ରାଞ୍ଚି: ତବଲିଗ ଜମାତ ସହ ଲିଙ୍କ ଥିବା 10 ଇଣ୍ଡୋନେସିଆ ନାଗରିକ ଗିରଫ । ବିଦେଶୀ ଭିଜା ଓ ବିପର୍ଯ୍ୟୟ ପରିଚାଳନା ଅଧିନିୟମ, 2005 ଉଲ୍ଳଙ୍ଘନ କରିଥିବା ଅଭିଯୋଗରେ ଗିରଫ କରାଯାଇଛି । ଏମାନଙ୍କୁ 14 ଦିନ କ୍ବାରେଣ୍ଟାଇନରେ ରଖିବା ପରେ ସମସ୍ତଙ୍କ କୋରୋନା ଟେଷ୍ଟିଂ କରାଯାଇଥିଲା । ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।
ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନର ଧାର୍ମୀକ ସମ୍ମିଳନୀରେ ଯୋଗ ଦେବା ପରେ ସମସ୍ତେ ଝାଡଖଣ୍ଡର ଧନବାଦ ଅଞ୍ଚଳ ଏକ ମହଜିଦରେ ଲୁଚି ରହିଥିଲେ । 12ଜଣ ଲୁଚି ରହିଥିବାବେଳେ 10ଜଣ ଇଣ୍ଡୋନେସିଆର ଓ 2 ଜଣ ମହାରାଷ୍ଟ୍ରର । ସୂଚନାଯୋଗ୍ୟ, ଏହି ସମାନ ମାମଲାରେ ଜମସେଦପୁର 11 ବିଦେଶୀ ମୁସଲିମଙ୍କୁ ଗିରଫ କରାଯାଇଛି ।
@ANI