ETV Bharat / bharat

ବିଜୁଳି ପାଇଁ ବିକଳ, ତେଲେଙ୍ଗାନାରୁ ଓଡିଶା ଆସିଲେ 1000 କର୍ମଚାରୀ - Odisha

ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ସ୍ଥିତି ସ୍ବଭାବିକ କରିବାପାଇଁ କୁଶଳୀ କାରୀଗର ଆବଶ୍ୟକ ହୋଇଛନ୍ତି । ମାତ୍ର ଏବେ ଏଥିପାଇଁ ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ନିର୍ଭର କରିବାକୁ ପଡୁଛି । ଆଉ ସେଥିପାଇଁ ଓଡିଶାକୁ ପୁଣିଥରେ ସଜାଡିବା ପାଇଁ ସାହାଯ୍ୟର ହାତ ବଢାଇ 1000 କୁଶଳୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଓଡିଶା ପଠାଇଛନ୍ତି ତେଲେଙ୍ଗାନା ସରକାର ।

ଡିଜାଇନ ଫଟୋ
author img

By

Published : May 8, 2019, 9:50 AM IST

Updated : May 8, 2019, 10:14 AM IST

ହାଇଦ୍ରାବାଦ: 'ଫନି' ବାତ୍ୟାରେ ଉଜୁଡି ଯାଇଛି ସାରା ରାଜ୍ୟ । ବାତ୍ୟା ଯିବାର ତିନି ଦିନ ହେଲାଣି ହେଲେ ଏହାପରର ଦୃଶ୍ୟ ଅନ୍ଧକାରମୟ । ଦିନ ଯେତେ ବଢୁଛି ସମସ୍ୟା ସେତେ କାୟା ବିସ୍ତାର କରୁଛି । ପାଣି ପରେ ବିଜୁଳି ସଙ୍କଟରେ ହନ୍ତସନ୍ତ ବାତ୍ୟା ପ୍ରଭାବିତ ଅଞ୍ଚଳ । ବିଦ୍ୟୁତ ଭିତ୍ତିଭୂମି ସଜାଡିବା ଏବେ କାଠିକର ପାଠ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିଜୁଳି ସ୍ଥିତି ସ୍ବାଭାବିକ ଅବସ୍ଥାକୁ ଆଣିବା ପାଇଁ କୁଶଳୀ କାରିଗର ଆବଶ୍ୟକ ହୋଇ ପଡିଛନ୍ତି । ମାତ୍ର ଏବେ ଏଥିପାଇଁ ପଡୋଶୀ ଆନ୍ଧ୍ର ଓ ତେଲେଙ୍ଗାନା ଉପରେ ନିର୍ଭର କରିବାକୁ ପଡୁଛି । ତେଲେଙ୍ଗାନା ସରକାର 1000 କୁଶଳୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ଓଡିଶା ପଠାଇ ବଢାଇଛନ୍ତି ସାହାଯ୍ୟର ହାତ ।

ବିଦ୍ୟୁତ ଯୋଗାଣ ପାଇଁ ଆବଶ୍ୟକୀୟ କର୍ମଚାରୀ ଓଡିଶାରେ ଉପଲବ୍ଧ ନାହାଁନ୍ତି । ଖାସ୍‌ ଏଥିପାଇଁ ଓଡିଶା ସରକାର ତେଲେଙ୍ଗାନା ସରକାରଙ୍କୁ ବିଦ୍ୟୁତ କର୍ମଚାରୀଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ । ପୁରୀ, ଭୁବନେଶ୍ବର, କଟକରେ ଏବେ ବି ବିଦ୍ୟୁତ ଅଚଳାବସ୍ଥା ଜାରି ରହିଛି । ଏସବୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ସଜାଡିବା, ନୂତନ ବିଦ୍ୟୁତ ଖୁଣ୍ଟି ସ୍ଥାପନ କରିବା ପାଇଁ ତେଲେଙ୍ଗାନାରୁ 1000 କୁଶଳୀ ଓ ଅଭିଜ୍ଞ ସମ୍ପର୍ଣ୍ଣ ବିଦ୍ୟୁତ ବିଭାଗର କର୍ମଚାରୀ ଓଡିଶା ଆସୁଛନ୍ତି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର) ତେଲେଙ୍ଗାନା ମୁଖ୍ୟ ଶାସନ ସଚିବ ଏସକେ ଜୋଶୀ ଓ ତେଲେଙ୍ଗାନା ଶକ୍ତି ସଞ୍ଚାରଣ ନିଗମର ପରିଚାଳନା ନିର୍ଦ୍ଦେଶକ ଡି ପ୍ରଭାକର ରାଓଙ୍କୁ ଓଡିଶାକୁ ବିଦ୍ୟୁତ ଯୋଗାଣ କ୍ଷେତ୍ରରେ ଆବଶ୍ୟକୀୟ ସୁବିଧା ତଥା କର୍ମଚାରୀ ତୁରନ୍ତ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ରୁ ଦିଆଯାଇଥିବା ସୂଚନା ଅନୁସାରେ ମଙ୍ଗଳବାର ରାତ୍ରୀରୁ 1000 ବିଦ୍ୟୁତ କର୍ମଚାରୀ ଓଡିଶା ଅଭିମୁଖେ ଆସିଛନ୍ତି ।

Intro:Body:

ddh

Conclusion:
Last Updated : May 8, 2019, 10:14 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.