ETV Bharat / bharat

ଜାଣନ୍ତୁ ଆପଲ୍ ସିଡର ଭିନେଗାରର 10ଟି ଫାଇଦା !

ଆପଣ ଯେତେବେଳେ ନିଜ ରୋଷେଇ ଘର ଥାକରେ ଘରୋଇ ଉପଚାର ନିମନ୍ତେ କିଛି ସାମଗ୍ରୀ ରଖିବା ଚାହାଁନ୍ତି, ତାହାରି ଭିତରେ ସବୁଠାରୁ ଭଲ ଜିନିଷ ହେଲା ଆପଲ୍ ସିଡର ଭିନେଗାର (ଏସିଭି), ଯାହାକି ଆଜିକାର ସମୟରେ ବହୁଳ ବ୍ୟବହାର ହେଉଛି। ମୁଣ୍ଡରୁ ପାଦ ଯାଏଁ ସବୁ କିଛି ପାଇଁ ଏସିଭିର ଉପାଦେୟତା ସମସ୍ତଙ୍କୁ ଜଣା। ତଥାପି ଏହା କିପରି ସ୍ବାସ୍ଥ୍ୟ ଉପଯୋଗୀ ସେ ନେଇ ଅଧିକ ପ୍ରମାଣ ପାଇବା ସକାଶେ ଏବେ ବି ଗବେଷଣା ଜାରି ରହିଛି।

ଆପଲ୍ ସିଡର ଭିନେଗାର
ଆପଲ୍ ସିଡର ଭିନେଗାର
author img

By

Published : Nov 5, 2020, 1:32 PM IST

ଆପଣ ଯେତେବେଳେ ନିଜ ରୋଷେଇ ଘର ଥାକରେ ଘରୋଇ ଉପଚାର ନିମନ୍ତେ କିଛି ସାମଗ୍ରୀ ରଖିବା ଚାହାଁନ୍ତି, ତାହାରି ଭିତରେ ସବୁଠାରୁ ଭଲ ଜିନିଷ ହେଲା ଆପଲ୍ ସିଡର ଭିନେଗାର (ଏସିଭି), ଯାହାକି ଆଜିକାର ସମୟରେ ବହୁଳ ବ୍ୟବହାର ହେଉଛି। ମୁଣ୍ଡରୁ ପାଦ ଯାଏଁ ସବୁ କିଛି ପାଇଁ ଏସିଭିର ଉପାଦେୟତା ସମସ୍ତଙ୍କୁ ଜଣା। ତଥାପି ଏହା କିପରି ସ୍ବାସ୍ଥ୍ୟ ଉପଯୋଗୀ ସେ ନେଇ ଅଧିକ ପ୍ରମାଣ ପାଇବା ସକାଶେ ଏବେ ବି ଗବେଷଣା ଜାରି ରହିଛି। ଏସିଭି ସମ୍ପର୍କରେ ଅଧିକ ଜାଣିବା ସକାଶେ ଆମେ ବେଙ୍ଗାଲୁରୁସ୍ଥିତ ଆୟୁକେୟାରର ଡକ୍ଟର ଟି.ଶୈଳଜା ବିଏଏମଏସ ଏମଡି (ଆୟୁର୍ବେଦ)ଙ୍କ ସହିତ ଆଲୋଚନା କରିଥିଲୁ। ଏବେ ଜାଣନ୍ତୁ ସେ କ’ଣ କହୁଛନ୍ତି। ଆପଲ ସିଡର ଭିନେଗାର କିପରି ପ୍ରସ୍ତୁତ କରାଯାଏ ? ଆମ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏସିଭି ପ୍ରସ୍ତୁତ କରିବାର ପ୍ରକ୍ରିୟା ଆପଲ୍ ଜୁସ୍ ବା ରସକୁ ରାସାୟନିକ ପ୍ରକ୍ରିୟା ଦ୍ବାରା ଫରମେଣ୍ଟେସନ କରାଯାଇ ଆରମ୍ଭ ହୋଇଥାଏ। ଆପଲକୁ ମେସିନରେ ପକାଇ ରସ ବାହାର କରି ଫରମେଣ୍ଟିଙ୍ଗ କରାଯାଇଥାଏ। ଜୀବାଣୁ ଦ୍ବାରା ନିଶାଯୁକ୍ତ ରସକୁ ଏସେଟିକ୍ ଏସିଡ ସଲ୍ୟୁସନରେ ପରିଣତ କରାଯାଏ। ସୁତରାଂ ଦ୍ବିତୀୟ ଫରମେଣ୍ଟେସନ ପ୍ରକ୍ରିୟା ଦ୍ବାରା ଆପଲ୍ ସିଡର ଭିନେଗାର ପ୍ରସ୍ତୁତ ହୋଇଥାଏ।

