ETV Bharat / bharat

ଗତ 3ବର୍ଷରେ 29 ହଜାର କୋଟିର କ୍ଷତି ସହିଛି ବେସାମରିକ ବିମାନ ଚଳାଚଳ ଶିଳ୍ପ

author img

By

Published : Feb 3, 2023, 3:39 AM IST

କୋଭିଡ ମହାମାରୀରେ ପ୍ରଭାବିତ ହୋଇଛି ଉଡାଣ କ୍ଷେତ୍ର । ଗତ 3ବର୍ଷରେ ବିମାନ ଚଳାଚଳ ଶିଳ୍ପ ପ୍ରାୟ 29 ହଜାର କୋଟିର କ୍ଷତି ସହିଥିବା ସଂସଦରେ ଉତ୍ତର ରଖିଲେ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ । ଅଧିକ ପଢନ୍ତୁ

ଗତ 3ବର୍ଷରେ 29 ହଜାର କୋଟିର କ୍ଷତି ସହିଛି ବିମାନ ଚଳାଚଳ ଶିଳ୍ପ

ହାଇଦ୍ରାବାଦ: ଗତ ତିନି ବର୍ଷରେ ବିଶେଷ ଭାବେ ପ୍ରଭାବିତ ହୋଇଛି ଭାରତୀୟ ବେସାମରିକ ବିମାନ ଚଳାଚଳ ଶିଳ୍ପ । କୋଭିଡ ମହାମାରୀ କାଳରେ ଗତ ତିନିବର୍ଷରେ 28 ହଜାର 907 କୋଟିର କ୍ଷତି ସହିଛି ଏହି କ୍ଷେତ୍ର । ଆଜି ସଂସଦରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଏହି ତଥ୍ୟ ଉଲ୍ଲେଖ କରାଯାଇଛି । ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଡ.ବିଜୟ କୁମାର ସିଂ ସୂଚନା ଦେଇ ଗତ ତିନି ବର୍ଷରେ ଶିଳ୍ପ ସାମ୍ନା କରିଥିବା ଆର୍ଥିକ କ୍ଷତିର ବର୍ଷଓ୍ବାରୀ ରିପୋର୍ଟ ପ୍ରଦାନ କରିଛନ୍ତି । କୋଭିଡ ଆରମ୍ଭ ବର୍ଷ 2019ରେ 4,770 କୋଟି, ପରବର୍ଷ ଅର୍ଥାତ 2020ରେ 12,479 କୋଟି ଓ 2021ରେ 11,658 କୋଟିର କ୍ଷତି ସହିଛି ଶିଳ୍ପ । କଂଗ୍ରେସ ସାଂସଦ ଅନମୁଲ୍ଲା ରେବନାଥଙ୍କ ଏହି ସମ୍ପର୍କିତ ପ୍ରଶ୍ନରେ ଉତ୍ତର ରଖି ଗୃହକୁ ଏହି ତଥ୍ୟ ସହ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଅବଗତ କରିଛନ୍ତି ।

ଏହି ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନରେ ମନ୍ତ୍ରୀ ସିଂ କହିଛନ୍ତି, ଟରବାଇନ ଇନ୍ଧନ ମୂଲ୍ୟରେ ଭ୍ୟାଲ୍ୟୁ ଆଡେଡ ଟାକ୍ସ(VAT)କୁ 17 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ହ୍ରାସ କରିଛନ୍ତି । ଏହି ତାଲିକାରେ ଜମ୍ମୁ କାଶ୍ମୀର, ଲଦାଖ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ, ହରିୟାଣା, ମଧ୍ୟ ପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟ ରହିଛନ୍ତି । ସେହିପରି ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (AAI) ଓ ଅନ୍ୟ ବିମାନ ସେବା ପ୍ରଦାନକାରୀ ସଂସ୍ଥା ପ୍ରାୟ 98,000 କୋଟିର ପୁଞ୍ଜି ବିନିଯୋଗ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଆଗାମୀ 5 ବର୍ଷରେ ବିମାନ ବନ୍ଦର କ୍ଷେତ୍ରରେ ଭିତ୍ତିଭୂମି ସୁଦୃଢୀକରଣ ପାଇଁ ଯୋଜନା ରହିଛି । ନୂତନ ଟର୍ମିନାଲ, ରନଓ୍ବେ ସୁଦୃଢୀକରଣଙ୍କ ସହ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମିର ବିକାଶ କରିବା ଏହି ଯୋଜନା ଅଧୀନରେ ରହିଥିବା ମନ୍ତ୍ରୀ କହିଛନ୍ତି । 2019ର ଶେଷ ଭାଗରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଦେଶ ସମେତ ସମଗ୍ର ବିଶ୍ବରେ ବିମାନ ଚଳାଚଳ ଉପରେ କଟକଣା ଜାରି କରାଯାଇଥିଲା । ସଂକ୍ରମଣ କାରଣକୁ ଅନ୍ତର୍ଜାତୀୟ ଉଡାଣକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିଲା । ପ୍ରାୟ ବର୍ଷେରୁ ଅଧିକ ସମୟ ବିମାନ ସେବା ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା । ପରେ ଏହାକୁ ଆଂଶିକ କୋହଳ କରାଯାଇ କ୍ରମଶଃ ଅନୁମତି ମିଳିଥିଲା । ହେଲେ ଗତ ତିନି ବର୍ଷରେ ଉଡାଣ କ୍ଷେତ୍ର ପ୍ରାୟ 29 ହଜାର କୋଟି ଟଙ୍କାର କ୍ଷତି ସହିଛି ।

ଏବେ କୋଭିଡ କଟକଣା ହଟାଯିବା ପରେ ଭାରତ ସମେତ ବିଶ୍ବରେ ବିମାନ ସେବା ସ୍ବାଭାବିକ ହେଉଛି । ହେଲେ ପୁଣି ଥରେ ଆର୍ଥିକ ଭାବେ ସ୍ବଚ୍ଛଳ ହେବା ପାଇଁ କିଛି ମାସ ବା ବର୍ଷ ସମୟ ଲାଗିବା ନେଇ ବିଶେଷଜ୍ଞ ମତ ଦେଉଛନ୍ତି । ଚଳିତ ବଜେଟରେ ଉଡାଣ କ୍ଷେତ୍ରକୁ ଗୁରୁତ୍ବ ମିଳିଛି । ସମଗ୍ର ଦେଶରେ ଆଞ୍ଚଳିକ ବିମାନ ସେବାକୁ ଆହୁରି ସୁଦୃଢ କରିବା ପାଇଁ ଉଡାଣ ଯୋଜନା ଅଧୀନରେ 50ଟି ନୂଆ ବିମାନ ବନ୍ଦର, ହେଲିପ୍ୟାଡ ଓ ଆଡଭାନ୍ସ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ପ୍ରତିଷ୍ଠା କରାଯିବା ନେଇ ବଜେଟରେ ବ୍ଯୟବରାଦ ମଧ୍ୟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.