ETV Bharat / bharat

ବିହାର ବନ୍ୟା: 10 ଲକ୍ଷରୁ ଊର୍ଦ୍ଧ୍ବ ଲୋକ ପ୍ରଭାବିତ, ପାଣି ଘେରରେ 577 ପଞ୍ଚାୟତ - ବିହାର ବନ୍ୟାରେ 10 ଲକ୍ଷ ଲୋକ ପ୍ରଭାବିତ

ବିହାର ବନ୍ୟାରେ ରାଜ୍ୟର 10ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରିଛି । ପ୍ରମୁଖ ଭାବରେ ସୀତାହାରୀ, ଶିବହାର, ସୁପାଲ, କିଶାନଗଞ୍ଜ ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ ଓ ଖାଗରିଆ ଜିଲ୍ଲାର 77ଟି ବ୍ଲକ ପ୍ରଭାବିତ ହୋଇଛି। ସମୁଦାୟ 577ଟି ପଞ୍ଚାୟତ ବନ୍ୟାଜଳ ଘେରରେ ରହିଛି। ଏହି ବନ୍ୟାରେ 10 ଲକ୍ଷ 61 ହଜାର 1 ଶହ 52ଜଣ ଲୋକ ପ୍ରଭାବିତ ହୋଇଥିବା ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ...

ବିହାର ବନ୍ୟାରେ 10 ଲକ୍ଷ ଲୋକ ପ୍ରଭାବିତ
ବିହାର ବନ୍ୟାରେ 10 ଲକ୍ଷ ଲୋକ ପ୍ରଭାବିତ
author img

By

Published : Jul 26, 2020, 4:25 PM IST

ପାଟନା: ବିହାରରେ ବନ୍ୟା ପରିସ୍ଥିତି ବେଶ ସଙ୍ଗୀନ ରହିଛି । ବନ୍ୟାରେ ରାଜ୍ୟର 10ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ନେଇ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରିଛି । ପ୍ରମୁଖ ଭାବରେ ସୀତାହାରୀ, ଶିବହାର, ସୁପାଲ, କିଶାନଗଞ୍ଜ ଦରଭଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପୂର୍ବ ଚମ୍ପାରଣ, ପଶ୍ଚିମ ଚମ୍ପାରଣ ଓ ଖାଗରିଆ ଜିଲ୍ଲାର 77ଟି ବ୍ଲକ ପ୍ରଭାବିତ ହୋଇଛି। ସମୁଦାୟ 577ଟି ପଞ୍ଚାୟତ ବନ୍ୟାଜଳ ଘେରରେ ରହିଛି। ଏହି ବନ୍ୟାରେ 10 ଲକ୍ଷ 61 ହଜାର 1 ଶହ 52ଜଣ ଲୋକ ପ୍ରଭାବିତ ହୋଇଥିବା ବିଭାଗ ସୂଚନା ଦେଇଛି ।

ରାଜ୍ୟର ବିଭିନ୍ନ ସ୍ଥାନରେ ସରକାରଙ୍କ ଦ୍ବାରା 15ଟି ରିଲିଫ କ୍ୟାମ୍ପ ପରିଚାଳିତ ହେଉଛି । ଏହି କ୍ୟାମ୍ପରେ 15 ହଜାର 956 ଲୋକ ଅସ୍ଥାୟୀ ବାସ କରୁଛନ୍ତି | ଏହା ସହିତ ବିପର୍ଯ୍ୟୟ ପରିଚାଳନା ବିଭାଗ ସରକାରଙ୍କ ସହଯୋଗରେ 10ଟି ଜିଲ୍ଲାରେ 422ଟି କମ୍ୟୁନିଟି କିଚେନ ପରିଚାଳନା କରିଛି । ଏଥିରେ ଦୈନିକ 1 ଲକ୍ଷ 53 ହଜାର 54 ଜଣ ଲୋକ ଉପକୃତ ହେଉଛନ୍ତି । ଅନ୍ୟପକ୍ଷରେ ଗତ 24 ଘଣ୍ଟା ମଧ୍ୟରେ ବନ୍ୟା ଯୋଗୁଁ ବିହାରରେ 7 ଜଣଙ୍କର ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରକାଶ କରିଛି । ଦରଭଙ୍ଗା ଓ ପଶ୍ଚିମ ଚମ୍ପାରଣରେ 4 ଜଣଙ୍କର ମୃତ୍ୟୁ ହୋଇଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ବିପର୍ଯ୍ୟୟ ପରିଚାଳନା ବିଭାଗକୁ ସତର୍କତା ଜାରି କରିଛନ୍ତି । ପ୍ରତିଟି ପ୍ରତିକୂଳ ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରାଯିବ ତାହାକୁ ଦୃଷ୍ଟିରେ ରଖାଯାଇଛି । ରାଜ୍ୟରେ 22ଟି NDRF ଓ SDRF ଟିମ ନିୟୋଜିତ ହୋଇଛନ୍ତି।

ବିହାର ବନ୍ୟାରେ 10 ଲକ୍ଷ ଲୋକ ପ୍ରଭାବିତ
ବିହାର ବନ୍ୟାରେ 10 ଲକ୍ଷ ଲୋକ ପ୍ରଭାବିତ

ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ଲକ୍ଷ୍ମେଶ୍ବର ରାୟ କହିଛନ୍ତି ଯେ, ବନ୍ୟା ପରିସ୍ଥିତି ବିଷୟରେ ବିଭାଗ ବେଶ ସଚେତନ। ସମ୍ଭାବ୍ୟ 10ଟି ଜିଲ୍ଲାରେ 22ଟି NDRF ଓ SDRF ଟିମ ନିୟୋଜିତ ହୋଇଛନ୍ତି। ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ କାର୍ଯ୍ୟାଳୟରେ 5ଟି ରିଜର୍ଭ ଟିମ ରଖାଯାଇଛି। ପରିସ୍ଥିତି ଅନୁଯାୟୀ ରିଜର୍ଭ ଦଳକୁ ପ୍ରଭାବିତ ଜିଲ୍ଲା ଗୁଡିକୁ ପଠାଯିବ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ନିଜେ ବନ୍ୟା ପରିସ୍ଥିତି ଉପରେ ନଜର ରଖିଛନ୍ତି।

ବିପର୍ଯ୍ୟୟ ବିଭାଗର ସୂଚନାନୁସାରେ, କୋରୋନା ପାଇଁ ଲୋକଙ୍କୁ ସାମାଜିକ ଦୂରତାରେ ରିଲିଫ କ୍ୟାମ୍ପରେ ରଖାଯାଇଛି। ମହିଳା, ଶିଶୁ ଓ ବୃଦ୍ଧମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରିଲିଫ କ୍ୟାମ୍ପରେ ମାସ୍କ ଓ ସାନିଟାଇଜରର ଉପଲବ୍ଧ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଚ୍ଚ ସ୍ଥାନଗୁଡିକ ଯାଞ୍ଚ କରାଯାଇ ଚିହ୍ନିତ କରାଯାଇଛି। ଆବଶ୍ୟକତା ଅନୁଯାୟୀ ଲୋକଙ୍କୁ ରିଲିଫ କ୍ୟାମ୍ପକୁ ନିଆଯାଉଥିବା ମନ୍ତ୍ରୀ କହିଛନ୍ତି। ନେପାଳରେ ପ୍ରବଳ ବର୍ଷା ଫଳରେ ଗଣ୍ଡାକ ନଦୀରେ ବନ୍ୟାଜଳ ପ୍ରବାହ ପରେ ରାଜ୍ୟରେ ଏପରି ପରିସ୍ଥିତି ଉପୁଜିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.