ETV Bharat / bharat

BBC Documentary Row: ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ ନେଇ ଜାମିଆରେ ଉତ୍ତେଜନା, ୪ଛାତ୍ର ଅଟକ - ଜାମିଆରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ

ଆଜି ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶିତ ହେବ ମୋଦି ବିରୋଧି ଡକ୍ୟୁମେଣ୍ଟାରୀ । ଏନେଇ ଘୋଷଣା ପରେ ୪ ଜଣ ଛାତ୍ରଙ୍କୁ ଉଠାଇ ନେଲା ପୋଲିସ । ଅଧିକ ପଢନ୍ତୁ

ଡକ୍ୟୁମେଣ୍ଟାରୀ ପ୍ରଦର୍ଶନକୁ ନେଇ ଜାମିଆରେ ଉତ୍ତେଜନା

author img

By

Published : Jan 25, 2023, 4:50 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସି ଦ୍ବାରା ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ପ୍ରସ୍ତୁତ ଡକ୍ୟୁମେଣ୍ଟାରୀକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି । ଗତକାଲି ଦିଲ୍ଲୀ ଜେଏନୟୁ କ୍ୟାମ୍ପସରେ ଏହି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ଥିବାବେଳେ ବିଶ୍ବବିଦ୍ୟାଳୟ ପ୍ରଶାସନ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା କାଟି ଦେଇଥିଲା । ଏହାକୁ ନେଇ କ୍ୟାମ୍ପସରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଜି ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ମଧ୍ୟ ସମାନ ପରିସ୍ଥିତ ସୃଷ୍ଟି ହୋଇଛି । ଆଜି ସନ୍ଧ୍ୟାରେ ଜାମିଆ ବିଶ୍ବବିଦ୍ୟାଳୟରେ ବିବିସ ଡକ୍ୟୁମେଣ୍ଟାରୀ ‘India: The Modi Question’ ପ୍ରଦର୍ଶିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏହାକୁ ପ୍ରଦର୍ଶିତ ନକରିବା ପାଇଁ ବିଶ୍ବବିଦ୍ୟାଳୟ ବିଜ୍ଞପ୍ତି ଜାରି କରିଥିଲେ ସୁଦ୍ଧା ଷ୍ଟୁଡେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ(SFI) ଆଜି ସନ୍ଧ୍ୟାରେ ଏହାର ସ୍କ୍ରିନିଂ ପାଇଁ ଘୋଷଣା କରିଛି । ଏହି ଘଟଣାରେ ଦିଲ୍ଲୀ ପୋଲିସ ୪ ଜଣ ଛାତ୍ରଙ୍କୁ ଉଠାଇ ନେଇଛି । ଏହି ଛାତ୍ରମାନେ ହେଲେ ଅଜିଜ୍, ନିବେଦ୍ୟ, ଅଭିରାମ ଏବଂ ତେଜାସ । ସେମାନେ ବିବାଦୀୟ ବିସିବି ଡକ୍ୟୁମେଣ୍ଟାରୀ ପ୍ରଦର୍ଶନ କରିବା ପାଇଁ ଘୋଷଣା କରି ବିଶ୍ବବିଦ୍ୟାଳୟର ପରିବେଶ ଖରାପ କରିଥିବା ଅଭିଯୋଗରେ ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ଗତକାଲି(ମଙ୍ଗଳବାର) ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ(JNU)ର ଏକ ଛାତ୍ର ଗୋଷ୍ଠୀ କ୍ୟାମ୍ପସରେ ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ଆଧାରିତ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରିବା ପାଇଁ ପାମ୍ପଲେଟ୍ ଜାରି କରିଥିଲେ । ରାତି ୯ଟାରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଥିଲା । ଏ ସମ୍ପର୍କରେ ଜାଣିବା ପରେ ଏଥିରୁ ନିବୃତ୍ତ ରହିବାକୁ ଜେଏନୟୁ କର୍ତ୍ତୃପକ୍ଷ ଚେତାବନୀ ଦେଇଥିଲେ । ଏପରିକି ରାତିରେ ବିଶ୍ବବିଦ୍ୟାଳୟ ପ୍ରଶାସନ ବିଦ୍ୟୁତ ଓ ଇଣ୍ଟରନେଟ ସେବା କାଟି ଦେଇଥିଲେ । ଏଥିରେ ଉତ୍ୟକ୍ତ ହୋଇ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହ ନିଜ ମୋବାଇଲରେ ଡକ୍ୟୁମେଣ୍ଟାରୀ ଦେଖିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ABVP ଦ୍ବାରା ପଥରମାଡ କରାଯାଇଥିବା ଅଭିଯୋଗ କରି ଜେଏନୟୁ ଛାତ୍ରଛାତ୍ରୀ ବସନ୍ତ କୁଞ୍ଜ ଥାନାରେ ପହଞ୍ଚିଥିଲେ । ଜେଏନୟୁ ପରେ ବିବିସି ଡକ୍ୟୁମେଣ୍ଟାରୀ ସ୍କ୍ରିନିଂ ନେଇ ଏବେ ଜାମିଆ କ୍ୟାମ୍ପସରେ ମଧ୍ୟ ଉତ୍ତେଜନାମୂଳକ ପରିସ୍ଥିତ ସୃଷ୍ଟି ହୋଇଛି ।

ପ୍ରକାଶଥାଉ କି, ୨୦୦୨ ଗୁଜୁରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ସମ୍ପର୍କରେ BBC ଦ୍ବାରା 'India: The Modi Question' ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ ହୋଇଛି । ଏଥିରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ମୋଦିଙ୍କ ଭୂମିକାକୁ ଅତି ବିବାଦୀୟ ଭାବେ ଚିତ୍ରଣ କରାଯାଇଛି । ଏହାକୁ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରୋପାଗାଣ୍ଡା ବା ମିଥ୍ୟା ପ୍ରଚାର ବୋଲି କହିଛି । ଏହାକୁ ଭାରତରେ ବ୍ୟାନ କରାଯାଇଥିବା ବେଳେ ଗତ ସୋମବାର ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ କରାଯାଇଥିବା ଅଭିଯୋଗ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.