ETV Bharat / bharat

ଭବାନୀପୁର ଉପନିର୍ବାଚନ: ହାଇକୋର୍ଟ ବିଚାରପତିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା

author img

By

Published : Oct 3, 2021, 2:00 PM IST

ଉପନିର୍ବାଚନ ଫଳାଫଳ ଘୋଷଣା ପରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ପଶ୍ଚିମବଙ୍ଗ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଭବାନୀପୁର ଉପନିର୍ବାଚନ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ଅଧିକ ପଢନ୍ତୁ...

ଶାନ୍ତି ଶୃଙ୍ଖଳା ପାଇଁ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ପ୍ରିୟଙ୍କା ଟିବ୍ରେୱାଲ

କୋଲକାତା: ପଶ୍ଚିମବଙ୍ଗ ହାଇକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଭବାନୀପୁର ଉପନିର୍ବାଚନ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ । ଉପନିର୍ବାଚନ ଫଳ ଘୋଷଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଶାନ୍ତି ଶୃଙ୍ଖଳା ପାଇଁ ଆଗୁଆ ସତର୍କ ରହିବା ସହ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେବାକୁ ପୋଲିସ କର୍ମଚାରୀଙ୍କ ସହଯୋଗ ଲୋଡିଛନ୍ତି ।

ଚିଠିରେ ପ୍ରିୟଙ୍କା ଲେଖିଛନ୍ତି ଯେ, 'ମୁଁ ଭବାନୀପୁର ବିଧାନସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ଆପଣଙ୍କୁ ଚିଠି ଲେଖୁଛି, କୋଲକାତା ପୋଲିସ ବାହିନୀକୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରିବାକୁ କଡା ନିର୍ଦ୍ଦେଶ ଦେବାକୁ ଅନୁରୋଧ କରୁଛି, ଯାହା ଦ୍ବାରା ଆମେ କୌଣସି ପ୍ରକାର ହିଂସାର ସାମ୍ନା କରିବା ନାହିଁ ।'

ମେ’ ମାସରେ ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପଶ୍ଚିମବଙ୍ଗରେ ଘଟିଥିବା ହିଂସା ଘଟଣା ବିଷୟରେ ଉଲ୍ଲେଖ କରି ପ୍ରିୟଙ୍କା ଟିବ୍ରେୱାଲ କହିଛନ୍ତି ଯେ, ମେ' 2 ରେ ସମଗ୍ର ବଙ୍ଗଳାରେ ଘଟିଥିବା ହତ୍ୟାକାଣ୍ଡ ସ୍ପଷ୍ଟ ସାକ୍ଷୀ ରହିଛୁ, ଯାହା ସମଗ୍ର ଦେଶ ଜାଣିଛି । ଏବେ ମଧ୍ୟ ଟିଏମସିର ଘୃଣ୍ୟ କାଣ୍ଡକୁ ଭୁଲି ହୋଇନାହିଁ ।

'ସେବେର ସେହି ଘୃଣ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଏହି ଉପନିର୍ବାଚନ ପାଇଁ ଜଣେ ପ୍ରାର୍ଥୀ ଭାବରେ ନମ୍ରତାର ସହ ଅନୁରୋଧ କରୁଛି ଯେ, ଆପଣ ସମସ୍ତ ସରକାରୀ କାର୍ଯ୍ୟନିର୍ବାହୀ ବିଭାଗକୁ ଅତ୍ୟଧିକ ସତର୍କତାମୂଳକ ପଦକ୍ଷେପ ନେବାକୁ କଠୋର ନିର୍ଦ୍ଦେଶ ଦିଅନ୍ତୁ । ଯେପରି କୌଣସି ନିରୀହ ଜୀବନ ନଷ୍ଟ ହେବ ନାହିଁ କିମ୍ବା ଯୌନ ଅପରାଧ ଘଟିବ ନାହିଁ ।'

ଅନ୍ୟପଟେ ପ୍ରତି ରାଉଣ୍ଡ ଭୋଟ ଗଣତିରେ ମୁଖ୍ୟମନ୍ତ୍ରୀ ମମତା ଟିବ୍ରେୱାଲଙ୍କ ଠାରୁ ଆଗରେ ରହୁଛନ୍ତି । ମମତାଙ୍କ ସମର୍ଥକ ମଧ୍ୟ ଏହାପରେ ବିଭିନ୍ନ ସ୍ଥାନରେ ବାଣ ଫୁଟାଇ ରଙ୍ଗ ଲଗାଇ ଉତ୍ସବ ମନାଇବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.