ରାୟପୁର: ମାସ୍କ ନ ପିନ୍ଧିଲେ ଦବାକୁ ପଡିବ ଜରିମାନା । ସର୍ବସାଧାରଣ ସ୍ଥାନରେ ମାସ୍କ ନ ପିନ୍ଧିଲେ 100 ଟଙ୍କା ତଣ୍ତ ଗଣିବେ ସାଧାରଣ ଲୋକେ । ଦେଶରେ କୋରୋନା ମହାମାରୀ ଭୟଙ୍କର ରୂପ ନେଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଛତିଶଗଡ ସରକାର । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏଥିରେ କ୍ୟାବିନେଟ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେ କହିଛନ୍ତି, ଯେ କୋରୋନା ଭାଇରସ୍ ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧି ନଥିବା ବ୍ୟକ୍ତିଙ୍କ ଠାରୁ 100 ଟଙ୍କା ଜରିମାନା କରାଯିବ ବୋଲି ସେ କହିଛନ୍ତି । ସେପଟେ, ବିଦ୍ୟାଳୟ ଓ କଲେଜ ଗୁଡିକରେ ନାମଲେଖା ପ୍ରକ୍ରିୟା ଜୁଲାଇରେ ଆରମ୍ଭ ହେବ । କେନ୍ଦ୍ରର ନିର୍ଦ୍ଦେଶାବଳୀ ଅନୁଯାୟୀ, ସେହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଗଷ୍ଟରୁ ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ ବୋଲି ସେ କହିଛନ୍ତି।