ETV Bharat / bharat

ବଦଳୁଛି କାଶ୍ମୀର: ଭିଡିଓ ସେୟାର କରି ମନ ଜିଣୁଛନ୍ତି ୧୦ବର୍ଷର ଝିଅ - influencer taking internet by storm

କାଶ୍ମୀର ଉପତ୍ୟାକାର ସବୁଠାରୁ କମ୍‌ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନନ୍ସର୍‌ ଭାବରେ ପରିଚୟ ପାଇଛନ୍ତି । ଭିଡିଓ ସେୟାର କରି ଲୋକଙ୍କ ମନ ଜିତୁଛନ୍ତି ଜମ୍ମୁ କାଶ୍ମୀରର ଝିଅ (Social media influencer Aqsa Masrat )। ଅଧିକ ପଢ଼ନ୍ତୁ

ten year old influencer of Jammu and Kashmir taking internet by storm for her videos
ପରିବର୍ତ୍ତନ ରାସ୍ତାରେ ଜମ୍ମୁ ଓ କାଶ୍ମୀର, ଭିଡିଓ ସେୟାର ମନ ଜିତିଲେ ପଞ୍ଚମ ଶ୍ରେଣୀ ଛାତ୍ରୀ
author img

By

Published : Oct 3, 2022, 6:11 PM IST

Updated : Oct 3, 2022, 9:23 PM IST

ଶ୍ରୀନଗର: ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଲୋକଙ୍କ ମନ ଜିତୁଛନ୍ତି ଜମ୍ମୁ କାଶ୍ମୀରର ଝିଅ(social media influencer Aqsa Masrat ) । ବର୍ତ୍ତମାନ ସେ କାଶ୍ମୀର ଉପତ୍ୟାକାର ସବୁଠାରୁ କମ୍‌ ବୟସ୍କ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନନ୍ସର୍‌(social media influencer) ଭାବରେ ପରିଚୟ ପାଇଛନ୍ତି । ସାପୁର ଅଞ୍ଚଳର ଏହି ୧୦ ବର୍ଷୀୟ ଝିଅଟିର ନାଁ ହେଉଛି ଅକ୍‌ସା ମସ୍‌ରତ୍‌ । ଅକ୍‌ସା ମସ୍‌ରତ୍‌ଙ୍କୁ ଦେଖିବା ପରେ ବର୍ତ୍ତମାନ କାଶ୍ମୀର ଉପତ୍ୟାକା ପରିବର୍ତ୍ତନ ଆଡ଼କୁ ଅଗ୍ରସର ହେଉଥିବା କୁହାଯାଉଛି ।

ଏହି ୧୦ ବର୍ଷୀୟ ଝିଅଟି ନିଜ ଆଖପାଖ ଅଞ୍ଚଳରେ ଦେଖୁଥିବା ଘଟଣାବଳୀକୁ ନେଇ ଭିଡିଓ ପ୍ରସ୍ତୁତ କରିଥଆନ୍ତି । ବର୍ତ୍ତମାନ ଅକ୍‌ସା ଶାହ ରସୁଲ ମେମୋରିଆଲ ସ୍କୁଲ୍‌ରେ ଛାତ୍ରୀ । ମାତ୍ର ୬ ବର୍ଷ ବୟସରେ ସେ ନିଜର ପ୍ରଥମ ଭିଡିଓ ତିଆରି କରିଥିଲା । ଏହି ଭିଡିଓଟିର ନାମ ଥିଲା 'ଚିଲ୍ଲାଇ କଲାନ୍‌' । ଏହି ଭିଡିଓ ମାଧ୍ୟମରେ ଶୀତ ଋତୁ ଯୋଗୁଁ ୪୦ ଦିନ ଧରି କାଶ୍ମୀରରେ ଅନୁଭୁତ ହେଉଥିବା ପ୍ରଚଣ୍ଡ ଶୀତ ବିଷୟରେ ସେ କହିଥିଲେ ।

ଭିଡିଓକୁ ନେଇ ଅକ୍‌ସା କହିଛନ୍ତି, "ମୁଁ ଚାହୁଁଛି ମୋ ବୟସର ଛୁଆମାନେ ଜୀବନକୁ ଉପଭୋଗ କରନ୍ତୁ ଓ ପ୍ରକୃତ ଜୀବନ ବିଷୟରେ ଜାଣନ୍ତୁ । ମୁଁ ଚିଲ୍ଲାଇ କଲାନ୍‌ ଭିଡିଓ ପ୍ରସ୍ତୁତ କରିଥିଲି । ମୁଁ ଏହାକୁ ବେପରୁଆ ଢଙ୍ଗରେ ଏହି ଭିଡିଓ ପ୍ରସ୍ତୁତ କରିଥିଲି । କିନ୍ତୁ ୟୁଜର୍ସମାନେ ଏହାକୁ ଖୁବ୍‌ ପସନ୍ଦ କଲେ । ଯାହାଦ୍ବାରା ଅଧିକ ଭିଡିଓ ପ୍ରସ୍ତୁତ କରିବାକୁ ମୁଁ ପ୍ରେରଣା ପାଇଲି ।"

କାଶ୍ମୀର ଉପତ୍ୟାକାର ୧୦ ବର୍ଷୀୟ ଝିଅ ଅକ୍‌ସା ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ଭିଡିଓ ପ୍ରସ୍ତୁତ କରି ସାରିଛନ୍ତି । ତାଙ୍କୁ ଭିଡିଓ ସୋସିଆଲ ମିଡିଆରେ ଢେର୍‌ସାରା ଭିୟୁ ମଧ୍ୟ ମିଳୁଛି । ମଜାଦାର ଭିଡିଓ ସହ ତାଙ୍କ ସମାଜରେ ଦେଖା ଦେଉଥିବା ସମସ୍ୟା ବିଷୟରେ ଭିଡିଓ ମାଧ୍ୟମରେ ଜଣାଇଥାଆନ୍ତି ଅକ୍‌ସା । ଏହିସବୁ ଭିଡିଓରେ ଅକ୍‌ସାଙ୍କୁ ମିଲିୟନ ମିଲିୟନ ଭିଡିଓ ମିଳୁଛି । ବର୍ତ୍ତମାନ ତାଙ୍କ ଫେସ୍‌ବୁକ ପେଜ୍‌ରେ ୫୮ ହଜାରରୁ ଅଧିକ ଫଲୋଅର୍ସ ରହିଛନ୍ତି ।

ବର୍ତ୍ତମାନ ଅକ୍‌ସା ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ଭିଡିଓ ପ୍ରସ୍ତୁତ କରୁଥିବାରୁ ତାଙ୍କୁ ସ୍ଥାନୀୟ ଅଞ୍ଚଳରେ କେତେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିଛି । ତେବେ ଭିଡିଓ ପ୍ରସ୍ତୁତ କରିବା ପାଇଁ ସବୁବେଳେ ପରିବାରବର୍ଗଙ୍କ ସମର୍ଥନ ମଧ୍ୟ ମିଳିଛି । ସେ ନିଜ ମାମୁଁଙ୍କଠାରୁ ପ୍ରେରଣା ପାଇଁ ଭିଡିଓ ପ୍ରସ୍ତୁତ କରିଛନ୍ତି । ଯିଏ କି ଜଣେ ଜଣାଶୁଣା ଅନ୍ତର୍ଜାତୀୟ ଫଟୋସାମ୍ବାଦିକ(Photojournalist) । ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ଲକ୍ଷ୍ୟ ରଖିଛନ୍ତି ଅକସା ମସ୍‌ରତ୍‌ ।

Last Updated : Oct 3, 2022, 9:23 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.