ETV Bharat / bharat

UP ବାଲିଆରେ ଡେଙ୍ଗୁ ଆତଙ୍କ, ୧୦ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫% ବୃଦ୍ଧି

author img

By

Published : Sep 6, 2021, 9:50 AM IST

ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ୧୦ ଦିନରେ ଭାଇରାଲ ଫିଭର କେସ ୨୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହା ଡେଙ୍ଗୁ ମଶା ଦ୍ବାରା ହେଉଥିବା ସୂଚନା ଦେଇଛନ୍ତି ଡାକ୍ତର ଭିପି ସିଂ । ଅଧିକ ପଢନ୍ତୁ...

ୟୁପି ବାଲିଆ ଜିଲ୍ଲାରେ ଡେଙ୍ଗୁ ଆତଙ୍କ, ୧୦ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫% ବୃଦ୍ଧି

ଲକ୍ଷ୍ନୌ: ବିଭିନ୍ନ ରାଜ୍ୟରେ ଏବେ ଭାଇରାଲ ଫିଭରରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି । ଉତ୍ତରପ୍ରଦେଶର ବାଲିଆ ଜିଲ୍ଲାରେ ୧୦ ଦିନରେ ଭାଇରାଲ ଫିଭର କେସ ୨୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହା ଡେଙ୍ଗୁ ମଶା ଦ୍ବାରା ହେଉଥିବା ସୂଚନା ଦେଇଛନ୍ତି ଡାକ୍ତର ଭିପି ସିଂ ।

ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ତନ୍ନତନ୍ନ କରି ଯାଞ୍ଚ ହେଉଛି । ବର୍ଷା ଦିନ ହୋଇଥିବାରୁ ଜ୍ବର, ଦୁର୍ବଳତା, ଶରୀର ଯନ୍ତ୍ରଣା ଓ ଡାଇରିଆ ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହା ହେବା ମଧ୍ୟ ସ୍ବାଭାବିକ ବୋଲି କହିଛନ୍ତି ଡାକ୍ତର ଭିପି ସିଂ । ଜିଲ୍ଲା ଚିକିତ୍ସାଳୟର ଶିଶୁ ବିଶେଷଜ୍ଞ ଡାକ୍ତର ଜେଏସ କୁମାର କହିଛନ୍ତି ଗତ ୧୦ ଦିନ ଭିତରେ ଭାଇରାଲ ଫିଭର କେସ ୨୫ ପ୍ରତିଶତକୁ ବୃଦ୍ଧି ହୋଇଛି । ଜିଲ୍ଲାପାଳ ଅଦିତ ସିଂହ କହିଛନ୍ତି ପ୍ରତି ଗ୍ରାମପଞ୍ଚାୟତ ଏବଂ ସହରାଞ୍ଚଳରେ ଆଣ୍ଟି ଲାର୍ଭାଲ ସ୍ପ୍ରେ କରାଯାଉଛି । ସ୍ବଚ୍ଛତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ।

ବାଲିଆର ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ତନ୍ମୟ କକ୍କର କହିଛନ୍ତି ଯେ ସମସ୍ତ ସତର୍କତା ଅବଲମ୍ବନ କରାଯାଉଛି । ପ୍ରତିଦିନ ଜିଲ୍ଲା ଚିକିତ୍ସାଳୟରେ ୧୪୦ ରୋଗୀଙ୍କ ନମୁନା ପରୀକ୍ଷା କରାଯାଉଛି । ସେମାନଙ୍କ ମଧ୍ୟରୁ ଅଧିକ ଟାଇଫଏଡରେ ଆକ୍ରାନ୍ତ ହୋଇଛନ୍ତି । ଭାଇରାଲ ଫିଭର କିମ୍ବା ଡେଙ୍ଗୁ କାରଣରୁ କାହାର ମୃତ୍ୟୁ ହୋଇନାହିଁ ବୋଲି କହିଛନ୍ତି ମେଡିକାଲ ମୁଖ୍ୟ । ସେ ଆହୁରି କହିଛନ୍ତି ଯେ ପ୍ରଭାବିତ ଗ୍ରାମଗୁଡିକରେ ଜଳ ନିଷ୍କାସନ ହେବାର ସମସ୍ତ ସମ୍ଭାବନାକୁ ସମାଧାନ କରାଯାଉଛି ଏବଂ ଲାର୍ଭାଲ ଆଣ୍ଟି ସ୍ପ୍ରେ କରାଯାଉଛି ।

@PTI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.