ETV Bharat / bharat

କାଉଡିଆଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ 6 ଆହତ - ରାମପୁରରେ ସଡକ ଦୁର୍ଘଟଣା

ଉତ୍ତରପ୍ରଦେଶର ରାମପୁରସ୍ଥିତ ଶହେଜାଦନଗରଠାରେ ଏକ କାଉଡିଆଙ୍କ ଗାଡି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାଉଡିଆଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଆହତ ଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଏଏନଆଇ
author img

By

Published : Aug 2, 2019, 5:30 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାମପୁରରେ ଘଟିଛି ସଡକ ଦୁର୍ଘଟଣା । 15ରୁ 16 ଜଣ କାଉଡ଼ିଆ ଯାଉଥିବା ଏକ ଗାଡିର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣେ କାଉଡ଼ିଆଙ୍କର ମୃତ୍ୟୁ ଘଟିଥିବା ବେଳେ 6 ଜଣ ଆହତ ଅଛନ୍ତି । ତେବେ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଶିବଙ୍କୁ ଜଳାଭିଷେକ କରିବା ଲାଗି ଏକ ଗାଡିରେ କିଛି କାଉଡି଼ଆ ନିକଟସ୍ଥ ଶୈବପୀଠକୁ ଯାଉଥିଲେ । ସେହିସମୟରେ ଶହେଜାଦନଗରଠାରେ ସେମାନଙ୍କ ଗାଡି ଦୁର୍ଘଟଣା ଘଟିଥିଲା । କାଉଡିଆଙ୍କ ଗାଡି ଗୋଟିଏ ସ୍ଥାନରେ ସ୍ଥିର ହୋଇ ରହିଥିବା ବେଳେ ଅନ୍ୟ ଏକ ଗାଡି ସେମାନଙ୍କ ଗାଡିକୁ ଧକ୍କା ମାରିଥିଲା। ସୂଚନା ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

kanwariyas vehicle hit by another vehicle

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.