ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ଏଲଜି ପଲିମର୍ସ ଗ୍ୟାସ ଲିକେଜ ଘଟଣାରେ 12 ଜଣଙ୍କୁ ଗରିଫ କରିଛି ରାଜ୍ୟ ପୋଲିସ । ଗିରଫଙ୍କ ମଧ୍ୟରେ ଏଲଜି ପଲିମର୍ସର ସିଇଓଙ୍କ ସମେତ ଦୁଇ ନିର୍ଦ୍ଦେଶକ ମଧ୍ୟ ରହିଛନ୍ତି ।
ଗ୍ୟାସ ଲିକ ଘଟଣା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଉପରେ ତଦନ୍ତ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା । ତେବେ ଏହି କମିଟି ଗତକାଲି ରିପୋର୍ଟ ଦେବା ପରେ 12 ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।
ସୂଚନା ଥାଉକି, ମେ 7 ତାରିଖରେ ବିଶାଖାପାଟଣାସ୍ଥିତ ଏଲଜି ପଲିମର୍ସରେ ଗ୍ୟାସ ଲିକେଜ ହୋଇଥିଲା । ଯେଉଁଥିରେ 12 ଜଣଙ୍କ ଜୀବନ ଯାଇଥିବାବେଳେ ଅନେକ ଅସୁସ୍ଥ ହୋଇଥିଲେ ।