ETV Bharat / bharat

ବିବାହର 3ବର୍ଷ ପରେ ପଦାକୁ ଆସିଲା ସତ, ସ୍ୱାମୀ ସମଲିଙ୍ଗୀ ଅଭିଯୋଗ ଆଣିଲେ ମହିଳା - ଶାଶୁଘରର ସମସ୍ତ ସଦସ୍ୟଙ୍କ ନାଁରେ ଏତଲା

ବିବାହର 3 ବର୍ଷ ପରେ ସ୍ୱାମୀଙ୍କର ସମଲିଙ୍ଗୀ ସମ୍ପର୍କ ଥିବା ଜାଣିବାକୁ ପାଇଛନ୍ତି ମହିଳା । ଯାହାକୁ ନେଇ ସେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଧିକ ପଢନ୍ତୁ

ସ୍ୱାମୀ ସମଲିଙ୍ଗୀ ହୋଇଥିବା ଅଭିଯୋଗ
ସ୍ୱାମୀ ସମଲିଙ୍ଗୀ ହୋଇଥିବା ଅଭିଯୋଗ
author img

By

Published : Aug 17, 2023, 4:49 PM IST

ବେଙ୍ଗାଲୁରୁ: ବିବାହର 3 ବର୍ଷ ପରେ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ପତ୍ନୀ । ସ୍ବାମୀ ସମଲିଙ୍ଗୀ ହୋଇଥିବା ନେଇ ଥାନାରେ ଅଭିଯୋଗ ଆଣିଛନ୍ତି ପତ୍ନୀ। ଅଭିଯୋଗ ଅନୁସାରେ, ସ୍ବାମୀଙ୍କ ମୋବାଇଲ ଯାଞ୍ଚ କରିବା ପରେ ତାଙ୍କର ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ଥିବା ଜାଣିବାକୁ ପାଇଥିଲେ ପତ୍ନୀ। ଯାହାକୁ ନେଇ ସ୍ବାମୀଙ୍କ ସମେତ ଶାଶୁଘରର ସମସ୍ତ ସଦସ୍ୟଙ୍କ ନାଁରେ ସେ କର୍ଣ୍ଣାଟକ ରାଜଧାନୀ ସ୍ଥିତ ଜ୍ଞାନଭାରତୀ ଥାନାରେ ଅଭିଯୋଗ ଆଣିଛନ୍ତି ।

ସୂଚନା ଅନୁସାରେ, ଅଭିଯୋଗକାରୀ ମହିଳା ଜଣକ ଏକ ମଲ୍ଟି ନାସନାଲ କମ୍ପାନୀରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ସହ ବିବାହ କରିଥିଲେ । ହେଲେ ବିବାହକୁ ବର୍ଷ ପରେ ବର୍ଷ ବିତି ଯାଇଥିଲେ ସୁଦ୍ଧା ଶାରୀରିକ ସମ୍ପର୍କ ରଖିବାକୁ ଅନିଚ୍ଛା ପ୍ରକାଶ କରିଥିଲେ ମହିଳାଙ୍କ ସ୍ବାମୀ । ବିବାହକୁ 3 ବର୍ଷ ବିତିଯିବା ପରେ ମଧ୍ୟ ସ୍ଥିତିରେ ସୁଧାର ଆସିନଥିଲା। ନାନା ଆଳ ଦେଖାଇ ପତ୍ନୀଙ୍କଠୁ ଦୂରେଇ ରହୁଥିଲେ ସଂପୃକ୍ତ ବ୍ୟକ୍ତି। ଯାହାକୁ ନେଇ ପତ୍ନୀଙ୍କ ମନରେ ସନ୍ଦେହ ଉପୁଜିଥିଲା। ଅନେକ ଥର ସନ୍ତାନ ସନ୍ତତି ବାବଦରେ ପତ୍ନୀ ଆଲୋଚନା କରିଥିଲେ ମଧ୍ୟ ସ୍ବାମୀଙ୍କ ବ୍ୟବହାରରେ କୌଣସି ପ୍ରକାର ପରିବର୍ତ୍ତନ ହୋଇନଥିଲା। ଏପରିକି ସ୍ବାମୀଙ୍କ ସାନଭାଇଙ୍କ ବିବାହ ହୋଇ ତାଙ୍କର ଏକ ସନ୍ତାନ ଜନ୍ମ ନେବା ପରେ ବି ଅଭିଯୋଗକାରୀ ମହିଳାଙ୍କ କୋଳଶୂନ୍ୟ ରହିଥିଲା ।