ଏସିଭି ଦୁଇ ପ୍ରକାର ମିଳିଥାଏ। ଗୋଟିଏ ହେଉଛି ଅନଫିଲଟରଡ ଏବଂ ଅଶୋଧିତ ଯାହା ଦେଖିବାକୁ ମେଘୁଆ ରଙ୍ଗର ହୋଇଥାଏ ଏବଂ ଏହାକୁ ‘ମଦର’ ବୋଲି କୁହାଯାଏ। ଏଥିରେ ସମସ୍ତ ପ୍ରୋଟିନ୍ ଏବଂ ଭଲ ଜୀବାଣୁ ଥାଆନ୍ତି। ଅନ୍ୟଟି ହେଲା ରିଫାଇନଡ୍ ଯାହା କି ବିଶୁଦ୍ଧ ମିଶ୍ରିତ ତରଳ ସାମଗ୍ରୀ। ମଦର ସହିତ ଏହାକୁ ମିଶାଇ ବ୍ୟବହାର କରିବାକୁ ସୁପାରିଶ କରାଯାଏ। ଏସିଭି ତରଳ ଅବସ୍ଥାରେ ଅରୁଚିକର ଏବଂ ଏହାର କଡ଼ା ବାସନା କାରଣରୁ ଯେଉଁମାନେ ଏହାକୁ ପିଇପାରନ୍ତି ନାହିଁ ସେମାନଙ୍କ ପାଇଁ ଏହା ଟାବଲେଟ ଆକାରରେ ମଧ୍ୟ ଉପଲବଧ ହେଉଛି। ଟାବଲେଟରେ ହଳଦି ଏବଂ ଗୋଲମରିଚକୁ ମଧ୍ୟ ଉପାଦାନ ଭାବେ ନିଆଯାଇଥାଏ।

ସ୍ବାସ୍ଥ୍ୟଗତ ଫାଇଦା

ଏସିଭିର ସେବନ/ବ୍ୟବହାରକୁ ନେଇ ଏହାର କ’ଣ ସବୁ ସ୍ବାସ୍ଥ୍ୟଗତ ଫାଇଦା ରହିଛି ସେ ନେଇ ବର୍ଣ୍ଣନା କରିଛନ୍ତି ଡକ୍ଟର ଶୈଳଜା। ଏସିଭି ମିଶ୍ରଣକୁ କିପରି ସେବନ କରିବେ ଗୋଟିଏ ଚାମଚ ଏସିଭିକୁ ଗୋଟିଏ ଗ୍ଲାସ୍ (500ଏମଏଲ୍)ପାଣିରେ (ନଖଉଷୁମ ପାଣି ହେଲେ ଭଲ) ମିଶାଇ ପିଇବାକୁ ହେବ।

1.ମଧୁମେହ

ମଧୁମେହରେ ପୀଡିତ ଲୋକଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ କରିବାରେ ଏସିଭି ସହାୟକ ହୋଇଥାଏ। ଏହା ରକ୍ତ ଶର୍କରାକୁ କମାଇଥାଏ। ସୁତରାଂ ଖାଲି ପେଟରେ ରକ୍ତ ଶର୍କରା ବ୍ୟକ୍ତି ରାତିରେ ପାଣିରେ ମିଶାଇ ଏସିଭି ସେବନ କରିବା ଉଚିତ୍। ଅନ୍ୟପକ୍ଷରେ ଯେଉଁମାନଙ୍କର ଖାଇବା ପରେ ରକ୍ତ ଶର୍କରା ବଢୁଥିବ ସେମାନଙ୍କୁ ଦିନର ଖାଇବା ପରେ ଏହାକୁ ସେବନ କରିବାକୁ ପରାମର୍ଶ ଦିଆଯାଉଛି। ଏହା ନ ମାନିଲେ ଏହାଦ୍ବାରା ଗ୍ଲିସେମିକ୍ ଇଣ୍ଡେକ୍ସ ( ହିପୋଗ୍ଲାସେମିଆ) ଯଥେଷ୍ଟ ତଳକୁ ଖସିଥାଏ। ଏସିଭିରେ ମହୁ ନ ମିଶାଇବାକୁ ମଧୁମେହ ରୋଗୀଙ୍କୁ ପରାମର୍ଶ ଦିଆଯାଉଛି।

