ETV Bharat / bharat

ଉଭୟ ସଚିନ ପାଇଲଟ ଓ ଅଶୋକ ଗେହଲଟ କଂଗ୍ରେସର ଆସେଟ୍‌: ରାହୁଲ ଗାନ୍ଧୀ - ଅଶୋକ ଗେହଲଟ ସଚିନ ପାଇଲଟ

ରାହୁଲ ଗାନ୍ଧୀ ଆଜି ଭାରତ ଯୋଡ଼ ଯାତ୍ରା (Bharat Jodo Yatra mp)ସମୟରେ ଇନ୍ଦୋରରେ ପ୍ରେସବାର୍ତ୍ତା କରିଛନ୍ତି । ଯେଉଁ ଠାରେ ସେ ଅନେକ ପ୍ରଶ୍ନର ଉତ୍ତରରେ ବିଜେପିକୁ ସମାଲୋଚନା କରିଛନ୍ତି । ଏହା ବ୍ୟତୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଚାଲୁଥିବା ଶୀତଳଯୁଦ୍ଧ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି (Rahul statement on sachin pilot and ashok gehlot )। ଅଧିକ ପଢନ୍ତୁ

Bharat Jodo Yatra raising voice of the nation, says Congress leader Rahul Gandhi.
ଗେହଲଟ-ପାଇଲଟ ଶୀତଳଯୁଦ୍ଧକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା
author img

By

Published : Nov 28, 2022, 7:50 PM IST

ଭୋପାଳ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ବଢୁଥିବା ବିବାଦକୁ ନେଇ ସୋମବାର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ କହିଛନ୍ତି ଉଭୟ ଗେହଲଟ ଓ ପାଇଲଟ କଂଗ୍ରେସର ଆସେଟ୍‌ ଅର୍ଥାତ ସମ୍ପତ୍ତି । ସୋମବାର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରା ସମୟରେ ଏକ ସାମ୍ବିଦାକ ସମ୍ମିଳନୀକୁ ସମ୍ବୋଧିତ କରି ଏହା କହିଛନ୍ତି ରାହୁଲ । କିଛି ଦିନ ଥମିବାପରେ ପୁଣି ଏହି ବିବାଦ ମୁଣ୍ଡ ଟେକିଛି ।

ଗେହଲଟ-ପାଇଲଟ ଶୀତଳଯୁଦ୍ଧକୁ ନେଇ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା

ରାଜସ୍ଥାନ କଂଗ୍ରେସର ଦୁଇ ପ୍ରମୁଖ ନେତାଙ୍କ ମଧ୍ୟ ସବୁକିଛି ଠିକ୍‌ ନଥିବା ବହୁ ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା । ମାତ୍ର ଦଳୀୟ ନେତୃତ୍ବ ଏହାକୁ ଅସ୍ବୀକାର କରୁଥିଲେ । ମାତ୍ର ଦଳୀୟ ଅନ୍ତଃକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡୁଛି ଓ କେଉଁ ମୂହୂର୍ତ୍ତରେ ଏକ ବିସ୍ଫୋରଣର ରୂପ ନେବ ଆକଳନ କରିବା କଷ୍ଟକର । ରାହୁଲ କିନ୍ତୁ ବହୁ ଚତୁରତାର ସହ ରାଜସ୍ଥାନ କଂଗ୍ରେସର ଦୁଇ ନେତାଙ୍କ ବିବାଦ ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । ରାହୁଲ ସ୍ପଷ୍ଟ କରିଥିଲେ ଯେ, "ଏହି ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ ମୁଁ ଏପରି କିଛି କହିବିନାହିଁ ଯାହା କୌଣସି ବିବାଦ ସୃଷ୍ଟି କରିବ । କେବଳ ଏତିକି କହିପାରିବି ଉଭୟ ସଚିନ ପାଇଲଟ ଓ ଅଶୋକ ଗେହଲଟ କଂଗ୍ରେସର ଆସେଟ୍‌ ।"

ସୂଚନାଯୋଗ୍ୟ ଯେ, ଭାରତ ଯୋଡ଼ ଯାତ୍ରା ଯାହା ଏବେ ମଧ୍ୟପ୍ରଦେଶରେ ରହିଛି, ସୂଚୀ ଅନୁଯାୟୀ ଡିସେମ୍ବର ୪ରେ ରାଜସ୍ଥାନରେ ପ୍ରବେଶ କରିବ । ସେହିପରି ମଧ୍ୟପ୍ରଦେଶରେ ଯେଉଁ କଂଗ୍ରେସ ବିଧାୟକ ଦଳ ଛାଡି ବିଜେପିରେ ମିଶିବାପରେ ୨୦୨୦ରେ କମଲନାଥ ସରକାର ଭାଙ୍ଗିଯାଇଥିଲା, ସେମାନଙ୍କୁ ପୁନର୍ବାର ଦଳରେ ସ୍ଥାନ ଦିଆଯିବା ଉଚିତ୍‌ ନୁହେଁ ବୋଲି କହିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, "ଯଦିଓ ମଧ୍ୟପ୍ରଦେଶ ନେତୃତ୍ବ ଏହି ବିଷୟ ଉପରେ ବିଚାର କରିବେ, କିନ୍ତୁ ମୋର ପ୍ରସ୍ତାବ ଏହା ଯେ ଯେଉଁ ବିଧାୟକମାନେ ବିଜେପି ଠାରୁ ଟଙ୍କା ନେଇ କଂଗ୍ରେସ ସରକାର ଭାଙ୍ଗିବାରେ ସହାୟତା କରିଛନ୍ତି ସେମାନଙ୍କୁ ପୁନର୍ବାର ସ୍ଥାନ ନ ମିଳିବା ଉଚିତ୍‌ । ଏହା ମୋର ବ୍ୟକ୍ତିଗତ ମତ, କିନ୍ତୁ ସେମାନଙ୍କୁ ବିଜେପି କିଣି ନେଇଛି । ସେଥିପାଇଁ ସେମାନେ ବିଶ୍ବାସଯୋଗ୍ୟ ନୁହଁନ୍ତି ।"

ସାମ୍ବାଦିକ ସମ୍ମିଳନୀ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ ସାଧାରଣ ବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଥିଲେ ରାହୁଲ ଗାନ୍ଧୀ । ଏହି ପ୍ରଶ୍ନକୁ ଏଡାଇଯିବା ସହ ରାହୁଲ କହିଥିଲେ, "ଏବେ ମୋର ସଂପୂର୍ଣ୍ଣ ଫୋକସ ଭାରତ ଯୋଡ଼ ଯାତ୍ରା ଉପରେ ରହିଛି, ଏବେ କୌଣସି ରାଜନୈତିକ ପ୍ରସଙ୍ଗରେ ନୁହେଁ । ମୁଁ ଏହାର ଉତ୍ତର ପରବର୍ତ୍ତୀ ସମୟରେ ନିଶ୍ଚୟ ରଖିବି ।"

ସେ ଆହୁରି କହିଥିଲେ ଯେ, "ଭାରତ ଯୋଡ଼ ଯାତ୍ରା ସମୟରେ କୌଣସି ରାଜନୈତିକ ପ୍ରସଙ୍ଗ କିମ୍ବା ଦଳ କଥା ଚିନ୍ତା କରୁନାହିଁ । ମୁଁ ଦିନକୁ ୨୫ କିଲୋମିଟର ଚାଲୁଛି ଓ ଲୋକଙ୍କ କଥା ଶୁଣୁଛି ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.