ETV Bharat / bharat

24 ଘଣ୍ଟାରେ ଦେଶରେ 108121 କୋରୋନା ପରୀକ୍ଷା କରାଯାଇଛି: ICMR - ଆଇସିଏମଆର

24 ଘଣ୍ଟାରେ ଦେଶରେ 108121 କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ବୁଧବାର ସୂଚନା ଦେଇଛନ୍ତି ।

_icmr
24 ଘଣ୍ଟାରେ ଦେଶରେ 108121 କୋରୋନା ପରୀକ୍ଷା କରାଯାଇଛି
author img

By

Published : May 20, 2020, 3:22 PM IST

ନୂଆଦିଲ୍ଲୀ: ସମଗ୍ର ଦେଶରେ କାୟା ବିସ୍ତାର କରିଛି କୋରୋନା ଭାଇରସ । ଏହି ଭାଇରସକୁ ଦୃଷ୍ଟିରେ ରଖି ଦେଶରେ ମେ 31 ଯାଏଁ ଲକଡାଉନ ଲାଗୁ ହୋଇଛି । ମାତ୍ର ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ କ୍ରମାଗତ ବୃଦ୍ଧି ପାଉଛି । ତେବେ 24 ଘଣ୍ଟାରେ ଦେଶରେ 108121 କୋରୋନା ପରୀକ୍ଷା କରାଯାଇଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ବୁଧବାର ସୂଚନା ଦେଇଛନ୍ତି ।

ଏହାକୁ ମିଶାଇ ବୁଧବାର ସକାଳ 9ଟା ସୁଦ୍ଧା ଦେଶରେ ମୋଟ 2512388 ଲୋକଙ୍କର କୋରୋନା ପରୀକ୍ଷା କରାଯାଇଥିବା ଆଇସିଏମଆର କହିଛି । ଏହାପୂର୍ବରୁ ଆଇସିଏମଆର ଟ୍ରୁନାଟ ପାଇଁ ରିଭାଇଜ୍ଡ ଗାଇଡଲାଇନ ଜାରି କରିଥିଲେ ।

ପ୍ରକାଶ ଥାଉକି, 24 ଘଣ୍ଟାରେ 500 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 10054ରେ ପହଞ୍ଚିଛି । ଏହାଛଡା ବର୍ତ୍ତମାନ ଦିଲ୍ଲୀରେ 168 ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.