ETV Bharat / bharat

ବୁଷ୍ଟର ଡୋଜ୍‌ନେବାପରେ କୋଭିଡ ପଡିଟିଭ ମେଡିକାଲ ସାଇନ୍ସର ବିଫଳତା: ବାବା ରାମଦେବ

author img

By

Published : Aug 4, 2022, 3:03 PM IST

ମେଡିକାଲ ସାଇନ୍ସକୁ ଟାର୍ଗେଟ କରିଛନ୍ତି ବାବା । ହରିଦ୍ବାରରେ ପତଞ୍ଜଳୀ ଯୋଗପୀଠ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ନିଶାନା କରି କୋରୋନା ଭ୍ୟାକ୍ସିନକୁ ମେଡିକାଲ ସାଇନ୍ସର ବିକଳ୍ପ ବୋଲି କହିଛନ୍ତି । ଅଧିକ ପଢନ୍ତୁ

ମେଡିକାଲ ସାଇନ୍ସକୁ ବାବା ରାମଦେବଙ୍କ ଟାର୍ଗେଟ
ମେଡିକାଲ ସାଇନ୍ସକୁ ବାବା ରାମଦେବଙ୍କ ଟାର୍ଗେଟ

ଡେରାଡୁନ: ପୁଣି ବିବାଦୀୟ ବୟାନ ଦେଇଛନ୍ତି ବାବା ରାମଦେବ । ମେଡିକାଲ ସାଇନ୍ସକୁ ଟାର୍ଗେଟ କରିଛନ୍ତି ବାବା । ହରିଦ୍ବାରରେ ପତଞ୍ଜଳୀ ଯୋଗପୀଠ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନକୁ ନିଶାନା କରି କୋରୋନା ଭ୍ୟାକ୍ସିନକୁ ମେଡିକାଲ ସାଇନ୍ସର ବିକଳ୍ପ ବୋଲି କହିଛନ୍ତି । ମେଡିକାଲ ସାଇନ୍ସ ବିଫଳ ହୋଇଛି । ଦୁନିଆ ପୁଣିଥରେ ପ୍ରାକୃତିକ ଔଷଧକୁ ଫେରିବ ବୋଲି ଦାବି କରିଛନ୍ତି ବାବା ରାମଦେବ।

ମେଡିକାଲ ସାଇନ୍ସକୁ ବାବା ରାମଦେବଙ୍କ ଟାର୍ଗେଟ

ବାବା ରାମଦେବ ଆହୁରି କହିଛନ୍ତି, "ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତିନି ତିନି ଥର କୋରୋନା ସଂକ୍ରମିତ ହୋଇଛନ୍ତି । ଡବଲ ଡୋଜ ଭ୍ୟାକ୍ସିନ ଏବଂ ବୁଷ୍ଟର ଡୋଜ ପରେ ବି ବାଇଡେନ ପୁଣି କୋରୋନାରେ ଆକ୍ରାନ୍ତ ହୋଇଛନ୍ତି । ମେଡିକାଲ ସାଇନ୍ସରେ ସର୍ବ ଶକ୍ତିମାନ ଦେଶ ବୋଲାଉଥିବା ଆମେରିକା ବିଫଳ ହୋଇଛି ।" ମେଡିକାଲ ସାଇନ୍ସକୁ ଶିଶୁ ବୋଲି କହିଛନ୍ତି ବାବା । ଆଗକୁ ପ୍ରାକୃତିକ ଔଷଧକୁ ଆପଣାଇବ ବିଶ୍ବ ।

ଏହା ବି ପଢନ୍ତୁ...ଜଷ୍ଟିସ୍ ଲଳିତ ପରବର୍ତ୍ତୀ ପ୍ରଧାନ ବିଚାରପତି, ନାଁ ସୁପାରିସ କଲେ CJI

ପତଞ୍ଜଳୀର ଅନ୍ତରାଷ୍ଟ୍ରୀୟ ସମ୍ମିଳନୀର ତୃତୀୟ ଦିନ ଏପରି ମନ୍ତବ୍ୟ ଦେଇଛନ୍ତି ବାବା ରାମଦେବ । କୋଟି କୋଟି ଲୋକ ଜଡିବୁଟି ଆପଣେଇଛନ୍ତି । ତୁଳସୀ, ଆଲବେରା ଭଳି ଔଷଧକୁ ସ୍ଥାନ ଦେଇଛନ୍ତି ଯାହା ତାଙ୍କ ସ୍ବାସ୍ଥ୍ୟରେ ସମୃଦ୍ଧି ଆଣୁଛି । ଦୁନିଆ ଜଡିବୁଟିକୁ ଫେରିବ । ବର୍ତ୍ତମାନ ଅନେକ ଔଷଧ ଉପରେ ରିସର୍ଜ ଚାଲିଛି ଆଗକୁ ଭାରତ ଏକ ବଡ ଅର୍ଥବ୍ୟବସ୍ଥା ହେବ ବୋଲି କହିଛନ୍ତି ବାବା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.