2. ମୋଟାପଣ

ଅଧିକ ଓଜନ ଥିବା ବ୍ୟକ୍ତିଙ୍କ ପାଇଁ ଏସିଭି ବହୁତ ଭଳ କାମ କରେ। ଏହା ଭୋକ କମାଇବା ସହିତ ଶରୀରର ଚର୍ବି ନଷ୍ଟ କରିଥାଏ। ପ୍ରତିଦିନ ସକାଳୁ ଏହି ମିଶ୍ରଣକୁ ପିଅନ୍ତୁ। ଏସିଭିରେ ଏସିଡିକ୍ ଗୁଣ ଥିବାରୁ ବାୟୁଗତ ସମସ୍ୟା ଏଡାଇବା ସକାଶେ ମିଶ୍ରଣରେ ଦୁଇ ଚାମଚ ମହୁ ମିଶାଇ ପିଇବାକୁ କୁହାଯାଉଛି।

3.ହୃଦରୋଗ ସମ୍ପର୍କୀତ ସମସ୍ୟା

ଗବେଷଣାରୁ ଜଣାପଡ଼ିଛି ଯେ, ଏସିଭି ଅନେକ ପ୍ରକାର ହୃଦରୋଗକୁ ମଧ୍ୟ କମାଇଥାଏ। ହୃଦରୋଗର ପ୍ରମୁଖ କାରଣ ପାଲଟୁଥିବା ଶରୀରର ଅଦରକାରୀ ଚର୍ବିସ୍ତରକୁ ଏହା କମାଇଥାଏ। ଏହା ମଧ୍ୟ ରକ୍ତଚାପ ନିୟନ୍ତ୍ରିତ କରି ହାଇପର ଟେନସନ କମାଇଥାଏ। ମିଶ୍ରଣରେ ଦୁଇ ଚାମଚ ମହୁ ମିଶାଇ ଏହାକୁ ସେବନ କରିବା ଉଚିତ୍।

4.ଡିପ୍ ଭେନ୍ ଥର୍ମୋବୋସିସି (DVT)
ରକ୍ତବାହୀ ନାଡ଼ିରେ ଅବରୋଧ ଦ୍ବାରା ଡିଭିଟି ହୋଇଥାଏ। ସୁତରାଂ ଏଭଳି ଅବସ୍ଥାରେ ବିଶେଷ କରି ଓଜନ କମୁଥିବା ଲକ୍ଷଣ ଦେଖାଗଲେ ଏସିଭି ବହୁତ ଭଲ କାମ କରିଥାଏ।

5. ତରଳ ଝାଡ଼ା (ଡାଏରିଆ)

କିଛି ଲୋକଙ୍କର ନିର୍ଦ୍ଦିଷ୍ଟ ଭାବେ ବାୟୁ ଜନିତ (ଗ୍ୟାସଟ୍ରିକ୍) ସମସ୍ୟା ଥାଏ। ଖାଦ୍ୟ ଖାଇବା ପରେ ସେମାନଙ୍କୁ ଝାଡ଼ା ଲାଗିଥାଏ। ଏ କ୍ଷେତ୍ରରେ ଏସିଭି ବହୁତ ସହାୟକ ହୋଇଥାଏ, କାରଣ ଏଥିରେ ପେକ୍ଟିନ ନାମକ ଏକ ପଦାର୍ଥ ରହିଥାଏ ଯାହାକି ଶରୀରରେ ତନ୍ତୁଜାତୀୟ ସାମଗ୍ରୀ ତିଆରି କରିବାରେ ସାହାଯ୍ୟ କରେ। ଏହା ତରଳ ଝାଡ଼ା ବନ୍ଦ କରିଦିଏ। ଶରୀରରେ ଦେଖାଦେଇଥିବା ଉପରୋକ୍ତ ଲକ୍ଷଣ କମିବା ଯାଏଁ ଖାଇବା ବରେ ଏସିଭି ସେବନ କରାଯାଇପାରେ। କୁଳୁକୁଳୁ କରିବା ଗୋଟିଏ ଚାମଚ ଏସିଭି ଦୁଇ କପ୍ ପାଣି (ପ୍ରାୟ 250ଏମଏଲ୍)ରେ ମିଶାଇବାକୁ ହେବ

