ETV Bharat / bharat

ମୋଦିଙ୍କ ବାଂଲାଦେଶ ଗସ୍ତ ଶେଷ ପରେ ମନ୍ଦିରରେ ଆକ୍ରମଣ, ହିଂସାରେ ଜଳୁଛି ଢାକା - Bangladesh Hindu temples attack

ମୋଦିଙ୍କ ଯାତ୍ରା ଶେଷ ପରେ ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେବା ସହିତ ସମଗ୍ର ଦେଶରୁ ସାମ୍ନାକୁ ଆସୁଛି ହିଂସା ଖବର । ଅଧିକ ପଢନ୍ତୁ...

ମୋଦିଙ୍କ ବାଂଲାଦେଶ ଗସ୍ତ ଶେଷ ପରେ ମନ୍ଦିର ଉପରେ ଆକ୍ରମଣ, ହିଂସାରେ ଜଳୁଛି ଢାକା

author img

By

Published : Mar 28, 2021, 9:01 PM IST

ଢାକା: ବଙ୍ଗବନ୍ଧୁଙ୍କ ମାଟିରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତ୍ୟାବର୍ତ୍ତନ ପରେ ହିଂସାର ନିଆଁରେ ଜଳୁଛି ବାଂଲାଦେଶ । ମୋଦିଙ୍କ ଯାତ୍ରା ଶେଷ ପରେ ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ହେବା ସହିତ ସମଗ୍ର ଦେଶରୁ ସାମ୍ନାକୁ ଆସୁଛି ହିଂସା ଖବର ।

ସମ୍ବାଦ ସରବରାହ ସଂସ୍ଥା ରଏଟର୍ସ ଅନୁଯାୟୀ, କଟ୍ଟରପନ୍ଥୀ ଇସଲାମବାଦୀ ସଂଗଠନର ଅନେକ ସଦସ୍ୟ ପୂର୍ବ ବାଂଲାଦେଶର ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ବିରୋଧ କରି କରାଯାଇଥିବା ପ୍ରଦର୍ଶନ ସମୟରେ ପାଖାପାଖି 10 ପ୍ରଦର୍ଶନକାରୀଙ୍କ ମୃତ୍ୟୁ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଂଲାଦେଶ ସ୍ବାଧିନତାର 50 ବର୍ଷ ପୂର୍ତ୍ତି ଅବସରରେ ବାଂଲାଦେଶର ରାଜଧାନୀ ଢାକାରେ ପହଞ୍ଚିଥିଲେ । ଏହି ଅବସରରେ ମୋଦି ଅନେକ କାର୍ଯ୍ୟକ୍ରମରେ ଯୋଗଦେବା ସହ କାଳୀ ମନ୍ଦିର ଦର୍ଶନ କରିଥିଲେ ।

ପ୍ରଦର୍ଶନକାରୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ହିନ୍ଦୁ ବହୁଳ ଭାରତରେ ଅଳ୍ପ ସଂଖ୍ୟକଙ୍କ ପ୍ରତି ଭେଦଭାବର ଅଭିଯୋଗ ନେଇ ପ୍ରଦର୍ଶନ କରୁଛନ୍ତି । ରାଜଧାନୀ ଢାକାରେ ହୋଇଥିବା ପ୍ରଦର୍ଶନରେ ଅନେକ ଆହତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.