ETV Bharat / bharat

ବେଙ୍ଗାଲୁରୁ ଭୂତଳ ମେଟ୍ରୋ ପ୍ରକଳ୍ପ କାମ ବେଳେ ହଠାତ ଧସିଲା ରାସ୍ତା, ଜଣେ ଆହତ - ବେଙ୍ଗାଲୁରୁରେ ଧସିଲା ରାସ୍ତା

ବେଙ୍ଗାଲୁରୁରେ ପୁଣି ଭୂତଳ ମେଟ୍ରୋ ପ୍ରକଳ୍ପ କାମ ବେଳେ ଅଘଟଣ । ହଠାତ ରାସ୍ତା ଧସି ଜଣେ ବାଇକ ଆରୋହୀ ଆହତ । ଦୁଇ ଦିନ ତଳେ ନିର୍ମାଣାଧୀନ ପିଲାର ଭୁଶୁଡି ପ୍ରାଣ ହରାଇଥିଲେ ମାଆ ଓ ଶିଶୁ । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ଭୂତଳ ମେଟ୍ରୋ ପ୍ରକଳ୍ପ ବେଳେ ହଠାତ ଧସିଲା ରାସ୍ତା, ଜଣେ ଆହତ

author img

By

Published : Jan 12, 2023, 5:03 PM IST

ହାଇଦ୍ରାବାଦ: ବେଙ୍ଗାଲୁରୁରେ ମେଟ୍ରୋ ପ୍ରକଳ୍ପ କାମ ବେଳେ ପିଲାର ଭୁଶୁଡି ଦୁଇଜଣଙ୍କ ମୃତ୍ୟୁ ହେବା ଘଟଣାକୁ 48 ଘଣ୍ଟା ପୂରି ନଥିବା ବେଳେ ପୁଣି ଏକ ଅଘଟଣ ଘଟିଛି । ସହରର ଅଶୋକ ନଗରରେ ଜାରି ରହଥିବା ଭୂତଳ ମେଟ୍ରୋ କାମ ବେଳେ ହଠାତ ରାସ୍ତା ଧସି ପଡିଛି । ମଝି ରାସ୍ତାରେ ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଏଥିରେ ଖସିପଡି ଜଣେ ବାଇକ ଆରୋହୀ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଦୁର୍ଘଟଣା ସମୟର ଦୃଶ୍ୟ ସିସିଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଛି ।

ଅଶୋକ ନଗର ଏରିଆରେ ଭୂତଳ ମେଟ୍ରୋ କାମ ଜାରି ରହିଛି । ଆଜି ପ୍ରାୟ ମଧ୍ୟାହ୍ନରେ ରାସ୍ତା ମଝିରୁ ମାଟି ଧସିଯିବା ସହ ଏକ ବିଶାଳ ଓ ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି । ସେହି ସମୟରେ ଯାଉଥିବା ଜଣେ ବାଇକ ଆରୋହୀ ଗର୍ତ୍ତ ମଧ୍ୟକୁ ଖସିପଡି ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ମଧ୍ୟ ସୂଚନା ମିଳିଛି । ଉକ୍ତ ରାସ୍ତାରେ ଗାଡି ଚଳାଚଳ ବନ୍ଦ ରଖାଯାଇ, ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ ଆରମ୍ଭ କରିଛି । ମାତ୍ର ଦୁଇ ଦିନ ପୂର୍ବରୁ ମେଟ୍ରୋ ପ୍ରକଳ୍ପର ମେଟ୍ରୋ ପ୍ରକଳ୍ପର ଏକ ପିଲାର ଖସି ପଡିବାରୁ ଜଣେ ମହିଳା ଓ ତାଙ୍କ 2 ବର୍ଷୀୟ ଶିଶୁର ମୃତ୍ୟ ହୋଇଥିଲା । ତେବେ ଆଜିର ଏହି ଅଘଟଣ ପରେ ପ୍ରକଳ୍ପ କାମ ନିମ୍ନମାନର ହେଉଥିବା ପୁଣି ଅଭିଯୋଗ ହେଉଛି ।

ଏହା ମଧ୍ୟ ପଢନ୍ତୁ:-ବେଙ୍ଗାଲୁରୁରେ ଭୁଶୁଡିଲା ନିର୍ମାଣାଧୀନ ମେଟ୍ରୋ ପିଲାର, ଚାଲିଗଲା ମା’ ଓ ଶିଶୁର ଜୀବନ

ମଙ୍ଗଳବାର ସହରର ରିଙ୍ଗରୋଡ ନିକଟ ନଗାଭାରାରେ ମେଟ୍ରୋ ପ୍ରକଳ୍ପ କାମ ଜାରି ରହିଥିବା ବେଳେ ଦୁର୍ଘଟଣା ଘଟିଥିଲା । ହଠାତ ଏକ ନିର୍ମାଣାଧୀନ ପିଲାର ରାସ୍ତା ଉପରକୁ ଭୁଶୁଡି ପଡିଥିଲା । ରାସ୍ତାରେ ଏକ ବାଇକରେ ଯାଉଥିବା ଦମ୍ପତିଙ୍କ ଉପରେ ଏହା ପଡିଥିଲା । ଏଥିରେ ଜଣେ ମହିଳା ଓ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ଚାପି ହୋଇ ପ୍ରାଣ ହରାଇଥିଲେ । ସେହିପରି ମୃତ ମହିଳାଙ୍କ ସ୍ବାମୀ ଓ ଆଉ ଜଣେ ସନ୍ତାନ ମଧ୍ୟ ଆହତ ହୋଇଥିଲେ । ଏହି ଘଟଣାରେ ନିମ୍ନମାନର କାର୍ଯ୍ୟ ଚାଲିଥିବା ଅଭିଯୋଗରେ ବୋମ୍ମାଇ ସରକାରକୁ ବିରୋଧୀ ସମାଲୋଚନା କରିଥିଲେ । 10ଲକ୍ଷ ଟଙ୍କାର କ୍ଷତିପୂରଣ ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ।

ସେହିପରି ମୃତ ମହିଳାଙ୍କ ପରିବାର ସଦସ୍ୟ ସମ୍ପୃକ୍ତ କାମର ଟେଣ୍ଡର ନେଇଥିବା ନିର୍ମାଣକାରୀ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଅଘଟଣ ପରେ ବେଙ୍ଗାଲୁରୁ ମେଟ୍ରୋ ରେଳ ନିଗମ ଲିମିଟେଡର ମହାନିର୍ଦ୍ଦେଶକ ଅଞ୍ଜୁମ ପରଭେଜ ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିବା ସହ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନେଇ ପ୍ରତିଶୃତି ମଧ୍ୟ ଦେଇଥିଲେ । ହେଲେ ତାର ମାତ୍ର ଦୁଇଦିନ ପରେ ପୁଣି ଏପରି ଅଘଟଣ, ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟର ଗୁଣବତ୍ତା ନେଇ ବଡ ପ୍ରଶ୍ନ ସୃଷ୍ଟି କରିଛି । ଆଖପାଖ ଅଞ୍ଚଳବାସୀ ଏବେ ଭୟଭୀତ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.