ଜୟପୁର: ରାଜସ୍ଥାନରେ କୋରୋନା ମାମଲା ଦିନକୁ ଦିନ ଖରାପ ହେବାରେ ଲାଗିଛି । ପ୍ରତିଦିନ ଅନେକ ନୂଆ ମାମଲା ସାମନାକୁ ଆସୁଛି । ଗତ 24 ଘଣ୍ଟାରେ ରାଜ୍ୟର ପରିସ୍ଥିତି ଅତ୍ୟନ୍ତ ସଙ୍ଗୀନ ହୋଇଛି ।
ରାଜସ୍ଥାନରେ ମଙ୍ଗଳବାର 108 ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଫଳରେ ମହାରାଷ୍ଟ୍ର, ଦିଲ୍ଲୀ, ତାମିଲନାଡୁ ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା 1000 ପାର କରିଛି । ଏବେ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1005 ଛୁଇଁଛି ।
ତେବେ ସମସ୍ତ ସହର ମଧ୍ୟରେ ଜୟପୁର ଅଧିକ ପ୍ରଭାବିତ ହୋଇଛି । ଗୋଟିଏ ଦିନରେ ଏଠାରେ 83ଟି ପଜିଟିଭ କେସ ବାହାରିଛି । ଏହାସହ ଯୋଧପୁରରେ ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।
ସୌଜନ୍ୟ@ANI