ETV Bharat / bharat

Azadi ka Amrit Mahotsav: କର୍ତ୍ତବ୍ୟ ପାଇଁ ଓଡ଼ିଆ ଯବାନଙ୍କ ମହାନତା: ଦେଇଛନ୍ତି ପ୍ରାଣବଳୀ, ଜିତିଛନ୍ତି ହୃଦୟ - ଓଡ଼ିଆ ଯବାନଙ୍କ ବୀରତାର କଥା

ଲୋକଙ୍କ ସୁରକ୍ଷା ଜଣେ ଯବାନର ପରମ ଧର୍ମ । ଏହି ଧର୍ମ ବା କର୍ତ୍ତବ୍ୟକୁ ପାଳନ କରି ସେ ଶହୀଦ ହେବାକୁ ମଧ୍ୟ ପଛାଏ ନାହିଁ । ରାଜ୍ୟରେ ଏଭଳି କରି କେତେ ଅମର ହୋଇଛନ୍ତି ତ ପୁଣି କେତେ ଲୋକଙ୍କ ସାବାସୀର ପାତ୍ର ହୋଇଛନ୍ତି । ଅଧିକ ପଢ଼ନ୍ତୁ

Azadi ka Amrit Mahotsav: କର୍ତ୍ତବ୍ୟ ପାଇଁ ଓଡ଼ିଆ ଯବାନଙ୍କ ତତ୍ପରତା, କେଉଁଠି ଶହୀଦ ହୋଇଛନ୍ତି କେଉଁଠି ଉଦ୍ଧାର କରିଛନ୍ତି

author img

By

Published : Aug 9, 2022, 10:59 PM IST

ଭୁବନେଶ୍ବର: ଦେଶ ମାତୃକା ସେବା ପାଇଁ ସମର୍ପିତ ପୋଲିସ ଓ ସେନା । କେତେବେଳେ ସେ ସୀମାରେ ସୁରକ୍ଷା ଦେଇ ନିଜ ପ୍ରାଣବଳୀ ଦେଇଥାଏ ତ ପୁଣି କେତେବେଳେ ଦେଶ ଭିତରେ ମାଓବାଦୀଙ୍କ ସହ ସଂଘର୍ଷ କରି ଶହୀଦ ହୋଇଥାଏ । ପୁଣି କେତେବେଳେ ବନ୍ୟା ବାତ୍ୟାରୁ ବିପନ୍ନରୁ ଲୋକଙ୍କ ରକ୍ଷା କରିଥାଏ । ଆଜି ଆମେ ଏଭଳି କିଛି ୟୁନିଫର୍ମ ପିନ୍ଧା ବାହାଦୁର ସିପାହୀଙ୍କ କଥା କହିବୁ ।

ପ୍ରସନ୍ନ କୁମାର ସାହୁ

ଜଗତସିଂହପୁରର ବୀରପୁତ୍ର ଥିଲେ ପ୍ରସନ୍ନ କୁମାର ସାହୁ । ୨୦୧୯ରେ ପୁଲୱାମାରେ ଭାରତୀୟ ସେନା ଉପରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା । ଏଥିରେ ୪୨ ଜଣ ଯବାନ ଶହୀଦ ହୋଇଥିଲେ । ସେଥିମଧ୍ୟରେ ସାମିଲ ଥିଲେ ଓଡ଼ିଆ ପୁଅ ପ୍ରସନ୍ନ କୁମାର ସାହୁ । ଏହାପରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍‌ରେ ଥିବା ଶିଖରପୁର ସ୍କୁଲ୍‌କୁ ତାଙ୍କ ନାମରେ କରିବାକୁ କରିବାକୁ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ହୋଇଥିଲା । ସେ CRPF 61 ବାଟାଲିୟନରେ ତୈନାତ ଥିଲେ ।

ମନୋଜ କୁମାର ବେହେରା

କଟକ ଜିଲ୍ଲା ନିଆଳି ଅଞ୍ଚଳ ରତନପୁର ଗ୍ରାମବାସୀ ଥିଲେ ମନୋଜ କୁମାର ବେହାରା । ପୁଲୱାମା ବିସ୍ଫୋରଣରେ ଶହୀଦ ହେବାର କିଛି କ୍ଷଣ ପୂର୍ବରୁ ହିଁ ନିଜ ପରିବାର ସହ କଥା ହୋଇଥିଲେ । ହେଲେ ପରିବାର ବର୍ଗ ଜାଣିନଥିଲେ । ମନୋଜଙ୍କ ଏହି କଲ୍‌ ତାଙ୍କ ଜୀବନର ଶେଷ କଲ୍‌ ଥିଲା । ନିଜ ବୀରତାର ଗାଥା ଲେଖି ସେ ଦେଶ ମାତୃକା ପାଇଁ ଶହୀଦ ହୋଇଥିଲେ । ସେ ମଧ୍ୟ CRPF 61 ବାଟାଲିୟନରେ ତୈନାତ ଥିଲେ ।

