ETV Bharat / bharat

ସଜେଇ ହେଲାଣି ଅଯୋଧ୍ୟା ତୀର୍ଥକ୍ଷେତ୍ର ପୁରମ, ୧୦ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ

author img

By ETV Bharat Odisha Team

Published : Jan 2, 2024, 7:29 AM IST

Ayodhya Pran Pratistha: ଆସନ୍ତା ଜାନୁଆରୀ ୨୨ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ଅତିଥିମାନଙ୍କର ରହିବା ଏବଂ ଭୋଜନର ବ୍ୟବସ୍ଥା ପାଇଁ ଟ୍ରଷ୍ଟ ତରଫରୁ ବ୍ୟାପକ ପ୍ରସ୍ତୁତି । ଅଧିକ ପଢନ୍ତୁ

ସଜେଇ ହେଲାଣି ଅଯୋଧ୍ୟା ତୀର୍ଥ କ୍ଷେତ୍ର ପୁରମ , ୧୦ ହଜାରରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ

ଅଯୋଧ୍ୟା: ଆସନ୍ତା ଜାନୁଆରୀ ୨୨ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କ ନଗରୀ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରସ୍ତୁତି ପର୍ବ ଜୋରସୋରରେ ଆଗେଇ ଚାଲିଛି । କେବଳ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଦ୍ବାରା ଆମନ୍ତ୍ରିତ ସଦସ୍ୟମାନଙ୍କୁ ପରିସର ମଧ୍ୟରେ ପ୍ରବେଶର ଅନୁମତି ରହିଛି । ନିମନ୍ତ୍ରିତ ଅତିଥିମାନଙ୍କ ସଂଖ୍ୟା ପ୍ରାୟ ୧୦,୦୦୦ରୁ ଅଧିକ ହେବ । ଏପରି ପରିସ୍ଥିତିରେ ଅଯୋଧ୍ୟାରେ ଅତିଥିମାନଙ୍କର ରହିବା ଏବଂ ଭୋଜନର ବ୍ୟବସ୍ଥା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏହାକୁ ଲକ୍ଷ୍ୟରେ ରଖି ଟ୍ରଷ୍ଟ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରାମନଗରୀରେ ତୀର୍ଥ କ୍ଷେତ୍ର ପୁରମ ଅର୍ଥାତ ପୁରୁଣା ବାଗ ବିଜେସିରେ ଟେଣ୍ଟ ସିଟି ନିର୍ମାଣ ହୋଇଛି । ଏହାକୁ ୬ଟି ନଗରରେ ବଣ୍ଟାଯାଇଛି । ଏହି ନଗରଗୁଡିକର ନାମକରଣ ରାମ ମନ୍ଦିର ଆନ୍ଦୋଳନରେ ସାମିଲ ହୋଇ ନିଜର ପ୍ରାଣବଳି ଦେଇଥିବା ମହାପୁରୁଷଙ୍କ ନାମରେ କରାଯାଇଛି ।

ବିଶ୍ବ ହିନ୍ଦୁ ପରିଷଦର କେନ୍ଦ୍ରୀୟ ପଦାଧିକାରୀ ତଥା ତୀର୍ଥ କ୍ଷେତ୍ର ପୁରମର ପ୍ରଭାରୀ କୋଟେଶ୍ବର ଶର୍ମା କହିଛନ୍ତି ଯେ, ପରମହଂସ ରାମଚନ୍ଦ୍ର ଦାସ, ଗୋରକ୍ଷ ପୀଠାଧିଶ୍ବର ମହନ୍ତ ଅବୈଧ ନାଥ, ବାବା ରାମ ଅଭିଳାଷ ଦାସ, ବାମଦେବ ମହାରାଜଙ୍କ ସମେତ ବରିଷ୍ଠ ପଦାଧିକାରୀ ଥିବା ମୋରୋପନ୍ତ ପିଙ୍ଗଲେ ଏବଂ ଓଁକାର ଭାବେଙ୍କ ନାମରେ ନଗରଗୁଡିକର ନାମକରଣ କରାଯାଇଛି । ପ୍ରଶାସନିକ ଭବନ କ୍ଷେତ୍ରକୁ ଅଶୋକ ସିଂଘଲ ପରିସର ନାମରେ ନାମିତ କରାଯାଇଛି । ପ୍ରତ୍ୟେକ ନଗରୀରେ ପାନୀୟ ଜଳର ଆବଶ୍ୟକତା ପାଇଁ ୨ଟି ନଳ କୂପ ରହିବା ସହିତ ଅତିରିକ୍ତ ୩ ହଜାର ଲିଟର ୱାଟର ଟ୍ୟାଙ୍କ ରହିବ ।

ଏହା ମଧ୍ୟ ପଢନ୍ତୁ ... ଅଯୋଧ୍ୟା ରାମ ମନ୍ଦିରରେ ଭଗବାନ ରାମଙ୍କ ବାଲ୍ୟ ଅବସ୍ଥାର ମୂର୍ତ୍ତିରେ ହେବ ପ୍ରାଣ ପ୍ରତିଷ୍ଠା, ପଦ୍ମ ଉପରେ ବିରାଜିବେ ପ୍ରଭୁ

ସମ୍ପୂର୍ଣ୍ଣ ପରିସରରେ ଧ୍ବନି ପହଞ୍ଚିବା ପାଇଁ ଧ୍ବନି ବିସ୍ତାରକର ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ପ୍ରସାରଣ ଛଡ଼ା ପ୍ରତି ନଗରର ନିଜସ୍ବ ସୂଚନା ପ୍ରସାରଣ କେନ୍ଦ୍ର ରହିବ ଯାହାଫଳରେ ଭୋଜନ ଓ ଜଳପାନ ପାଇଁ ଲୋକଙ୍କୁ ଡକାଯାଇପାରିବ । ପୁସ୍ତକ ଷ୍ଟଲ ରହିବା ସହ ପୁରମରେ ଏକ ସଂସ୍ଥା ଦ୍ବାରା ୫ଟି ଭୋଜନାଳୟ ମଧ୍ୟ ଚାଲିବ । ଆସୁଥିବା ସନ୍ଥମାନଙ୍କ ପାଇଁ ୧୪୦୦ଟି ରୁମ ପ୍ରସ୍ତୁତ କରାଯାଇଛି । 300 ଯାନବାହନ ରହିବା ପାଇଁ ପାର୍କିଂ ବନ୍ଦୋବସ୍ତ କରାଯାଇଛି । ପ୍ରତି ନଗରରେ ଓପିଡି ଖୋଲାଯାଇଛି । ଏହା ଛଡା ୧୦ ଶର୍ଯ୍ୟା ବିଶିଷ୍ଟ ହସ୍ପିଟାଲ ନିର୍ମାଣ ହୋଇଛି । ବିଭିନ୍ନ ମୋବାଇଲ କମ୍ପାନୀଙ୍କୁ ମୋବାଇଲ ଟାୱାର ପାଇଁ ସ୍ଥାନ ଆବଣ୍ଟନ କରାଯାଇଛି । ଅଞ୍ଚଳରେ ବିଜୁଳିର ଆବଶ୍ୟକତା ପୂରଣ ପାଇଁ ପୁରମରେ ତିନୋଟି ଟ୍ରାନ୍ସଫର୍ମର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.