ETV Bharat / bharat

ଦିଲ୍ଲୀ ବାୟୁମାନରେ ଆଶିଂକ ସୁଧାର, ଡିଜେଲ ଗାଡି ଚଳାଚଳ ଉପରୁ ହଟିଲା ପ୍ରତିବନ୍ଧକ - ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ

ଦିଲ୍ଲୀର ବାୟୁ ଗଣାବତ୍ତାରେ ସାମାନ୍ୟ ସୁଧାର ଆସିଛି । ଫଳରେ ଦିଲ୍ଲୀ ରାସ୍ତାରେ ଡିଜେଲ ଗାଡି ଚଳାଚଳ ଉପରେ ଲାଗିଥିବା ପ୍ରତିବନ୍ଧକକୁ ପ୍ରତ୍ୟାହାର କରାଯାଇଛି ।

ଦିଲ୍ଲୀ ବାୟୁରେ ଆଶିଂକ ସୁଧାର
ଦିଲ୍ଲୀ ବାୟୁରେ ଆଶିଂକ ସୁଧାର
author img

By

Published : Nov 6, 2022, 10:43 PM IST

Updated : Nov 7, 2022, 6:53 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ସାମାନ୍ୟ ହ୍ରାସ ପାଇଛି ପ୍ରଦୂଷଣର ମାତ୍ରା, ବାୟୂ ପ୍ରଦୂଷଣ ମାତ୍ରାରେ ସୁଧାର ଆସିଥିବା ସୂଚନା । ଏହାକୁ ଦୃଷ୍ଟିରେ ରଖି ଗ୍ରେଡେଡ ରେସପନ୍ସ ଆକ୍ସନ ପ୍ଲାନ ବା GRAP 4କୁ ପ୍ରତ୍ୟାହାର କରାଯାଇଛି । କିନ୍ତୁ GRAP 3 ବଳବତ୍ତର ରହିବ । ଫଳରେ ଡିଜେଲ କାର ଏବଂ ଭାରି ଡିଜେଲ ଚାଳିତ ଯାନବାହନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ହଠାଇ ଦିଆଯାଇଛି । ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାରୁ ଏହି ପ୍ରତିବନ୍ଧକ 4 ନଭେମ୍ବରରେ ଲାଗୁ କରାଯାଇଥିଲା । ଫଳରେ ଦିଲ୍ଲୀ ରାସ୍ତାରେ ଡିଜେଲ ଗାଡି ଚଳାଚଳ ଉପରେ ରୋକ ଲଗାଯାଇଥିଲା । ବାୟୂ ପ୍ରଦୂଷଣର ମାତ୍ରା କମ୍‌ କରିବାକୁ ଏହି ନିଷ୍ପତ୍ତି ନିଆଯାଇଥିଲା ।

ଏନେଇ ଦିଲ୍ଲୀ ଏନସିଆରରେ ବାୟୁ ଗୁଣବତ୍ତା ମନିଟରିଂ ଏଜେନ୍ସି କହିଛି, ବାୟୁ ଗୁଣବତ୍ତା ସ୍ତର 'ଗୁରୁତର ବା ଅତ୍ୟଧିକ ଗୁରୁତର' ହୋଇନାହିଁ । ପୂର୍ବପରି ବର୍ତ୍ତମାନ ବିଏସ୍ (Bharat Standard)3 ଏବଂ ବିଏସ୍ 4 ଡିଜେଲ କାର ଦିଲ୍ଲୀରେ ଚଳାଇ ପାରିବେ । ବାସ୍ତବରେ, ଦିଲ୍ଲୀର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଡିଜେଲ ଯାନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ପ୍ରତ୍ୟାହାର କରିନେଇଛି । ଏଥିସହ ବର୍ତ୍ତମାନ ଦିଲ୍ଲୀର ସରକାରୀ କାର୍ଯ୍ୟାଳୟ ମଧ୍ୟ 100 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ।

ସେହିପରି GRAPର ତୃତୀୟ ପର୍ଯ୍ୟାୟ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ସଠିକ୍ ରୂପେ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର କମିଶନର ପରିବହନ ନେତୃତ୍ୱରେ ଏକ 6 ଜଣିଆ କମିଟି ଗଠନ କରାଯାଇଛି । ଏହି କମିଟିରେ ପରିବହନ ବିଭାଗର 2 ଜଣ, ଦିଲ୍ଲୀ ଟ୍ରାଫିକ ପୋଲିସର ଦୁଇଜଣ ଏବଂ ଡିପିସିସିର ଦୁଇଜଣ ସଦସ୍ୟ ରହିବେ । GRAPର ତୃତୀୟ ପର୍ଯ୍ୟାୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଠିକ୍‌ ଭାବେ ଲୋକେ ମାନୁଛନ୍ତି ନା ନାହିଁ ତାହା ଏମାନେ ତଦାରଖ କରିବେ । ଏଥିସହ ହରିୟାଣା ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଯାନଗୁଡିକ ଦିଲ୍ଲୀ ସୀମା ପର୍ଯ୍ୟନ୍ତ ଆସିବାକୁ ଅନୁରୋଧ କରାଯାଇଛି । ସେମାନଙ୍କୁ ପୂର୍ବ ଏବଂ ପଶ୍ଚିମ ପେରିଫେରାଲ୍ ଏକ୍ସପ୍ରେସୱେରେ ଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

ଦିଲ୍ଲୀରେ ଥିବା ସମସ୍ତ ଶିଳ୍ପ ସଂସ୍ଥା ଗୁଡିକ ଯେପରି ପ୍ରଦୂଷିତ ଇନ୍ଧନ ବ୍ୟବହାର ନକରିବେ ତାହା ଉପରେ ନଜର ରଖିବାକୁ ଡିପିସିସିର 33ଟି ଟିମ୍ ଗଠନ କରାଯାଇଛି । ଦିଲ୍ଲୀରେ ଥିବା ସମସ୍ତ ଆରଡବ୍ଲ୍ୟୁଏସ୍ ସହିତ ବୈଠକ କରି ସୁରକ୍ଷାକର୍ମୀଙ୍କୁ ସିକ୍ୟୁରିଟି ଗାର୍ଡଙ୍କୁ ଇଲେକ୍ଟ୍ରିକ ହିଟର ଦେବାକୁ ବ୍ୟବସ୍ଥା କରିବେ ଏସଡିଏମ । ଏଥିସହ ରାଜସ୍ୱ ବିଭାଗର କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ମାର୍କେକ ଆସୋସିଏସନ ସହ ବୈଠକ କରି ଲୋକାଲ୍‌ ମାର୍କେଟ ଓ କାର୍ଯ୍ୟାଳୟ ଗୁଡିକର ସମୟ ଅଲଗା କରିବା ପାଇଁ ଏକ ବ୍ୟବସ୍ଥା କରିବେ ।

Last Updated : Nov 7, 2022, 6:53 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.