ETV Bharat / bharat

ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା

ଏବେ ପର୍ଯ୍ୟନ୍ତ ଉତ୍ତରପ୍ରଦେଶକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ 1041 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ଯୋଗୀ ସରକାରଙ୍କ ଚିନ୍ତା ବଢାଇଛନ୍ତି ପ୍ରବାସୀ ଶ୍ରମିକ ।

ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା
ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ, ବଢୁଛି ସଂକ୍ରମିତଙ୍କ ସଂଖ୍ୟା
author img

By

Published : May 21, 2020, 12:04 PM IST

ଲକ୍ଷ୍ନୌ: ଘରକୁ ଫେରୁଛନ୍ତି ପ୍ରବାସୀ ଶ୍ରମିକ । ଆଉ ସଂପୃକ୍ତ ରାଜ୍ୟରେ ବଢୁଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏବେ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ 1041 ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଏବେ ଯୋଗୀ ସରକାରଙ୍କ ଚିନ୍ତା ବଢାଇଛନ୍ତି ପ୍ରବାସୀ ଶ୍ରମିକ ।

ପ୍ରତ୍ୟେକ ଦିନ ଶହ ଶହ ସଂଖ୍ୟାରେ କୋରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି 24 ଘଣ୍ଟାରେ ମୋଟ 249 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ରିପୋର୍ଟ ଅନୁଯାୟୀ 43,625 ଜଣଙ୍କର ଏବେ ସୁଦ୍ଧା ନମୁନା ସଂଗ୍ରହ କରାଯାଇଛି ।

ୟୁପି ସରକାର ସୋମବାର କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଅନୁରୋଧରେ ରାଜି ହୋଇ 1000 ବସ୍ ଚଳାଚଳ କରିବାକୁ ଅନୁମତି ଦେଇଥିଲେ । ଏହାପରେ କଂଗ୍ରେସ ବସର ସବିଶେଷ ତଥ୍ୟ ମାଗିଥିଲେ । କିନ୍ତୁ ସେହି ତାଲିକାରେ ଅଟୋ, ଦୁଇ ଚକିଆ ଯାନ ଏବଂ ସାମଗ୍ରୀ ପରିବହନକାରୀ ଗାଡି ଗୁଡିକର ତଥ୍ୟ ଥିଲା । ଫଳରେ ଏନେଇ ଭଦ୍ରାଙ୍କ ସଚିବ ତଥା ୟୁପି କଂଗ୍ରେସ ମୁଖ୍ୟ ଅଜୟ କୁମାର ଲାଲୁଙ୍କ ବିରୋଧରେ ମାମାଲା ରୁଜୁ କରାଯାଇଛି ବୋଲି ୟୁପି ସରକାର କହିଛନ୍ତି ।

ଅନେକ ରାଜ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେବାକୁ ରାଜି ହୋଇଛନ୍ତି । କିନ୍ତୁ ଏହା ଏବେ ସବୁଠାରୁ ବଡ ଚିନ୍ତାର ବିଷୟ ଯେ ସେମାନେ ନୂତନ ସଂକ୍ରମଣ ଆଣିପାରନ୍ତି ଏବଂ ନିଜ ରାଜ୍ୟରେ କୋରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି କରିପାରନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.