ETV Bharat / bharat

କଥା ରଖିଲେ ମାନ: ଜୁଲାଇ ପହିଲାରୁ ମିଳିବ 300 ୟୁନିଟ୍‌ ମାଗଣା ବିଜୁଳି - CM Bhagwant Mann will make a big announcement today

ପଞ୍ଜାବରେ ଆପ ସରକାର ଗଠନର ଆଜି(ଶନିବାର) ମାସେ ପୁରିଛି । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ବଡ ଘୋଷଣା । ୨୦୨୨ ଜୁଲାଇ୧ରୁ ରାଜ୍ୟବାସୀ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି(300 units of free electricity)। ଅଧିକ ପଢନ୍ତୁ

ମାନ ସରକାରକୁ ମାସେ: ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜୁଲାଇ ୧ରୁ ରାଜ୍ୟବାସୀ ପାଇବେ ୩୦୦ ୟୁନିଟ ମାଗଣା ବିଜୁଳି

author img

By

Published : Apr 16, 2022, 7:32 AM IST

Updated : Apr 16, 2022, 10:32 AM IST

ଚଣ୍ତିଗଡ: ପଞ୍ଜାବରେ ଆପ ସରକାର ଗଠନର ଆଜି(ଶନିବାର) ମାସେ ପୁରିଛି । ଅର୍ଥାତ ଠିକ ଆଜିର ଦିନରେ ମାର୍ଚ୍ଚ ୧୬ ତାରିଖରେ ଆପର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଭଗୱନ୍ତ ମାନ । ଏ ଅବସରରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ରାଜ୍ୟବାସୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ୨୦୨୨ ଜୁଲାଇ ୧ରୁ ରାଜ୍ୟବାସୀ ୩୦୦ ୟୁନିଟ ମାଗଣା ବିଜୁଳି(300 units of free electricity) ପାଇବେ ବୋଲି କହିଛନ୍ତି ପଞ୍ଜାବ ସିଏମ ।

ଏନେଇ ଗୁରୁବାର ଦିନ ଜଲନ୍ଧରରେ ଏକ ସାମ୍ବାଦିକ ସମ୍ମିଳନୀରେ ମାନ କହିଥିଲେ ଯେ 16 ତାରିଖ ଦିନ ଆମେ ପଞ୍ଜାବବାସୀଙ୍କୁ ଏକ ଭଲ ଖବର ଦେବୁ । ରାଜ୍ୟବାସୀଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଯୋଗାଇବା ନେଇ ମାନ ମଙ୍ଗଳବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ । ଉଭୟଙ୍କ ମଧ୍ୟରେ ଦିର୍ଘ ସମୟ ଧରି ଆଲୋଚନା ବି ହୋଇଥିଲା ।

ଗତ ମାସରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଆପ ପ୍ରତିଶ୍ରୃତି ଦେଇଥିଲା ଯେ ଯଦି ଆପ ପଞ୍ଜାବରେ ସରକାର ଗଢେ । ତେବେ ପ୍ରତ୍ୟକ ଘରକୁ 300 ୟୁନିଟ୍ ମାଗଣା ବିଜୁଳି ଯୋଗାଣ କରିବ । ସେହିପରି ଘରେ ଘରେ ରାସନ ପହଞ୍ଚାଇବା ଯୋଜନା(doorstep ration delivery scheme) ମଧ୍ୟ ରାଜ୍ୟରେ ଆରମ୍ଭ କରିଦେଇଛନ୍ତି ମାନ ସରକାର । ଯାହା ଆପର ପ୍ରତିଶ୍ରୃତି ପଞ୍ଜାବବାସୀଙ୍କ ପାଇଁ ଥିଲା ।

Last Updated : Apr 16, 2022, 10:32 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.