ETV Bharat / bharat

କୋରୋନାକୁ ମାତ୍‌ ଦେଲେ 103 ବର୍ଷିୟ ବୃଦ୍ଧ - କୋରୋନାକୁ ଜିତିଲେ 103 ବର୍ଷୀୟ ବୃଦ୍ଧ

ହାଇଦ୍ରାବାଦରେ ଜଣେ 103 ବର୍ଷିୟ ବୃଦ୍ଧ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

କୋରୋନାକୁ ଜିତିଲେ 103 ବର୍ଷୀୟ ବୃଦ୍ଧ
କୋରୋନାକୁ ଜିତିଲେ 103 ବର୍ଷୀୟ ବୃଦ୍ଧ
author img

By

Published : Sep 18, 2020, 12:04 PM IST

ହାଇଦ୍ରାବାଦ: କୋରୋନାକୁ ଜିତିଲେ 103 ବର୍ଷୀୟ ବୃଦ୍ଧ । ହାଇଦ୍ରାବାଦରେ ଜଣେ 103 ବର୍ଷୀୟ ବୃଦ୍ଧ କୋରୋନାକୁ ମାତ୍ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ତେଲେଙ୍ଗାନାରେ କୋରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ତେଲେଙ୍ଗାନାରେ 1 ଲକ୍ଷ 67 ହଜାର କୋରୋନା ଆକ୍ରାନ୍ତ ଥିବାବେଳେ 1016 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 1ଲକ୍ଷ 35 ହଜାର ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସାଧାରଣତଃ କୋରୋନା ବୃଦ୍ଧ ଲୋକଙ୍କୁ ସର୍ବାଧିକ ପ୍ରଭାବିତ କରିଥାଏ । ଯେହେତୁ ବୃଦ୍ଧ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ । ତେଣୁ ଏହି ଭାଇରସ ପ୍ରଭାବିତ ହେବା ଦ୍ବାରା ବୃଦ୍ଧ ଲୋକଙ୍କ କ୍ଷେତ୍ରରେ ଏହି ରୋଗ ପ୍ରତି ଲଢିବା ସମ୍ଭବପର ହୋଇନଥାଏ । କିନ୍ତୁ ଏହାକୁ ଭୁଲ୍ ପ୍ରମାଣ କରିଛନ୍ତି ତେଲେଙ୍ଗାନାର 103 ବର୍ଷୀୟ ଶ୍ରୀପାରାଚୁରୀ ରାମାସ୍ବାମୀ ।

ସେ କୋରୋନା ଆକ୍ରାନ୍ତ ହେବାପରେ ଗାନ୍ଧୀ ମେଡିକାଲରେ ଚିକିତ୍ସିତ ହେଉଥିଲେ । ଗତ ଗୁରୁବାର ସେ କୋରୋନା ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯେଉଁଥିପାଇଁ ସେ ଗାନ୍ଧୀ ମେଡିକାଲ ଡାକ୍ତର ଏବଂ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.