ETV Bharat / bharat

କମ୍ପୁଛି ବଙ୍ଗ ମୈଦାନ, ଦିଦିଙ୍କ ଖେଲା ହୋବେ ନାରାକୁ ମୋଦିଙ୍କ ଖେଲା ଶେଷର କାଉଣ୍ଟର ଆଟାକ

author img

By

Published : Mar 7, 2021, 10:07 PM IST

ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି ସେତେ ଜୋରରେ ବଢିଚାଲିଛି ରାଜନୈତିକ ତାତି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର । ତୃଣମୂଳ କଂଗ୍ରେସର ଖେଲା ହୋବେ ତ ଏପଟେ ପିଏମଙ୍କ ଖେଲା ଶେଷର କାଉଣ୍ଟର ଆଟାକ । ଅଧିକ ପଢନ୍ତୁ...

କମ୍ପୁଛି ବଙ୍ଗ ମୈଦାନ, ଦିଦିଙ୍କ ଖେଲା ହୋବେ ନାରାକୁ ମୋଦିଙ୍କ ଖେଲା ଶେଷର କାଉଣ୍ଟର ଆଟାକ
କମ୍ପୁଛି ବଙ୍ଗ ମୈଦାନ, ଦିଦିଙ୍କ ଖେଲା ହୋବେ ନାରାକୁ ମୋଦିଙ୍କ ଖେଲା ଶେଷର କାଉଣ୍ଟର ଆଟାକ

କୋଲକାତା: ପ୍ରସ୍ତୁତ ମୈଦାନ ଆଉ ପ୍ରସ୍ତୁତ ଖେଳାଳି । ଆଉ କିଛି ଦିନ ମଧ୍ୟରେ ଆରମ୍ଭ ହୋଇଯିବ ଜୋରଦାର ଖେଳ । ଏହି ଖେଳ କୌଣସି କ୍ରିକେଟ କି ଫୁଟବଲ ପଡିଆରେ ନୁହେଁ, ବରଂ ରାଜନୈତିକ ମୈଦାନରେ ଦେଖିବାକୁ ମିଳିବ ଜବରଦସ୍ତ ମୁକାବିଲା । କାରଣ ବାଜି ସାରିଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନୀ ବିଗୁଲ । ଆଉ ବାଜିରେ ଲାଗିଛି ପ୍ରତିଷ୍ଠା ଓ ସମ୍ମାନ ।

ନିର୍ବାଚନୀ ତାରିଖ ଯେତେ ପାଖେଇ ଆସୁଛି ସେତେ ଜୋରରେ ବଢିଚାଲିଛି ରାଜନୈତିକ ତାତି । ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କଡା ଟକ୍କର ।

ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ହେବ ବିଧାନସଭା ନିର୍ବାଚନ । ଏହାପୂର୍ବରୁ ନିର୍ବାଚନୀ ରାଲିରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ । ଆଉ ଏଥର ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । କାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ 'ଖେଳ' ଶବ୍ଦକୁ ନେଇ ଜୋର ଧରିଛି ଚର୍ଚ୍ଚା ।

ମୋଦିଙ୍କୁ ଟକ୍କର ଦେବାକୁ ଯାଇ ନିର୍ବାଚନ ପାଇଁ ଖେଲା ହୋବେ ଅର୍ଥାତ 'ଖେଳ ହେବ'ର ନାରା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇ ଦିଦି କହିଛନ୍ତି ଖେଲା ହୋବେ । ଆପଣ ଦିନ ଓ ସମୟ ସ୍ଥିର କରିନିଅନ୍ତୁ । ସିଏମ କହିଛନ୍ତି, ମୁଁ ୱାନ ଟୁ ୱାନ ଖେଳ ପାଇଁ ଚ୍ୟାଲେଞ୍ଜ ଦେଉଛି । ଦେଖିବି ଆପଣ କଣ କେଳ କରିବେ ?

