ETV Bharat / bharat

ମୁମ୍ବାଇରେ 2000 ପାର କୋରୋନା ଆକ୍ରାନ୍ତ - Mumbai news

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୁମ୍ବାଇ । ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2000 ପାର କରିଛି । ଅଧିକ ପଢନ୍ତୁ...

ମୁମ୍ବାଇରେ 2000 ପାର କୋରୋନା ଆକ୍ରାନ୍ତ
ମୁମ୍ବାଇରେ 2000 ପାର କୋରୋନା ଆକ୍ରାନ୍ତ
author img

By

Published : Apr 16, 2020, 7:03 PM IST

ମୁମ୍ବାଇ: ସମଗ୍ର ମହାରାଷ୍ଟ୍ର କୋରୋନା ପ୍ରକୋପରେ ଥରହର ହେଉଛି । ଦିନକୁ ଦିନ ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ମୁମ୍ବାଇ, ପୁଣେ, ନାଗପୁର, ନଭି ମୁମ୍ବାଇ ଭଳି ସହରରେ ଅବସ୍ଥା ସଙ୍ଗୀନ ହୋଇଛି ।

ତେବେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ମୁମ୍ବାଇ । ଏଠାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 2000 ପାର କରିଛି । ଗୁରୁବାର ଗୋଟିଏ ଦିନରେ 107ଟି ନୂଆ ମାମଲା ସାମନାକୁ ଆସିଛି । ଫଳରେ ସହରରେ ମୋଟ ଆକ୍ରାନ୍ତଙ୍କ 2043 ଛୁଇଁଛି । ଶେଷ ଖବର ଅନୁସାରେ ମହାରାଷ୍ଟ୍ରରେ ମୋଟ 2919 ପଜିଟିଭ ଥିବାବେଳେ କେବଳ ମୁମ୍ବାଇରେ 2043 ରହିଛି ।

ସେହିପରି ଗୁରୁବାର 3 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ସାରା ରାଜ୍ୟରେ ମୋଟ 187 ଜଣଙ୍କର ମୃ୍ତ୍ୟୁ ହୋଇଥିବାବେଳେ କେବଳ ମୁମ୍ବାଇରେ 116 ଜଣ ପ୍ରାଣ ହରାଇଛନ୍ତି । ତେବେ ମହାରାଷ୍ଟ୍ରରେ 295 ଜଣ ସୁସ୍ଥ ମଧ୍ୟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୌଜନ୍ୟ@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.