ETV Bharat / bharat

ଦିଲ୍ଲୀ କ୍ୟାନସର ଇନଷ୍ଟିଚ୍ୟୁଟରେ ବଢିଲେ କୋରୋନା ଆକ୍ରାନ୍ତ - ଦିଲ୍ଲୀ ଡାକ୍ତର

ସୋମବାର ଆସିଥିବା ରିପୋର୍ଟ ଅନୁସାରେ ଡାକ୍ତରଙ୍କ ନମୁନା ପଜିଟିଭ ବାହାରିଛି । ଫଳରେ ଏହି ସଂଖ୍ୟା 2କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ...

ଦିଲ୍ଲୀ କ୍ୟାନସର ଇନଷ୍ଟିଚ୍ୟୁଟରେ ବଢିଲେ କୋରୋନା ଆକ୍ରାନ୍ତ

author img

By

Published : Apr 7, 2020, 12:40 AM IST

ନୂଆଦିଲ୍ଲୀ: ରାଜଧାନୀରେ ବଢିବାରେ ଲାଗିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଲୋକଙ୍କ ସହ ଡାକ୍ତର ମଧ୍ୟ ଏହି ମହାମାରୀର ଶିକାର ହୋଇଛନ୍ତି । ଦିଲ୍ଲୀ ଷ୍ଟେଟ କ୍ୟାନସର ଇନଷ୍ଟିଚ୍ୟୁଟରେ ଆଉ ଜଣେ ଡାକ୍ତର କୋରୋନା ଆକ୍ରାନ୍ତ ଥିବା ସ୍ପଷ୍ଟ ହୋଇଛି ।

ସୋମବାର ଆସିଥିବା ରିପୋର୍ଟ ଅନୁସାରେ ଡାକ୍ତରଙ୍କ ନମୁନା ପଜିଟିଭ ବାହାରିଛି । ଫଳରେ ଏହି ସଂଖ୍ୟା 2କୁ ବୃଦ୍ଧି ପାଇଛି । ପୂର୍ବରୁ ଜଣେ ଡାକ୍ତରଙ୍କୁ କୋରୋନା ହୋଇଥିଲା । ଏହାସହ ଆହୁରି 11 ଜଣ ନର୍ସଙ୍କ ନମୁନା ମଧ୍ୟ ପଜିଟିଭ ଆସିଛି ।

ପୂର୍ବରୁ 5 ଜଣ ନର୍ସ କୋରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏବେ ସୁଦ୍ଧା କ୍ୟାନସର ଇନଷ୍ଟିଚ୍ୟୁଟର 16 ନର୍ସ କୋରୋନା ଆକ୍ରାନ୍ତ ହୋଇଛନ୍ତି । ସମସ୍ତ ଆକ୍ରାନ୍ତ ଡାକ୍ତର ଓ ନର୍ସଙ୍କୁ କ୍ବାରେଣ୍ଟାଇନରେ ରଖି ଚିକିତ୍ସା କରାଯାଉଛି । ଏଠାରେ ଚିକିତ୍ସିତ ରୋଗୀଙ୍କୁ ଅନ୍ୟ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କ ସ୍ବତନ୍ତ୍ର ଧ୍ୟାନ ରଖାଯାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.