ଦେବାଶିଷ ସେଠୀ

୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖରେ କଳାହାଣ୍ଡି ଜିଲ୍ଲା ମାଓବାଦୀଙ୍କ ସହ ସଂଘର୍ଷ ବେଳେ ଓଡ଼ିଶା ପୋଲିସ୍‌ର SOG ଯବାନ ଦେବାଶିଷ ସେଠୀ ଶହୀଦ ହୋଇଥିଲେ । ଏହି ଅପରେସନରେ ୫ ଜଣ ମାଓବାଦୀ ନିପାତ୍‌ ହୋଇଥିଲେ । ଏମ୍‌ ରାମପୁର ଥାନା ଅଞ୍ଚଳରେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏହାପରେ ତାଙ୍କୁ ରାଷ୍ଟ୍ରପତି ମରଣୋତ୍ତର ସୌର୍ଯ୍ୟ ଚକ୍ରରେ ସମ୍ମାନିତ କରିଛନ୍ତି । ଦେବାଶିଷଙ୍କ ବାପା ସନାତନ ସେଠୀ ଏହି ସମ୍ମାନ ଗ୍ରହଣ କରିଥିଲେ ।

ସୁଧୀର କୁମାର ଟୁଡୁ

କଳାହାଣ୍ଡି ଜିଲ୍ଲା ମାଓବାଦୀଙ୍କ ସହ ସଂଘର୍ଷ ବେଳେ ସୁଧୀର କୁମାର ଟୁଡୁ ମଧ୍ୟ ଶହୀଦ ହୋଇଥିଲେ । ୨୦୨୦ ମସିହା ସେପ୍ଟେମ୍ବର ୯ ତାରିଖର ଏହି ଘଟଣା । ୨୦୧୮ରେ ସୁଧୀର ଓଡ଼ିଶା ପୋଲିସ SOGରେ ସାମିଲ ହୋଇଥିଲେ । ମାଓବାଦୀଙ୍କୁ ଜବାବ ଦେବା ବେଳେ ଏକ ଗୁଳି ତାଙ୍କ ଶରୀର ଭେଦ କରି ଯାଇଥିଲା । ଏହାପରେ ସବୁବେଳ ପାଇଁ ଅମର ହୋଇଯାଇଥିଲେ । ତାଙ୍କ ମାଆ ଜ୍ବାଳା ଟୁଟୁ ତତ୍କାଳିନ ରାଷ୍ଟ୍ରପତି ରାମନାଥମ କୋବିନ୍ଦଙ୍କ ପୁଅ ପାଇଁ ମରଣତ୍ତୋର ସୌର୍ଯ୍ୟ ଚକ୍ର ସମ୍ମାନ ଗ୍ରହଣ କରିଥିଲେ । ପ୍ରଥମ ଥର ପାଇଁ ଦୁଇ ଓଡ଼ିଆ ସୌର୍ଯ୍ୟ ଚକ୍ର ପାଇଁ ରାଜ୍ୟ ପାଇଁ ମଧ୍ୟ ଗୌରବ ଆଣିଥିଲେ ।

କେନ୍ଦ୍ରାପଡ଼ାର ମହିଳା ପୋଲିସ

୨୦୧୯ରେ ସାମୁଦ୍ରିକ ବାତ୍ୟା ଫନି ଉପକୂଳ ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ପକାଇଥିଲା । ୧୮୦ରୁ ୨୦୦ କିମି ବେଗର ପବନ ଘର ଛାତ ଉଡ଼ାଇ ନେଇଯିବା ଭଳି ମନେ ହେଉଥିଲା । ଏହାରି ମଧ୍ୟରେ ଲୋକଙ୍କ ସୁରକ୍ଷା ଲାଗିଥିଲେ ଓଡ଼ିଶା ପୋଲିସର ଜଣେ ମହିଳା କର୍ମଚାରୀ । ଏହି ବର୍ଷା ପବନରେ ବି କେନ୍ଦ୍ରାପଡ଼ାର ଜଣେ ମହିଳା ପୋଲିସ କର୍ମୀ ଏକ ବାଇକ୍‌ରେ ଲୋକଙ୍କୁ ଉଦ୍ଧାର କରୁଥିବା ଦେଖା ଯାଇଥିଲା । ଏହାକୁ ନେଇ ତାଙ୍କୁ ଓଡ଼ିଶା ପୋଲିସ ସାବାସୀ ମଧ୍ୟ ଦେଇଥିଲା । ଭାଇରାଲ୍‌ ହେବା ପରେ ମଧ୍ୟ ସେ ନିଜ ପରିଚୟ କାହାକୁ କହିନଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.