ETV Bharat / bharat

Blood Donation: ୧୩୭ ଥର ରକ୍ତଦାନ କରି ଇଣ୍ଡିଆ ବୁକ ଅଫ ରେକର୍ଡ

author img

By

Published : Jun 15, 2022, 12:08 PM IST

ରକ୍ତ ଦାନ ମହାପୂଣ୍ୟ । ତେବେ ଏହାର ସଠିକ ମହତ୍ତ୍ବ ବୁଝିଛନ୍ତି ବାରଣାସୀର ସୌରଭ ମୌର୍ଯ୍ୟ । ଯିଏକି ନିଜ ଜୀବନକାଳ ମଧ୍ୟରେ ଥରେ କି ଦୁଇଥର ନୁହେଁ ୧୩୭ ଥର ରକ୍ତ ଦାନ କରିଛନ୍ତି । ଅଧିକ ପଢନ୍ତୁ

Blood Donation: ୧୩୭ ଥର ରକ୍ତଦାନ କରି ଇଣ୍ଡିଆ ବୁକ ଅଫ ରେକର୍ଡ
Blood Donation: ୧୩୭ ଥର ରକ୍ତଦାନ କରି ଇଣ୍ଡିଆ ବୁକ ଅଫ ରେକର୍ଡ

ବାରଣାସୀ: ରକ୍ତଦାନ ମହାପୂଣ୍ୟ । ରକ୍ତଦାନକୁ ଇଶ୍ବରଙ୍କ ଆଦେଶ ଭାବେ ଗ୍ରହଣ କରାଯାଇଥାଏ । ରକ୍ତଦାନ ଜୀବନ ଦାନ କରିବା ସହ ସମାନ ହୋଇଥିବା କାରଣରୁ ଏହାକୁ ମହତ ଦାନ କୁହାଯାଏ । ତେବେ ଏହାର ସଠିକ ମହତ୍ତ୍ବ ବୁଝିଛନ୍ତି ବାରଣାସୀର ସୌରଭ ମୌର୍ଯ୍ୟ । ଯିଏକି ନିଜ ଜୀବନକାଳ ମଧ୍ୟରେ ଥରେ କି ଦୁଇଥର ନୁହେଁ ୧୩୭ ଥର ରକ୍ତଦାନ କରିଛନ୍ତି । ଏଭଳି ମହତ କାମ କରି ଅନେକଙ୍କ ଜୀବନ ବଞ୍ଚାଇଛନ୍ତି ।

୧୩୭ ଥର ରକ୍ତଦାନ କରି ସେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି । ବାରଣାସୀର ଲୋକମାନେ ତାଙ୍କୁ ବ୍ଳଡବ୍ୟାଙ୍କ ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି । ସୂଚନାଯୋଗ୍ୟ ଯେ, ବିଶ୍ବ ମହାମାରୀ ସମୟରେ ସୌରଭ ମହତ କାର୍ଯ୍ୟ ପାଇଁ ପ୍ରଧାମନ୍ତ୍ରୀ ମଧ୍ୟ ପ୍ରଶଂସା କରିଥିଲେ । ଏହା ସହ ସୌରଭ ନିଜ ମୃତ୍ୟୁ ପରେ ନିଜ ଶରୀରକୁ ମଧ୍ୟ ଦାନ କରିବେ ବୋଲି କହିଛନ୍ତି । ଏନେଇ ସୌରଭ କହିଛନ୍ତି ଯେ, "ମୁଁ ଗତ ୧୫ ବର୍ଷ ଧରି ରକ୍ତ ଦାନ କରିଆସୁଛି । ଏପର୍ଯ୍ୟନ୍ତ ୧୩୭ ଥର ରକ୍ତ ଦାନ କରିଛି । ରକ୍ତ କର୍କଟ ଭଳି ସାଂଘାତିକ ରୋଗରେ ପୀଡିତ ହୋଇଥିବା ବ୍ୟକ୍ତି 3 ଦିନ ମଧ୍ୟରେ ରକ୍ତ ଆବଶ୍ୟକ କରନ୍ତି । ଲୋକଙ୍କୁ ରକ୍ତଦାନ ବିଷୟରେ ଅବଗତ କରାଇବାର ଆବଶ୍ୟକତା ରହିଛି । ସାଧନା ଫାଉଣ୍ଡେସନ ସହିତ ମିଶି ଆମେ ଏପର୍ଯ୍ୟନ୍ତ 20 ହଜାର ୟୁନିଟ୍ ରକ୍ତ ଦାନ କରିଛୁ ।"

ସୌରଭଙ୍କ ଏହି ମହତ କାର୍ଯ୍ୟ ପାଇଁ ୨୦୨୦ ମସିହା ଅକ୍ଟୋବର ୨୮ ତାରିଖରେ ଇଣ୍ଡିଆନ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲେ । ଏହାସହ କମ ବୟସରେ 100 ଥର ରକ୍ତ ଦାନ କରିଥିବା ସେ ପ୍ରଥମ ବ୍ୟକ୍ତି ଅଟନ୍ତି । ଜନ୍ମରୁ ତାଙ୍କ ରକ୍ତରେ ସମାଜ ସେବା ରହିଛି ବୋଲି କହିଛନ୍ତି ସୌରଭ ମୌର୍ଯ୍ୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.