ETV Bharat / bharat

୯ଶହ କର୍ମଚାରୀଙ୍କୁ ଛଟେଇ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ଗଲେ ବେଟର ଡଟ୍‌କମ୍‌ ସିଇଓ

author img

By

Published : Dec 12, 2021, 3:51 PM IST

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଗଲେ ବେଟର ଡଟ୍‌କମ୍‌(better.com)ର ଭାରତୀୟ ବଂଶୋଦ୍ଭବ ସିଇଓ(CEO) ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶାଳ ଗର୍ଗ(Bishal garg) । ଅଧିକ ପଢ଼ନ୍ତୁ

୯ଶହ କର୍ମଚାରୀଙ୍କୁ ଛଟେଇ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ଗଲେ ବେଟର ଡଟ୍‌କମ୍‌ ସିଇଓ
୯ଶହ କର୍ମଚାରୀଙ୍କୁ ଛଟେଇ: ଅନିର୍ଦ୍ଦିଷ୍ଟ କାଳ ଯାଏଁ ଛୁଟିରେ ଗଲେ ବେଟର ଡଟ୍‌କମ୍‌ ସିଇଓ

ନ୍ୟୁୟର୍କ: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଗଲେ ବେଟର ଡଟ୍‌କମ୍‌(better.com)ର ଭାରତୀୟ ବଂଶୋଦ୍ଭବ ସିଇଓ(CEO) ବା କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଶାଳ ଗର୍ଗ( Vishal Garg) । ଗତ କିଛିଦିନ ପୂର୍ବରୁ ସେ ଏଭଳି କିଛି କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କମ୍ପାନୀର ୯ଶହ କର୍ମଚାରୀଙ୍କୁ ଭିଡିଓ କଲ୍‌ ମାଧ୍ୟମରେ ଛଟେଇ କରିଥିଲେ ବିଶାଲ । ଏହି ଖବର ଭାଇରାଲ ହେବା ପରେ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

ଏହା ବି ପଢ଼ନ୍ତୁ Zoom callରେ ୯୦୦ କର୍ମଚାରୀଙ୍କୁ ଛଟେଇ, କ୍ଷମା ମାଗିଲେ CEO

ଏହି ଖବର ପ୍ରସାର ହେବା ପରେ ଛଟେଇ ହୋଇଥିବା ପ୍ରତ୍ୟେକ କର୍ମଚାରୀଙ୍କ ନିକଟକୁ ପତ୍ର ଲେଖି କ୍ଷମା ପ୍ରାର୍ଥନା କରିଥିଲେ ବେଟର ଡଟ୍‌କମ୍‌ର ୪୩ ବର୍ଷୀୟ ସିଇଓ ବିଶାଳ ଗର୍ଗ । ଗତ ସପ୍ତାହରେ ଏହିଭଳି ଭାବରେ କମ୍ପାନୀର ୧୦ ପ୍ରତିଶତ କର୍ମଚାରୀଙ୍କ ଛଟେଇ ହୋଇଥିଲା । ସମସ୍ତ ଛଟେଇ ଜୁମ୍‌ ଭିଡିଓ କଲ୍‌ ମାଧ୍ୟମରେ ହୋଇଥିଲା । ୩ ମିନିଟ୍‌ରୁ ବି କମ ସମୟର ଏହି ଭିଡିଓ କଲ୍‌ରେ ୯ଶହ ଜଣଙ୍କୁ ଚାକିରୀରୁ ବିଦା କରାଯାଇଥିଲା । ଏହାପୂର୍ବରୁ ମଧ୍ୟ ବିଶାଲଙ୍କ ବ୍ୟବହାରକୁ ନେଇ କର୍ମଚାରୀମାନେ ଅସନ୍ତୁଷ୍ଟ ରହିଥିଲେ ।

ସଫେଇରେ କୁହାଯାଇଥିଲା ଯେ, ଜଣେ ତୃତୀୟ ପକ୍ଷ ଏହି କମ୍ପାନୀ ମାଲିକାନା ନେଉଛି । ସେହି ତୃତୀୟ ପକ୍ଷର କାର୍ଯ୍ୟାବଳୀ ନିର୍ଦ୍ଦେଶକ୍ରମେ ବା କମ୍ପାନୀରେ କିଛି ନୂଆ ସଂସ୍କାର ଆଣିବାକୁ ଏଭଳି ପଦକ୍ଷେପ ନିଆଯାଇଛି । ଗତ ଡିସେମ୍ବର ୧ ତାରିଖରେ ଏହି ଘଟଣା ଘଟିଥିଲା ।

ଭିଡିଓ କଲ୍‌ କରି ବିଶାଲ ଗର୍ଗ କହିଥିଲେ ଯେ, "ଯଦି ଆପଣ ଏହି କଲ୍‌ ଗ୍ରୁପ୍‌ରେ ଅଛନ୍ତି ତେବେ ଆଜି ଆପଣଙ୍କ ଦୁର୍ଭାଗ୍ୟ । ଆପଣମାନଙ୍କ ଚାକିରୀ ଆଜିଠାରୁ ଟର୍‌ମିନେଟ କରାଯାଉଛି । ମାର୍କେଟ ସ୍ଥିତି ବଦଳିବାରେ ଲାଗିଛି ଆପଣମାନେ ଜାଣିଛନ୍ତି । କମ୍ପାନୀ ବଞ୍ଚାଇ ରଖିବାକୁ ଏଭଳି କରିବାକୁ ପଡ଼ିଛି । "

ଲିଙ୍କ୍‌ଡିନ୍‌ରେ ଏହି କମ୍ପାନୀ ନିକଟରେ ହିଁ ଟପ୍‌ରେ କମ୍ପାନୀମାନଙ୍କ ମଧ୍ୟରେ ସ୍ଥାନ ପାଇଥିଲା । ଏହାପରେ ବିଶାଲ ଗର୍ଗଙ୍କ ଏଭଳି ପଦକ୍ଷେପ କମ୍ପାନୀର ସମ୍ମାନରେ(Good will) ଆଞ୍ଚ୍‌ ଆଣଥିଲା । ଏହାକୁ ହୃଦୟଙ୍ଗମ କରି ସ୍ବତଃ ପ୍ରବୃତ୍ତ ଭାବରେ ବିଶାଳ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ଯାଇଛନ୍ତି । ତାଙ୍କ ସ୍ଥାନରେ ନୂଆ କାର୍ଯ୍ୟ ନିର୍ବାହୀ ଅଧିକାରୀ କମ୍ପାନୀର ସମସ୍ତ କାର୍ଯ୍ୟ ସମ୍ଭାଳିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.