ନୂଆଦିଲ୍ଲୀ: ନିୟନ୍ତ୍ରିତ ହେଉନି କୋରୋନା ଚେନ । ଆଜି ପୁଣି ଦିଲ୍ଲୀର ନୋଏଡା ସେକ୍ଟରରୁ 3 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ଏହି 3 ଜଣଙ୍କ ମଧ୍ୟରେ 2 ଜଣ ମାଆ-ଝିଅ ଥିବାବେଳେ ଅନ୍ୟ ଜଣକ ଗ୍ରେଟର ନୋଏଡାର ବୋଲି ଜଣାପଡିଛି । କୋରୋନା ଚିହ୍ନଟ ପରେ ଏହି 2ଟି ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଜ କରି ଦିଆଯାଇଛି । ସେପଟେ, କର୍ଣ୍ଣାଟକର ଏକ 10 ମାସ ଶିଶୁ କୋରୋନା ପଜିଟିଭ ଥିବା ଜଣାପଡିଛି ।
ଅନ୍ୟପଟେ ମହାରାଷ୍ଟ୍ରରେ 12 କୋରୋନା ଆକ୍ରାନ୍ତ ଥିବା ସାମ୍ନା ଆସିବା ପରେ ରାଜ୍ୟରେ 147କୁ ବୃଦ୍ଧି ହୋଇଛି କୋରୋନା ରୋଗୀଙ୍କ ସଂଖ୍ୟା । ରାଜସ୍ଥାନରେ 45ଟି କୋରୋନା ମାମଲା ସ୍ପଷ୍ଟ ହେବା ସହ କେବଳ 21ଟି ବିଲୱାର ଅଞ୍ଚଳର ବୋଲି ଜଣାପଡିଛି ।