ରାୟପୁର: ମାଓ ଦମନ କ୍ଷେତ୍ରରେ ଛତିଶଗଡ ପୋଲିସକୁ ବଡ ସଫଳତା । ରବିବାର ଦାନ୍ତେଓ୍ବାଡାରେ ପୋଲିସ ଆଗରେ ଆତ୍ମ ସମର୍ପଣ କରିଛନ୍ତି 11 ମାଓବାଦୀ । ତେବେ ଏମାନଙ୍କ ମଧ୍ୟରୁ ମାଓବାଦୀଙ୍କ ମୁଣ୍ଡ ଉପରେ 6 ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।
ଏହି ମାଓ କ୍ୟାଡର ରବିବାର ପୋଲିସ ଏବଂ ସିଆରପିଏଫ ଅଧିକାରୀଙ୍କ ସାମ୍ନାରେ ଆତ୍ମସମର୍ପଣ କରିଛନ୍ତି । ତେବେ ମାଓ କାର୍ଯ୍ୟକଳାପରୁ ନିବୃତ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଏହି ପଦକ୍ଷେପ ନେଇଥିବା ସୂଚନା ଦେଇଛନ୍ତି ଦାନ୍ତେଓ୍ବାଡା ଏସପି ଅଭିଷେକ । ତେବେ ଏହି ସମୟରେ ଦାନ୍ତେଓ୍ବାଡା ବିଧାୟକ ଦେବତି କର୍ମା ଉପସ୍ଥିତ ଥିଲେ ।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ଜଣଙ୍କର ଅକ୍ଟୋବର 2018 ନିଲାୱାୟା ଆକ୍ରମଣରେ ସମ୍ପୃକ୍ତି ରହିଥିଲା । ଏହି ଘଟଣାରେ ଦାନ୍ତେୱାଡାରେ ତିନି ଜଣ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ଜଣେ ଦୁରଦର୍ଶନର କ୍ୟାମେରାମ୍ୟାନଙ୍କର ମୃତ୍ୟୁ ହୋଇଥିଲା ।