6. ପାଟି ଏବଂ ଗଳା

ଗଳାରେ ପୀଡ଼ା, ନିଃଶ୍ବାସ ନେବାରେ ଅସୁବିଧା ଏବଂ ଦନ୍ତରୋଗ କ୍ଷେତ୍ରରେ ମଧ୍ୟ ଏସିଭି ଏସବୁ ଉପଶମ କରିବାରେ ସହାୟକ ହୋଇଥାଏ। ଏସିଭି ମିଶ୍ରଣକୁ ସକାଳୁ ସକାଳୁ 5ରୁ 10 ମିନିଟ୍ ଯାଏଁ ପାଟି ଭିତରକୁ ନେଇ କୁଳୁକୁଳୁ କରିପାରିବେ। ଷ୍ଟିମ୍ ଇନହେଲେସନ ଏକ ବଡ଼ ପାତ୍ରରେ ପ୍ରାୟ 5 ଲିଟର ଗରମ ପାଣି ନେଇ ସେଥିରେ ଗୋଟିଏ ଚାମଚ ଏସିଭି ମିଶାଇବେ

7. ସାଇନସ୍ ସମସ୍ୟା

ଯେଉଁମାନଙ୍କର ସାଇନସିଟିସ୍ ରହୁଥିବ, ନାକ ବାରମ୍ବାର କୁଣ୍ଡେଇ ହେବା ସହ ପୋଡ଼ାଜଳା ହେଉଥିବ ସେମାନଙ୍କ ପାଇଁ ଏସିଭି ମିଶା ଗରମ ପାଣିରେ ଷ୍ଟିମ୍ ନେବା ଗ୍ରହଣଯୋଗ୍ୟ। 5ରୁ 10 ମିନିଟ୍ ଯାଏଁ ଏହା କରନ୍ତୁ। ଏହା କଲେ ତୁରନ୍ତ ଆପଣଙ୍କ ନାକ ବନ୍ଦ ହୋଇଥିଲେ ଏହା ଖୋଲିଯିବ ଏବଂ ଆପଣ ଠିକ୍ ଭାବେ ନିଃଶ୍ବାସ ନେଇପାରିବେ। ପାଣି ଗରମ କରିବା ପୂର୍ବରୁ ଏସିଭି ମିଶାନ୍ତୁ ନାହିଁ। ଗରମ ପାଣି ପାତ୍ରରୁ ବାମ୍ଫ ବାହାରିବା ପରେ ଏଥିରେ ଏସିଭି ମିଶାନ୍ତୁ। ଶରୀର ବାହାରେ ଏହାର ପ୍ରୟୋଗ 250 ଏମଏଲର ଦୁଇ କପ୍ ପାଣିରେ ଗୋଟିଏ ଚାମଚ ଏସିଭି ମିଶାନ୍ତୁ

