁ ଦେଇଥିଲେ । ବହିଟି କିନ୍ତୁ ପ୍ରକାଶିତ ହୋଇ ପାରିନଥିଲା । କାରଣ ବ୍ରିଟିଶ ଏହାକୁ ବ୍ୟାନ କରି ଦେଇଥିଲେ । କିନ୍ତୁ ବହି ଏଡିଟ୍ କରିଥିବା ଏମିଲିଙ୍କୁ 1937ରେ ନିଜ ହୃଦୟ ଦେଇ ବସିଥିଲେ ସୁଭାଷ ଓ ଶେଷରେ ହିନ୍ଦୁ ରୀତିନୀତିରେ ଏମିଲିଙ୍କୁ ବିବାହ କରିଥିଲେ । ଏହାପରେ 1942ରେ ଏକ କନ୍ୟା ସନ୍ତାନର ଜନକ ହୋଇଥିଲେ ସୁଭାଷ ।

4. ବୋଷଙ୍କ ବେଶ ବଦଳାଇବା ବିଷୟଟି ସର୍ବଦା ରୋଚକପୂର୍ଣ୍ଣ ରହିଥିଲା । ସୁଭାଷଙ୍କୁ ନେଇ ଅନେକ ଫିଲ୍ମ ଯଥା ‘ବୋଷ-ଦି ଫରଗଟନ୍ ହିରୋ’ ବା ‘ବୋଷ-ଡେଡ୍ ଅର୍ ଅଲାଇଭ୍’ ଭଳି ଅନେକ ଫିଲ୍ମ ଓ ୱେବସିରିଜରେ ବୋଷଙ୍କ କାହାଣୀ ଦେଖିବାକୁ ମିଳିଛି । 1942 ଭାରତଛାଡ ଆନ୍ଦୋଳନର କର ବା ମର ନାରା ଦେଶସାରା ଚାଲିଥିଲା । ସେହି ସମୟରେ ସୁଭାଷ ହିଟଲରଙ୍କୁ ସାକ୍ଷାତ କରିବା ପାଇଁ ଜାପାନର ଯୁଦ୍ଧ ବନ୍ଦର ପାର କରି ସୁମାତ୍ରା ପହଞ୍ଚିଥିଲେ । ସେଠାରେ ସେ ଆଜାଦହିନ୍ଦ ଫୌଜର ଦାୟିତ୍ବ ନେଲେ । ଜାପାନ, ଆଣ୍ଡାମାନ ନିକୋବର ଦ୍ବୀପକୁ ସୁଭାଷଙ୍କୁ ପ୍ରଦାନ କରିଥିଲା । ସେତେବେଳେ ଏହି ଦୁଇ ଦ୍ବୀପର ନାମ ଶହିଦ୍ ଓ ସ୍ବରାଜ ଥିଲା । ଏଠାରେ ହିଁ 1943ରେ ଅସ୍ଥାୟ ସରକାର ଗଠନ କରିଥିଲେ ବୋଷ । ସେ ସେନା ଓ ବିଦେଶୀ ବିଭାଗକୁ ସମ୍ଭାଳୁଥିଲେ । ଏହାପରେ ଆଜାଦ ହିନ୍ଦ ଫୌଜର ମୁଖ୍ୟାଳୟ ରଙ୍ଗୁଣଠାରେ ଗଠନ କରାଗଲା । ରଙ୍ଗୁଣଠାରୁ ହିଁ ଆଜଦ ହିନ୍ଦ ଫୌଜର ରେଡିଓରୁ ‘ଦିଲ୍ଲୀ ଚଲୋ’ ନାରା ଦିଆଯାଇଥିଲା । 1857ରେ ମଧ୍ୟ ଦିଲ୍ଲୀ ଚଲୋ ନାରା ଶୁଣାଯାଇଥିଲା । ରେଡିଓ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିବା ସମୟରେ ଗାନ୍ଧୀଜୀଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ ସେ । ସୁଭାଷ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଗାନ୍ଧୀଜୀଙ୍କୁ ‘ରାଷ୍ଟ୍ରପିତା’ ଭାବେ ସମ୍ବୋଧିତ କରିଥିଲେ ।

ଏପରି ଅନେକ ଅଧ୍ୟାୟ ସୁଭାଷଙ୍କ ନାମରେ ଜଡିତ । ଏପରିକି ତାଙ୍କ ମୃତ୍ୟୁର ସତ୍ୟାସତ୍ୟ ଏବେ ବି ରହସ୍ୟ ଘେରରେ । ଶାହନୱାଜ କମିଟି, ଖୋସଲା କମିସନ, ମୂଖାର୍ଜୀ କମିସନ ପରି ଅନେକ କମିସନ ଅଫ୍ ଇନକ୍ବାରି ବସିଥିଲେ ମଧ୍ୟ ତାଙ୍କର ମୃତ୍ୟୁର କାରଣ ଓ ସମୟ ଏବେବି ସଠିକ୍ ଭାବେ ନିରୂପଣ ହୋଇପାରିନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.