ବେଙ୍ଗାଲୁରୁ: କୋରୋନାକୁ ହରାଇଲେ ପୁଣି ଏକ ଶତାୟୁ । ମହାମାରୀ କୋରୋନା ଲଢେଇରେ ଜିତିଲେ 110 ବର୍ଷୀୟ ବୃଦ୍ଧା । ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି । କର୍ଣ୍ଣାଟକର ଚିତ୍ରଦୁର୍ଗ ଜିଲ୍ଲାର ଜଣେ ଶତାୟୁ ବୃଦ୍ଧି କୋରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଚିତ୍ରଦୁର୍ଗର କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଚିତ୍ରାଦୁର୍ଗର ଜିଲ୍ଲା ସର୍ଜନ ଡ .ବାସଭାରାଜଙ୍କ ଅନୁଯାୟୀ, ମହିଳା ଜଣକ ଜୁଲାଇ 27 ରେ କୋରୋନା ପଜିଟିଭ୍ ଥିବା ଜଣାପଡିଥିଲେ ।
ସୁସ୍ଥ ହେବା ପରେ ବୃଦ୍ଧା ଜଣକ ଶାଢୀ ପିନ୍ଧି ହସ୍ପିଟାଲ ବାହାରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲେ ।
କର୍ଣ୍ଣାଟକରେ ଶନିବାର ଗୋଟିଏ ଦିନରେ 5 ହଜାର 172 ନୂତନ ମାମଲା ଚିହ୍ନଟ ହୋଇଛି । କୋରୋନାରେ 98 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ମୋଟ ସକ୍ରିୟ ମମାଲା 73 ହଜାର 219 ରହିବା ସହ 53 ହଜାର 648 ଜଣ ସୁସ୍ଥ ହୋଇଛନ୍ତି । କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା 2 ହଜାର 412 ରେ ପହଞ୍ଚିଛି ।
@ANI