ETV Bharat / bharat

ଖାଦ୍ୟକୁ ଛୁଇଁ ଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀ ଉପରେ ଗରମ ଡାଲି ଢାଳି ଦେଲେ ପ୍ରଧାନ ଶିକ୍ଷକ - ଉତ୍ତରପ୍ରଦେଶ ନ୍ୟୁଜ୍

ସ୍କଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ନିର୍ଯାତନା । ସ୍କୁଲରେ ରୋଷେଇ ଚାଲିଥିବା ବେଳେ ଖାଦ୍ୟକୁ ଛୁଇଁ ଦେଲା ଦ୍ବିତୀୟ ଶ୍ରେଣୀର ଭିନ୍ନକ୍ଷମ ଛାତ୍ରୀ । ରାଗରେ ଗରମ ଡାଲି ଫିଙ୍ଗିଥିଲେ ପ୍ରଧାନ ଶିକ୍ଷକ । ଆଜି ତଦନ୍ତ ପରେ ହେଲେ ନିଲମ୍ବିତ । ପୋଲିସ ରୁଜୁ କଲା ମାମଲା । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଛାତ୍ରୀଙ୍କ ଉପରେ ଗରମ ଡାଲିଦେଲେ ପ୍ରଧାନ ଶିକ୍ଷକ

author img

By

Published : Sep 13, 2022, 11:08 PM IST

Updated : Sep 14, 2022, 9:43 AM IST

ଲକ୍ଷ୍ନୌ: ସ୍କଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ନିର୍ଯାତନା । ସ୍କୁଲରେ ମଧ୍ୟାହ୍ନ ଭୋଜନ ରୋଷେଇ ଜାରି ରହିଥିବା ବେଳେ ଜଣେ ଅନୁସୂଚୀତ ଜାତିର ଭିନ୍ନକ୍ଷମ ଛାତ୍ରୀ ଖାଦ୍ୟ ପାତ୍ରକୁ ଛୁଇଁ ଦେବାରୁ ରାଗରେ ନିୟନ୍ତ୍ରଣ ହରାଇ ବସିଲେ ପ୍ରଧାନ ଶିକ୍ଷକ । ଛାତ୍ରୀଙ୍କ ହାତରେ ଗରମ ଡାଲି ଢାଳି ଦେଲେ ପ୍ରଧାନ ଶିକ୍ଷକ । ନିକଟରେ ଉତ୍ତର ପ୍ରଦେଶର ବାରବାଙ୍କୀରେ ଘଟିଥିବା ଏହି ଚାଞ୍ଚଲ୍ୟ ସୃଷ୍ଟିକାରୀ ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ । ସମ୍ପୃକ୍ତ ପ୍ରଧନଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଏହା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ସୂଚନା ଅନୁସାରେ ଏହି ଘଟଣାଟି ଅଗଷ୍ଟ 29 ରେ, ବାରବାଙ୍କୀ ଅଧୀନ ଇକୋଲି ପ୍ରାଥମିକ ବିଦ୍ୟାଳୟରେ ଘଟିଥିଲା । ପ୍ରଧାନ ଶିକ୍ଷକଙ୍କ ରୋଷର ଶିକାର ହୋଇଥିବା ଛାତ୍ରୀଜଣଙ୍କ ଜଣେ ଦିବ୍ୟାଙ୍ଗ ଓ ସେ ଦ୍ବିତୀୟ ଶ୍ରେଣୀରେ ପାଠ ପଢନ୍ତି । ତାଙ୍କର ଏକ ହାତ ମଧ୍ୟ ନାହିଁ । ତେବେ ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ଜାରି ରହିଥିଲା ବେଳେ ଏହି ଛାତ୍ରୀଜଣଙ୍କ ଭୁଲରେ ଏକ ଖାଦ୍ୟପାତ୍ରକୁ ଛୁଇଁ ଦେଇଥିଲେ । ଏଥିରେ ଉତ୍ତେଜିତ ହୋଇ ପ୍ରଧାନ ଶିକ୍ଷକ ନିୟନ୍ତ୍ରଣ ହରାଇ ଶିଶୁଟିର ହାତକୁ ଗରମ ଡାଲି ଫିଙ୍ଗିଥିଲେ । ଏନେଇ ଜଣା ପଡିବା ପରେ ଶିଶୁଟିର ଅଭିବାବକ ସ୍କୁଲ କର୍ତ୍ତୃପକ୍ଷ ଓ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ଘଟଣାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଥିଲା ।

ଆଜି ତଦନ୍ତରେ ପ୍ରଧାନ ଶିକ୍ଷକଙ୍କ ଭୁଲ ସାମ୍ନାକୁ ଆସିବା ପରେ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । କେବଳ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଜଣେ ଭିନ୍ନକ୍ଷମ ଶିଶୁଙ୍କୁ ଏପରି ନିର୍ଯାତନା ଦେବା ନେଇ ତାଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ନେଇ ସୂଚନା ମିଳିଛି । ତାଙ୍କ ନାମରେ ସ୍ଥାନିୟ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଆବଶ୍ୟକ ପଡିଲେ ତାଙ୍କୁ ଗିରଫ ମଧ୍ୟ କରାଯାଇପାରେ ବୋଲି ସୂଚନା ମିଳିଛି । ତେବେ ସ୍କୁଲ ଭିତରେ ଜଣେ ଶିକ୍ଷକଙ୍କର ଏପରି ବର୍ବରତାପୂର୍ଣ୍ଣ କାର୍ଯ୍ୟ ନେଇ ଅଭିଭାବକ ମହଲରେ ମଧ୍ୟ ଉଦବେଗ ପ୍ରକାଶ ପାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ଜୋର ଧରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 14, 2022, 9:43 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.