ETV Bharat / bharat

ୱାଇଏସଆର୍ କଂଗ୍ରେସରେ ଯୋଗଦେବେ 10 ଟିଡିପି ବିଧାୟକ

author img

By

Published : Aug 23, 2019, 12:45 PM IST

ୱାଇଏସଆର୍ କଂଗ୍ରେସରେ ଟିଡିପିର 10 ଜଣ ବିଧାୟକ ସାମିଲ ହେବା ନେଇ କହିଛନ୍ତି ଆନ୍ଧ୍ର ପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଏମ.ଶ୍ରୀନିବାସ ରାଓ । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଗ୍ରିନ ସିଗନାଲକୁ ସେମାନେ ଅପେକ୍ଷା କରିଥିବା କହିଛନ୍ତି ମନ୍ତ୍ରୀ।

ଡିଜାଇନ ଫଟୋ

ବିଶାଖାପଟନମ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁଙ୍କ ନେତୃତ୍ବାଧୀନ ତେଲୁଗୁ ଦେଶମ ପାର୍ଟିକୁ(ଟିଡିପି) ମିଳିବାରେ ଲାଗିଛି ଝଟକା ପରେ ଝଟକା। ପ୍ରଥମେ ଦଳର ରାଜ୍ୟସଭା ସାଂସଦ ଦଳ ଛାଡି ବିଜେପିରେ ମିଶିଥିବା ବେଳେ, ଏବେ ଟିଡିପିକୁ ବାଏ ବାଏ କହିପାରନ୍ତି ଦଳୀୟ ବିଧାୟକ।

ତେବେ ଟିଡିପିର ପ୍ରାୟ 10 ଜଣ ବିଧାୟକ ରାଜ୍ୟରେ କ୍ଷମତାସୀନ ୱାଇଏସଆର୍ କଂଗ୍ରେସରେ ମିଶି ପାରନ୍ତି ବୋଲି କହିଛନ୍ତି ଆନ୍ଧ୍ରପ୍ରଦେଶର ପର୍ଯ୍ୟଟନ ମନ୍ତ୍ରୀ ଏମ. ଶ୍ରୀନିବାସ ରାଓ। ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଗ୍ରିନ ସିଗନାଲକୁ ଅପେକ୍ଷା କରିଛନ୍ତି ବୋଲି ମନ୍ତ୍ରୀ ଜଣାଇଛନ୍ତି।

ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ମନ୍ତ୍ରୀ ଏମ. ଶ୍ରୀନିବାସ ରାଓ କଟାକ୍ଷ କରି କହିଛନ୍ତି ଯେ, ତାଙ୍କ ଶାସନ ସମୟରେ ରାଜ୍ୟରେ ମନୁଷ୍ୟକୃତ ବନ୍ୟା ହୋଇଛି । ଏହା ସହିତ ରାଜ୍ୟର ରାଜଧାନୀ ଅମରାବତୀର ପ୍ରତିଷ୍ଠାକୁ ମଧ୍ୟ ସେ ନାପସନ୍ଦ କରିଛନ୍ତି । ରାଜଧାନୀ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ବୋଲି ସେ କହିଛନ୍ତି। ଟିଡିପିର ଶାସନ ସମୟରେ ରାଜ୍ୟରେ ଦୁର୍ନୀତିର ପରିମାଣ ବୃଦ୍ଧି ପାଇଥିଲା ବୋଲି ନିଜ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀନିବାସ ରାଓ ।

Intro:Body:

BLANK FOR NEWS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.