ETV Bharat / bharat

କୋଭିସିଲ୍ଡ ପରେ କମିଲା କୋଭାକ୍ସିନ ଟିକା ଦର

ସେରମ ପରେ ଟିକାର ମୂଲ୍ୟ ହ୍ରାସକଲା ଅନ୍ୟତମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ । ଅଧିକ ପଢନ୍ତୁ...

author img

By

Published : Apr 29, 2021, 6:30 PM IST

Updated : Apr 29, 2021, 6:50 PM IST

ହ୍ରାସ ପାଇଲା କୋଭ୍ୟାକ୍ସିନ ଦର, ଏଣିକି 6 ସହ ପରିବର୍ତ୍ତେ 4 ଶହରେ କିଣିବେ ରାଜ୍ୟ

ନୂଆଦିଲ୍ଲୀ: ସେରମ ପରେ ଟିକାର ମୂଲ୍ୟ ହ୍ରାସକଲା ଅନ୍ୟତମ ସ୍ବଦେଶୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବୋୟୋଟେକ । କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇଥିବା କୋଭାକ୍ସିନ ଏବେ 4 ଶହ ଟଙ୍କାରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦେବା ନେଇ ନିଷ୍ପତ୍ତି ନେଇଛି ପ୍ରସ୍ତୁତକାରୀ କମ୍ପାନୀ ‘ଭାରତ ବାୟୋଟେକ’ । ଏନେଇ କମ୍ପାନୀ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି ।

ପୂର୍ବରୁ ରାଜ୍ୟମାନଙ୍କ ପାଇଁ 600 ଟଙ୍କା ପ୍ରତି ଡୋଜ ଧାର୍ଯ୍ୟ କରିଥିଲା କମ୍ପାନୀ । ଆଜି ଉକ୍ତ ମୂଲ୍ୟରେ 2 ଶହ ଟଙ୍କା ହ୍ରାସ କରିଛି ଭାରତ ବାୟୋଟେକ । ଏଣିକି 6 ଶହ ପରିବର୍ତ୍ତେ 4ଶହ ଟଙ୍କା ମୂଲ୍ୟରେ ରାଜ୍ୟମାନେ ପ୍ରତି ଡୋଜ କିଣିପାରିବେ । ପୂର୍ବରୁ ଅନ୍ୟତମ ପ୍ରସ୍ତୁତକାରୀ କମ୍ପାନୀ ସେରମ ମଧ୍ୟ ଏହାର ପୂର୍ବନିର୍ଦ୍ଧାରିତ ମୂଲ୍ୟରେ ହ୍ରାସ କରିଥିଲା । ପୂର୍ବରୁ କମ୍ପାନୀ ଉତ୍ପାଦିତ କୋଭିସିଲ୍ଡ ଟିକାର ପ୍ରତି ଡୋଜ 4ଶହ ଟଙ୍କାରୁ 3 ଶହକୁ ହ୍ରାସ କରିଥିଲା ।

ସେପଟେ ମେ ପହିଲାରୁ 18 ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଟିକା ପ୍ରଦାନ ଅଭିଯାନ ଆରମ୍ଭ ହେବାକୁ ଯାଉଥିବାବେଳେ କିଛି ରାଜ୍ୟ ଟିକାର ଦର ହ୍ରାସ ପାଇଁ ବାରମ୍ବାର କେନ୍ଦ୍ର ନିକଟରେ ଦାବି କରିଥିଲେ । ସର୍ବୋଚ୍ଚ କୋର୍ଟ ମଧ୍ୟ ଟିକାର ଭିନ୍ନ ଭିନ୍ନ ଦାମ ଉପରେ ପ୍ରଶ୍ନ ଉଠାଇବା ସହ ଦର ବାବାଦରେ ସ୍ପଷ୍ଟୀକରଣ ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ । ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ ସଂସ୍ଥା ସେରମ ଓ ଏବେ ଭାରତ ବାୟୋଟେକ ଟିକାର ମୂଲ୍ୟ ହ୍ରାସ ପରେ ଟିକା କ୍ରୟ ଓ ଟୀକାକରଣ ଅଭିଯାନ ତ୍ବରାନ୍ବିତ ହେବା ନେଇ ସମ୍ଭାବନା ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 29, 2021, 6:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.