8. ତ୍ବଚାର ଯତ୍ନ

ମୁହଁରୁ ବ୍ରଣ ସଫା କରିବା ଏବଂ ତ୍ଜଚାର ତେଜ ବଢାଇବା ଦିଗରେ ଏସିଭି ସହାୟକ ହୋଇଥାଏ। ଏହା ତ୍ବଚାରୁ କଳାଦାଗ କମାଇଥାଏ। ପ୍ରଥମେ ତୁଳାକୁ ବଲ୍ ଆକାର କରି ଏସିଭି ମିଶ୍ରଣରେ ବୁଡ଼ାଇବା ପରେ ଏହାକୁ ନେଇ ମୁହଁର ସବୁଆଡ଼େ ଏବଂ କଳାଦାଗ ଥିବା ସ୍ଥାନରେ ଲଗାନ୍ତୁ। 5ରୁ 10 ମିନିଟ୍ କରିବା ପରେ ଆପଣ ମୁହଁକୁ ଛାଡ଼ି ଦିଅନ୍ତୁ ଅଥବା ମୁହଁକୁ ଧୋଇ ଦିଅନ୍ତୁ। ଶୋଇବାକୁ ଯିବା ପୂର୍ବରୁ ଏପରି କରନ୍ତୁ। ପୁରା ମୁହଁରେ ଲଗାଇବା ପୂର୍ବରୁ ଶରୀରର ଅନ୍ୟ କୌଣସି ସ୍ଥାନରେ ତ୍ବଚାରେ ଏହାକୁ ଲଗାଇ ଏଥିରୁ କିଛି ପାର୍ଶ୍ବ ପ୍ରଭାବ ହେଉଛି କି ନାହିଁ ତାହା ଦେଖନ୍ତୁ।

9. ନଖ ସଂକ୍ରମଣ

ନଖ କୋଣରେ ହେଉଥିବା ଫଙ୍ଗାଲ ଇନଫେକସନ ଦୂର କରିବାରେ ମଧ୍ୟ ଏହା ଉପଯୋଗୀ ହୋଇଥାଏ। ତୁଳାକୁ ଏକ ବଲ୍ ଆକାର କରି ଏଥିରେ ଏସିଭିକୁ ନେଇ 10ରୁ 15 ମିନିଟ୍ ଯାଏଁ ନଖ କୋଣରେ ରଖନ୍ତୁ। ହେଉଥିବା ନିଜର ପୀଡ଼ାକୁ ଦେଖି ଏହିଭଳି ଦିନକୁ 3ରୁ 4 ଥର କରନ୍ତୁ।

10. କେଶର ଯତ୍ନ

ଯେଉଁମାନଙ୍କ କେଶରେ ରୁପି ବା ଡ୍ୟାଣ୍ଡ୍ରଫ୍ ହେଉଥିବେ ସେମାନେ ଏହାକୁ ବ୍ୟବହାର କରିପାରିବେ। ଏସିଭି ମିଶ୍ରଣକୁ କେଶରେ ଲଗାଇ ଏକ ଟାୱାଲରେ ଘୋଡାଇ ଏହାକୁ 15 ମିନିଟ୍ ପାଇଁ ଛାଡିଦିଅନ୍ତୁ। ପରେ ପାଣି ଏବଂ ସାମ୍ପୁ ଲଗାଇ ବାଳକୁ ସଫା କରିଦିଅନ୍ତୁ। ଯେଉଁମାନଙ୍କ କେଶ ଉପୁଡିଥିବ ସେମାନେ କେଶ ଧୋଇବା ପରେ ମିଶ୍ରଣକୁ ଲଗାନ୍ତୁ ଏବଂ ପରେ ପାଣିରେ ଏହାକୁ ଧୋଇ ଦିଅନ୍ତୁ। ମିଶ୍ରଣ ଯେପରି ଆଖିରେ ପଶିନଯାଏ ସେଥିପ୍ରତି ସତର୍କ ରହିବେ। ଯଦିଓ ଏହାର ପ୍ରୟୋଗରେ ଅନେକ ସ୍ବାସ୍ଥ୍ୟଗତ ଫାଇଦା ରହିଛି ତଥାପି ଗ୍ୟାସଟ୍ରିକ ଇରିଟେସନ୍, ଅତି ଦୁର୍ବଳ ଅବସ୍ଥାରେ ଥିବା ଦାନ୍ତ, ଗର୍ଭବତୀ ଏବଂ ପ୍ରସୂତି ମହିଳା ଓ ଶିଶୁମାନଙ୍କ ପାଇଁ ବିନା ପରାମର୍ଶରେ ଏସିଭି ପ୍ରୟୋଗ କରିବା ଠିକ୍ ନୁହେଁ। ସୁତରାଂ ଏସିଭି ବ୍ୟବହାର କରିବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.