ETV Bharat / bharat

Maharashtra-Karnataka Border Dispute: ମହାରାଷ୍ଟ୍ର ମନ୍ତ୍ରୀ ଓ ସାଂସଦଙ୍କ ପ୍ରବେଶ ଉପରେ କଟକଣା

author img

By

Published : Dec 5, 2022, 10:51 PM IST

ମହାରାଷ୍ଟ୍ର କର୍ଣ୍ଣାଟକ ସୀମା ବିବାଦ ନେଇ ପୁଣି ବଢିଲା ଅଡୁଆ (Maharashtra karnataka border dispute) । ମହାରାଷ୍ଟ୍ର ମନ୍ତ୍ରୀ ଓ ସାଂସଦଙ୍କ ପ୍ରବେଶ ଉପରେ କଟକଣା ଜାରି କଲା ବେଲଗାଭୀ ଜିଲ୍ଲା ପ୍ରଶାସନ । ଆସନ୍ତାକାଲି ମହାରାଷ୍ଟ୍ର ନେତାଙ୍କ କାର୍ଯ୍ୟକ୍ରମକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଛି ପ୍ରୋ-କାନ୍ନଡା ସଂଗଠନ । ଅଧିକ ପଢୱନ୍ତୁ

Maharashtra karnataka border dispute: ମହାରାଷ୍ଟ୍ର ମନ୍ତ୍ରୀ ଓ ସାଂସଦଙ୍କ ପ୍ରବେଶ ଉପରେ କଟକଣା ଜାରି କଲା ବେଲଗାଭୀ ପ୍ରଶାସନ

ହାଇଦ୍ରାବାଦ: କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ଜାରି ରହିଥିବା ସୀମା ବିବାଦ ପୁଣି ଥରେ ତୀବ୍ର ହେବାରେ ଲାଗିଛି (Maharashtra karnataka border dispute)। ଏହାରି ମଧ୍ୟରେ ଆଜି (ସୋମବାର) ବେଲଗାଭୀରେ ମହାରାଷ୍ଟ୍ରର ଦୁଇଜଣ ମନ୍ତ୍ରୀ ଓ ଜଣେ ସାଂସଦଙ୍କ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛି ସ୍ଥାନୀୟ ପ୍ରଶାସନ । ସ୍ଥାନୀୟ ଜିଲ୍ଲାପାଳ ନୀତେଶ ପାଟିଲ (Belagavi DC issues order) ଦୁଇଜଣ ମହାରାଷ୍ଟ୍ର ମନ୍ତ୍ରୀ ଏବଂ ସାଂସଦଙ୍କ ବେଲଗାଭୀ ସୀମାରେ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ।

ଆସନ୍ତାକାଲି (ମଙ୍ଗଳବାର) ମହାରାଷ୍ଟ୍ର ମନ୍ତ୍ରୀ ଚନ୍ଦ୍ରକାନ୍ତ ପାଟିଲ, ଶମ୍ଭୁରାଜ ଦେଶାଇ ଏବଂ ମହାରାଷ୍ଟ୍ର ସୀମା ନିର୍ଦ୍ଧାରଣ କମିଟିର ଅଧ୍ୟକ୍ଷ ତଥା ସାଂସଦ ଦାରିଶିଲା ମଣେ (MP Darisheela Mane) ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସନ୍ତାକାଲି ବେଲଗାଭୀ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରା-କାନ୍ନାଡା ସଂଗଠନର ସଦସ୍ୟମାନେ ଏହି ନେତାମାନଙ୍କ ଗସ୍ତକୁ ବିରୋଧ କରୁଛନ୍ତି । ସେମାନେ ଆସନ୍ତାକାଲି ଗସ୍ତ ବେଳେ ଏମାନଙ୍କୁ ଅବରୋଧ କରିବାର କାର୍ଯ୍ୟକ୍ରମ ମଧ୍ୟ ସ୍ଥିର କରିଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲ୍ଲା ପ୍ରଶାସନ ଆଇନ ଶୃଙ୍ଖଳା ସ୍ଥିତି ସୃଷ୍ଟି ଆଶଙ୍କାରେ ଏହି ମହାରାଷ୍ଟ୍ର ନେତାଙ୍କ ଗସ୍ତ ଉପରେ କଟକଣା ଜାରି କରିଛନ୍ତି । CrPC 1973 ର ଧାରା 144 (3) ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ତେବେ ଦୁଇ ପଡୋଶୀ ରାଜ୍ୟ ଭିତରେ ସୀମାକୁ ନେଇ ବିବାଦ ଲାଗି ରହିଛି । ଉତ୍ତର-କର୍ଣ୍ଣାଟକରେ ଥିବା ମରାଠୀ ଭାଷାଭାଷୀ ଅଞ୍ଚଳକୁ ମହାରାଷ୍ଟ୍ରରେ ମିଶାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ କହିଥିଲେ । ଯାହାକୁ ନେଇ କର୍ଣ୍ଣାଚକ ମୁଖ୍ୟମନ୍ତ୍ରୀ ବଶବରାଜ ବୋମ୍ମାଇ ପ୍ରତିକ୍ରିୟାଶୀଳ ହେବା ସହ ଏହା ତାଙ୍କର ସ୍ବପ୍ନ ବୋଲି କହିଥିଲେ । ସେହିପରି ବେଲଗାଭୀକୁ ଛାଡି ଅନ୍ୟ କିଛି ସ୍ଥାନରେ ମଧ୍ୟ ସୀମା ବିବାଦକୁ ନେଇ ଉଭୟ ରାଜ୍ୟ ଅଦାଲତର ଦ୍ବାରସ୍ଥ ହୋଇ ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.