ଡେରାଡୁନ: ପୁଣି ଅଡୁଆରେ ବାବା ରାମଦେବ । ଏଲୋପାଥୀକୁ ନେଇ ବିବାଦୀୟ ବାୟନ ଦେଇ ପୁଣି ଚର୍ଚ୍ଚାରେ ଯୋଗ ଗୁରୁ ବାବା ରାମଦେବ । ଦରିଦ୍ବାରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଲୋପାଥୀ ଚିକିତ୍ସା ପଦ୍ଧତିକୁ ନେଇ ବାବିଦାୟୀ ବୟାନ ଦେଇଛନ୍ତି । ଏଲୋପାଥୀକୁ ଭୂମିରେ ପୋତି ଦେବି ବୋଲି କହିଛନ୍ତି ବାବ ରାମଦେବ ।
ହରିଦ୍ବାର ଋଷିକୁଳ ଆୟୁର୍ବେଦ କଲେଜରେ ଅନୁଷ୍ଠିତ ଆୟୁର୍ବେଦ ସେମିନାରରେ ଯୋଗ ଦେଇ ବାବା ଏଲୋପାଥୀକୁ ନେଇ ଏପରି ମନ୍ତବ୍ୟ ଦେଇଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାମଦେବ କହିଛନ୍ତି, "କାର୍ଯ୍ୟ ଉପରେ ଫୋକସ କର । ଲୋକ କୁହନ୍ତି ଆୟୁର୍ବେଦର ଭବିଷ୍ୟତ କଣ ? ଆୟୁର୍ବେଦର ବର୍ତ୍ତମାନ ଓ ଭବିଷ୍ୟତ ମୁଁ ନିଜେ ସ୍ବାମୀ ରାମଦେବ ତୁମ ସାମ୍ନାରେ ଛିଡା ହୋଇଛି । ମୁଁ ସ୍ଥିର କରି ନେଇଛି ଯେ ଯେପରି ମଲ୍ଟି ନ୍ୟାସନାଲ କମ୍ପାନୀକୁ ଶିର୍ଷାସନ କରାଇଥିଲୁ ସେହିପରି ଏଲୋପାଥୀକୁ ଭୂଇଁରେ ପୋତି ଦେବୁ । ଏମିତି ପୋତିବୁ ଯେ ଦୀର୍ଘ ଦିନ ଯାଏ ସେ ନିଶ୍ବାସ ନେଇପାରିବେ ନାହିଁ ।''
ବାବା ରାମଦେବ ଆହୁରି କହିଛନ୍ତି, ''ଏଲୋପାଥୀ ରୋଗ ଆଣୁଛି । ଆୟୁର୍ବେଦର ବର୍ତ୍ତମାନ ଓ ଭବିଷ୍ୟତ ସ୍ବାମୀ ରାମଦେବ । ଏଲୋପାଥୀ ଲୋକଙ୍କ ପାଇଁ ରୋଗ ଆଣୁଛି । କୋରୋନାର ଔଷଧ ଆମେ ପ୍ରସ୍ତୁତ କରିଛୁ । ଏଲୋପାଥୀ ଏବେ ଯାଏଁ କୋରୋନାର ଔଷଧ ତିଆରି ହୋଇନାହିଁ । ଯଦି ଦୁନିଆରେ 25 ପ୍ରତିଶତ ଯକୃତ ଜନିତ ସମସ୍ୟା ହୋଇଛି ତାର କାରଣ କେବଳ ଏଲୋପାଥୀ ଔଷଧ । ଅନେକ ଲୋକଙ୍କ କିଡନୀ ଏଲୋପାଥୀ ମେଡିସିନ ଖାଇବା ଦ୍ବାରା ଖରାପ ହୋଇଛି ।''
ବାବାଙ୍କ ଏହି ବୟାନ ପରେ ସେମିନାରରେ ତାଳିରେ ଫାଟି ପଡିଥିଲା । ଅନେକ ସମୟରେ ବିବାଦୀୟ ବାୟନ ଦେଇ ଚର୍ଚ୍ଚାରେ ଥିବା ବାବା ରାମଦେବ ଏବେ ପୁଣି ଅଡୁଆରେ ପଡିଛନ୍ତି । ହରିଦ୍ବାର ଋଷିକୁଳ ଆୟୁର୍ବେଦ କଲେଜରେ ଅନୁଷ୍ଠିତ ଆୟୁର୍ବେଦ ସେମିନାରରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ଯୋଗ ଦେଇଥିଲେ ।
ଏହା ବି ପଢନ୍ତୁ....Delhi Liquor Scam: ପୁଣି ଇଡିରେ ହାଜର ହେଲେ କବିତା, ପଚରାଉଚରା ଜାରି
ଗତବର୍ଷ ମହିଳାଙ୍କୁ ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ଥିଲେ ବାବା ରାମଦେବ । ମୁମ୍ବାଇ ମହାରାଷ୍ଟ୍ରର ଥାନେର ଏକ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳାମାନେ କିଛି ନପିନ୍ଧିଲେ ଆହୁରି ସୁନ୍ଦର ଦିଶନ୍ତି ବୋଲି କହିଥିଲେ । ପାଟନାରେ ଏକ କାର୍ଯ୍ୟକ୍ରମରେ ଭାରତରେ ଗଜୱା ଏ ହିନ୍ଦ ଚାଲିବ ନାହିଁ ବୋଲି କହିଥିଲେ ।