ଶ୍ରୀନଗର: ହୃଦୟ ଜିତିଲା 10 ବର୍ଷର ବାଳକ । ପୁଲୱାମାର ଜଣେ 10 ବର୍ଷର ବାଳକ କୋରୋନା ମହାମାରୀକୁ ନେଇ ପ୍ରସ୍ତୁତ କରିଥିବା ର୍ୟାପକୁ ନେଇ ଲୋକଙ୍କ ହୃଦୟ ଜିତିଛି ।
ଅରଫାତ୍ ମୋହିଦ୍ଦିନ୍ ଭଟ ଏପର୍ଯ୍ୟନ୍ତ ପାଞ୍ଚରୁ ଅଧିକ ଗୀତ ଗାଇଛନ୍ତି। ଚତୁର୍ଥ ଶ୍ରେଣୀର ଏହି ଛାତ୍ର ୟୁଟ୍ୟୁବ ଏବଂ ଟିଭି ମ୍ୟୁଜିକ ଚ୍ୟାନେଲ ଦ୍ୱାରା ଅନୁପ୍ରାଣିତ ହୋଇଛି ।
ବର୍ତ୍ତମାନ ମୁଁ ଏକ ବଡ ପ୍ଲାଟଫର୍ମ ଆବଶ୍ୟକ କରୁଛ । ମୁଁ ଲୋକଙ୍କୁ ଜଣାଇବାକୁ ଚାହୁଁଛି ଯେ କାଶ୍ମୀର ବାଳକଙ୍କ ମଧ୍ୟରେ ମଧ୍ୟ ପ୍ରତିଭା ରହିଛି । ମୋ ପରିବାର ବହୁ ମଧ୍ୟ ବହୁ ସହଯୋଗ କରିନ୍ତି । ମୁଁ ଯୁବକ ମାନଙ୍କୁ ପରାମର୍ଶ ଦେଉଛି ଯେ ସେମାନେ ଦକ୍ଷତା ଅନୁଯାୟୀ କାମ କରନ୍ତୁ ବୋଲି ଏହି କୁନି 10 ବର୍ଷର ବାଳକ ଏକ ଗଣମାଧ୍ୟମକୁ କହିଛନ୍ତି ।