ETV Bharat / bharat

ବୋରଓ୍ବେଲରେ ଫସିଛି 6 ବର୍ଷର ବାଳକ, ରେସକ୍ୟୁ ଅପରେସନ ଜାରି

ଛତିଶଗଡ ପରେ ମଧ୍ୟ ପ୍ରଦେଶରେ ବୋରଓ୍ବେଲ ଅଘଟଣ । ଖୋଳାଯାଉଥିବା ବୋରଓ୍ବେଲରେ 50ଫୁଟ ଗଭୀରରେ ଫସିଛି 6ବର୍ଷର ବାଳକ (child fell in borewell)। ଜାରି ରହିଛି ରେସ୍କ୍ୟୁ ଅପରେସନ । ଅଧିକ ପଢନ୍ତୁ

author img

By

Published : Dec 6, 2022, 10:23 PM IST

50 ଫୁଟ ଗଭୀର ବୋରଓ୍ବେଲରେ ଫସିଛି 6 ବର୍ଷର ବାଳକ, ରେସକ୍ୟୁ ଅପରେସନ ଜାରି

ହାଇଦ୍ରାବାଦ: ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲାରେ ଏକ ବୋରଓ୍ବେଲରେ ଜଣେ 6ବର୍ଷୀୟ ବାଳକ ଖସି ପଡିଛି (child fell in borewell)। ବୋରଓ୍ବେଲର ଗଭୀର 400 ଫୁଟ ହୋଇଥିବା ବେଳେ ପ୍ରାୟ 50ଫୁଟ ଗଭୀରରେ ବାଳକଟି ଫସିରହିଛି । ବାଳକଟିର କଣ୍ଠସ୍ବର ମଧ୍ୟ ଶୁଣାଯାଉଛି । ସ୍ଥାନୀୟ ପ୍ରଶାସନ ଓ ରେସକ୍ୟୁ ଟିମ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ ଆରମ୍ଭ କରିଛନ୍ତି ।

ଘଟଣାଟି ଆଜି (ମଙ୍ଗଳବାର) ସଂଧ୍ୟାରେ ଘଟିଛି । ସ୍ଥାନୀୟ ମାଣ୍ଡଭି ଗ୍ରାମରେ ତନ୍ମୟ ନାମକ ଜଣେ 6ବର୍ଷୀୟ ବାଳକ ଖେଳୁଥିବା 400 ଫୁଟ ଗଭୀର ବୋରୱେଲରେ ଖସି ପଡିଥିଲା । କିଛି ସମୟ ପରେ ବୋରଓ୍ବେଲ ଭିତରୁ ତାର ଚିତ୍କାର ଶୁଣି ଗ୍ରାମବାସୀ ଏସମ୍ପର୍କରେ ଜାଣିବାକୁ ପାଇଥିଲେ । ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ସୂଚନା ଦିଆଯାଇଥିଲା । ପୋଲିସ ପ୍ରଶାସନିକ ଅଧିକାରୀ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ପହଞ୍ଚି ବାଳକଟିକୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ତେବେ ତନ୍ମୟର ପିତା ସୁନୀଲ ଚାଷ କାମ ପାଇଁ ପ୍ରାୟ 8ଦିନ ପୂର୍ବରୁ ନିଜ ଘର ନିକଟବର୍ତ୍ତୀ କ୍ଷେତରେ 400 ଫୁଟ ଗଭୀର ବୋରଓ୍ବେଲ ଖୋଳିବା କାମ ଆରମ୍ଭ କରିଥିଲେ । ତେବେ ତନ୍ମୟ ଖେଳୁଥିବା ବେଳେ ବୋରଓ୍ବଲ ମଧ୍ୟରୁ ଖସି ପଡିଥିଲା । ବର୍ତ୍ତମାନ ସୁଦ୍ଧା ଉଦ୍ଧାର ଅପରେସନ ଜାରି ରହିଛି । ନିକଟରେ ସମାନ୍ତରଳ ଭାବେ ଏକ ଗାତ ଖୋଳାଯାଇ ତାକୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଛି ଉଦ୍ଧାରକାରୀ ଟିମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.