ଏପଟେ ଦିଦିଙ୍କ ଖେଲା ହୋବେର କାଉଣ୍ଟର ଆଟାକ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଦିଦିଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ତୃଣମୂଳ ସରକାର ଲୋକଙ୍କ ଜୀବନ ସହିତ ଖେଳ ଖେଳିଛି । ଚା' ବଗିଚାରେ ତାଲା ଝୁଲାଇଦେଇଛି । ରାଜ୍ୟକୁ ଋଣ ଭାରରେ ବୁଡାଇଦେଇଛି । ଯୁବବର୍ଗଙ୍କ ଅଧିକାର, ଚାକିରୀ, ଦରମା ଛଡାଇନେଇଛି । ଆଉ ଏହା ଚାଲିବ ନାହିଁ । ଶେଷରେ ଦିଦି ଖେଲା ଶେଷ ଅର୍ଥା ଖେଳ ସରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ତେବେ ସବୁଠୁ ବଡ କଥା ହେଉଛି ଯେ ଏହି 'ଖେଳ' ପଛରେ କଣ ରହିଛି ରହସ୍ୟ ? କିଏ ଆରମ୍ଭ କରିଛି ଏହି ଖେଳ ସ୍ଳୋଗାନ । ଆସନ୍ତୁ ଜାଣିବା ଏହି ନାରା ଦେବା ପଛରେ କାହାର ରହିଛି ହାତ...

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ସବୁଠୁ ବଡ ନାରା ଭାବେ ଏବେ ଚର୍ଚ୍ଚାରେ ତୃଣମୂଳ କଂଗ୍ରେସର ଖେଲା ହୋବେ । ବଙ୍ଗର ପ୍ରତ୍ୟେକ ନିର୍ବାଚନୀ ରାଲିରେ ଏବେ ଶୁଣିବାକୁ ମିଳୁଛି ଏହି ନାରା । ଇଣ୍ଟରନେଟରେ ମଧ୍ୟ ଜୋରଦାର ଭାଇରାଲ ହେଉଛି ଏହି ସ୍ଳୋଗାନ ।

ଏହି ଚର୍ଚ୍ଚିତ ଖେଲା ହୋବେ ସ୍ଳୋଗା ପଛରେ ରହିଛି ଟିଏମସିର ଯୁବ ନେତା ଦିବ୍ୟାଂଶୁ ଭଟ୍ଟାଚାର୍ଯ୍ୟଙ୍କ ହାତ । ହେଲେ ଖେଲା ହୋବେ ଗୀତ ଲେଖିଥିବା ଯୁବ ନେତା ଦିବ୍ୟାଂଶୁଙ୍କୁ ଏଥର ଟିକେଟ ଦେଇନି ତୃଣମୂଳ କଂଗ୍ରେସ । ଶୁକ୍ରବାର ଦଳ ପକ୍ଷରୁ ଜାରି 291 ପ୍ରାର୍ଥୀଙ୍କ ଲିଷ୍ଟରେ ନାହିଁ ଦିବ୍ୟଶଙ୍କରଙ୍କ ନାଁ ।

ଖୋଦ ମମତା ବାନାର୍ଜୀ ଏହି ନାରାକୁ ନିର୍ବାଚନୀ ପ୍ରଚାରରେ ବ୍ୟବହାର କରୁଥିବା ବେଳେ ବିଜେପିର ବଡ ବଡ ନେତା ଏହାକୁ ନେଇ ଦିଦିଙ୍କୁ କରୁଛନ୍ତି ଟାର୍ଗେଟ । ଏହାରି ମଧ୍ୟରେ କମ୍ପୁଛି ବଙ୍ଗ ମୈଦାନ । ତେବେ ଆଗାମୀ ଦିନରେ ଦିଦି ନିଜ ଗଡ ବଞ୍ଚାଇବା ପାଇଁ ସତରେ କିଛି ଖେଳ କରିବେ ନା ବିଜେପି ତାଙ୍କ ଖେଳ ବିଗାଡିବ ତାହା ଦେଖିବାକୁ ବାକି ରହିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.