ଏହା ମଧ୍ୟ ପଢନ୍ତୁ...କିନ୍ନରକୁ ପ୍ରତାରଣା, 4 ବର୍ଷ ସମ୍ପର୍କ ରଖିବା ପରେ ଟଙ୍କା ସୁନା ଧରି ସ୍ବାମୀ ଫେରାର

ଯାହାକୁ ନେଇ ସନ୍ଦେହ ବଢିବାରୁ ପତ୍ନୀ ଜଣଙ୍କ ସ୍ବାମୀଙ୍କ ମୋବାଇଲ ଚେକ୍ କରିବା ଆରମ୍ଭ କରିଥିଲେ। ହ୍ୱାଟସାପ, ଫେସବୁକ, ମେସେଞ୍ଜର ଆଦି ସୋସିଆଲ ମିଡିଆ ପ୍ଲାଟଫର୍ମ ଚେକ୍ କରିବା ବେଳେ ମହିଳାଙ୍କ ପାଦ ତଳୁ ମାଟି ଖସି ପଡିଥିଲା। ସ୍ବାମୀଙ୍କର ପୁରୁଷବନ୍ଧୁ ରହିଥିବା ସେ ଜାଣିବାକୁ ପାଇଥିଲେ। ଅନେକ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ମଧ୍ୟ ଦେଖିବାକୁ ପାଇଥିଲେ ସେ । ଯାହା ଦେଖିବା ପରେ ସେ ଭାଙ୍ଗି ପଡିଥିଲେ। ସମଲିଙ୍ଗୀ ସମ୍ପର୍କ ଥିବା କଥା ଜାଣିବା ପରେ ସ୍ବାମୀଙ୍କୁ ଏ ବାବଦରେ ପଚାରିଥିଲେ। ହେଲେ ଏ ବିଷୟରେ କାହାରିକୁ କହିଲେ ଜୀବନ ହାରିଦେବେ ବୋଲି ସ୍ବାମୀ ପତ୍ନୀଙ୍କୁ ଧମକ ଦେଇଥିଲେ।

ଯାହାକୁ ନେଇ ନିରାଶ ହୋଇ ଶାଶୁଘର ଲୋକଙ୍କ ଆଗରେ ସମସ୍ତ କଥା କହିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ତେବେ ପୁଅର ସମଲିଙ୍ଗୀ ସମ୍ପର୍କ କଥା ଜାଣି ସୁଦ୍ଧା ଯୌତୁକ ବାବଦରେ ପ୍ରାୟ 160 ଗ୍ରାମର ସୁନାଗହଣା ସହ ଅନ୍ୟାନ୍ୟ ସାମଗ୍ରୀ ନେଇ ପୁଅର ବିବାହ କରାଇଥିଲେ ପିତାମାତା। ହେଲେ ପରବର୍ତ୍ତୀ ସମୟରେ ବୋହୂ ଆଣିଥିବା ଅଭିଯୋଗକୁ ମଧ୍ୟ ସେମାନେ ଅଣଦେଖା କରିଦେଇଥିଲେ। ଯେଉଁଥିପାଇଁ ସୃଷ୍ଟି ହୋଇଥିବା ଏହି ପାରିବାରିକ କଳହ ବର୍ତ୍ତମାନ ଥାନାରେ ପହଞ୍ଚିଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.