ETV Bharat / bharat

Bengaluru airport: ଖମ୍ବରେ ପିଟିହେଲା ବସ, 10 ଯାତ୍ରୀ ଆହତ

author img

By

Published : Jun 18, 2023, 4:48 PM IST

ବେଙ୍ଗାଲୁରୁ ବିମାନ ବନ୍ଦର ଭିତରେ ଖମ୍ବରେ ପିଟିହେଲା ବସ । 10 ଯାତ୍ରୀ ଆହତ । ଟର୍ମିନାଲ 1 ରୁ ଟର୍ମିନାଲ 2କୁ ବସରେ ଯାଉଥିଲେ ଯାତ୍ରୀ । ଅଧିକ ପଢନ୍ତୁ

Bengaluru airport: ଖମ୍ବରେ ପିଟିହେଲା ବସ, 10 ଯାତ୍ରୀ ଆହତ
Bengaluru airport: ଖମ୍ବରେ ପିଟିହେଲା ବସ, 10 ଯାତ୍ରୀ ଆହତ

ବେଙ୍ଗାଲୁରୁ: କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଏକ ବସ୍‌ ଦୁର୍ଘଟଣା ଘଟିଛି । ବିମାନ ବନ୍ଦର ଭିତରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଖମ୍ବରେ ପିଟିହେବା ଫଳରେ 10 ଯାତ୍ରୀ ଆହତ ହୋଇଛନ୍ତି । ବସରେ କ୍ର୍ୟୁ' ସଦସ୍ୟଙ୍କ ସହ ମୋଟ 17 ଯାତ୍ରୀ ଥିଲେ । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 5 ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ ମଧ୍ୟ କରାଯାଇ ସାରିଥିବା ବିମାନ ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ବିମାନ ବନ୍ଦରର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବସ୍‌ରେ ଏହି ଯାତ୍ରୀମାନଙ୍କୁ ଟର୍ମିନାଲ-1ରୁ ଟର୍ମିନାଲ-2 କୁ ନିଆଯାଉଥିଲା ।ସମୟ ସକାଳ 5ଟା ବେଳେ ବସ୍‌ରେ ଦୁଇ ଜଣ କ୍ର୍ୟୁ ସଦସ୍ୟଙ୍କ ସହ ମୋଟ 17 ଜଣ ଯାତ୍ରୀ ଏହି ବସରେ ଯାତ୍ରା କରୁଥିଲେ । ବସଟି ଆରାଇଭାଲ ଏକଜିଟ ରୋଡରେ ଏକ ଖମ୍ବ ସହ ଧକ୍କା ଖାଇଥିଲା । ଏଥିରେ 10 ଜଣ ଯାତ୍ରୀ ଆହତ ହୋଇଥିଲେ । ବସର ସମ୍ମୁଖ ଭାଗଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ତୁରନ୍ତ ଯାତ୍ରୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ 5 ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି । ଅନ୍ୟ କିଛି ଏବେ ମଧ୍ୟ ହସ୍ପିଟାଲରେ ଅଛନ୍ତି । କେହି ଯାତ୍ରୀ ଗୁରୁତର ହୋଇନାହାନ୍ତି, କେବଳେ ଚିକିତ୍ସା ପରେ ବିଶ୍ରାମ ନେଉଛନ୍ତି ।

ବିମାନ ବନ୍ଦରରେ ଯାତ୍ରୀ ସେବା ସାମୟିକ ସମୟ ପାଇଁ ପ୍ରଭାବିତ ହେବା ପରେ ପୁଣି ସ୍ବାଭାବିକ ହୋଇଥିଲା । ଦେଶର ବ୍ୟସ୍ତବହୁଳ ବିମାନ ବନ୍ଦର ମଧ୍ୟରୁ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଅନ୍ୟତମ । ଏଠାରେ ଟର୍ମନାଲ 1 ରୁ ଟର୍ମିନାଲ 2 ମଧ୍ୟର ପ୍ରାୟ ଏକ କି.ମିରୁ ମଧ୍ୟ କମ ଦୂରତା ଥିବା ବେଳେ ବସ ଯୋଗେ ଯାତ୍ରୀଙ୍କୁ ନିଆଯାଇଥାଏ । କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବସଟି ଦୃତଗତିରେ ନୁହେଁ ବରଂ ସ୍ବାଭାବିକ ବେଗରେ ଥିଲା । ହେଲେ ଡ୍ରାଇଭରଙ୍କ ଅସାବଧାନତାଃ କିମ୍ବା ଆଖି ଲାଗିଯିବାରୁ ବସଟି ଖମ୍ବରେ ଧକ୍କା ଖାଇଥିଲା । ସେଠାରେ ଥିବା ଅନ୍ୟ ଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀ ଯାତ୍ରୀଙ୍କୁ ହସ୍ପିଟାଲ ପଠାଇଥିଲେ । ଆହତଙ୍କ ମଧ୍ୟରେ କେହି ଗୁରୁତର ମଧ୍ୟ ନଥିଲେ । ଏବେ ଏହି ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବିମାନ ବନ୍ଦର କର୍ତ୍ତୃପକ୍ଷ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.