ETV Bharat / bharat

ବିଦେଶ ମାଟିରେ ସୁଖୋଇ ଯୁଦ୍ଧବିମାନ ଉଡାଇ ଇତିହାସ ରଚିଲେ ମହିଳା ପାଇଲଟ ଅବନୀ

author img

By

Published : Feb 6, 2023, 8:51 AM IST

ବିଦେଶରେ ସୁଖୋଇ ଯୁଦ୍ଧବିମାନ ଉଡାଇଲେ ବାୟୁସେନା ମହିଳା ପାଇଲଟ ଅବନୀ ଚର୍ତୁବେଦୀ । ଜାପାନରେ ଅନୁଷ୍ଠିତ ହୋଇଥିବା ବାୟୁସେନା ସମରାଭ୍ୟାସରେ ଭାଗ ନେଇଥିଲେ ଅବନୀ । ଅଧିକ ପଢନ୍ତୁ

avani chaturvedi
ବିଦେଶରେ ସୁଖୋଇ ଯୁଦ୍ଧବିମାନ ଉଡାଇଲେ ମହିଳା ପାଇଲଟ

ନୂଆଦିଲ୍ଲୀ: ବିଦେଶ ମାଟିରେ ଯୁଦ୍ଧବିମାନ ଉଡାଇଲେ ଭାରତୀୟ ବାୟୁସେନା ମହିଳା ପାଇଲଟ । ପ୍ରଥମ କରି ବିଦେଶରେ ସୁଖୋଇ-30 ଏମକେଆଇ ଯୁଦ୍ଧବିମାନ ଉଡାଇ ରେକର୍ଡ କରିଛନ୍ତି ବାୟୁସେନା ମହିଳା ପାଇଲଟ ଅବନୀ ଚର୍ତୁବେଦୀ । ଗତ ଜାନୁଆରୀ 16ରୁ 26 ତାରିଖ ଯାଏ ଜାପାନରେ ହୋଇଥିବା ଦୁଇଦେଶର ବାୟୁସେନା ସମରାଭ୍ୟାସରେ ଭାଗ ନେଇଥିଲେ ଅବନୀ ।

ଜାପାନ ଏୟାର ସେଲ୍ଫ ଡିଫେନ୍ସ ଫୋର୍ସ ଓ ଭାରତ ବାୟୁସେନାକୁ ନେଇ ବୀର ଗାର୍ଡିଆନ 2023 ନାମକ ଏକ ସମରାଭ୍ୟାସରେ ଭାରତ ବାୟୁସେନା ଟିମରେ ଅବନୀ ସୁଖୋଇ-30 ଏମକେଆଇ ଯୁଦ୍ଧବିମାନ ଉଡାଇଥିଲେ । ଏହାକୁ ନେଇ ସେ ଖୁସି ବ୍ୟକ୍ତ କରିଛନ୍ତି । ଏହାସହିତ ବାୟୁସେନାରେ କ୍ୟାରିଅର କରିବାକୁ ଯୁବକ ଯୁବତୀଙ୍କୁ ପରାମର୍ଶ ଦେଇଛନ୍ତି ।

ଅବନୀ ଚର୍ତୁବେଦୀ ଯୁଦ୍ଧବିମାନ ଉଡାଇବା ପରେ କହିଛନ୍ତି, ''ଉଡାଣ ଅଭ୍ୟାସରେ ଭାଗ ନେଇ ବହରୁ ଖୁସି ଲାଗିଲା । ବିଶେଷ କରି ବିଦେଶୀ ବାୟୁସେନା ସହିତ ଏହି ଉଡାଣ ଭରିବା ମୋ ପାଇଁ ଗର୍ବର ବିଷୟ । ଏହା ଇତିହାସ କାରଣ ପ୍ରଥମ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଅଭ୍ୟାସରେ ସାମିଲ ହୋଇଥିଲି । ଏହା ମୋ ପାଇଁ ଏକ ବଡ ଅବସର ।''

ଭାରତୀୟ ବାୟୁସେନାର ଯୁଦ୍ଧବିମାନ ମହିଳା ପାଇଲଟ ହିସାବରେ ପ୍ରଥମ ଥର ବିଦେଶ ବାୟୁ ସେନା ଯୁଦ୍ଧାଭ୍ୟାସରେ ସାମିଲ ହୋଇ ସ୍କାର୍ଡନ ଲିଡର ଅବନୀ ଚର୍ତୁବେଦୀ ଇତିହାସ ରଚିଛନ୍ତି । ଏହା ସହ ଦେଶର ଯୁବକ ଓ ଯୁବତୀଙ୍କୁ ବାୟୁସେନାରେ କ୍ୟାରିୟର କରିବାକୁ ପ୍ରେରଣା ଦେଇଛନ୍ତି । ସେ କହିଛନ୍ତି ବାୟୁସେନାରେ ଯୁବକ ଓ ଯୁବତୀଙ୍କ ପାଇଁ ଅସୀମିତ ଅବସର ରହିଛି । ଜାପାନ ବାୟୁ ଅତ୍ମରକ୍ଷା ବଳ ସହିତ 16 ଦିନ ଧରି ଏ ସମରାଭ୍ୟାସ ବୀର ଗାର୍ଡିଆନ 2023ରେ ବାୟୁସେନା ଯୁଦ୍ଧବିମାନ ଉଡାଇବା ଏକ ଭଲ ଅନୁଭବ ଥିଲା ।

ଏହି ବି ପଢନ୍ତୁ....Adani Row: ଆଜି ରାଜରାସ୍ତାକୁ ଓହ୍ଲାଇ ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

କମ୍ପ୍ୟୁଟର ସାଇନ୍ସରେ ବିଟେକ କରିଥିବା ଅବନୀ 2016ରେ ବାୟୁସେନାରେ ମହିଳା ପାଇଲଟ ଭାବେ ଭର୍ତ୍ତି ହୋଇଥିଲେ । ତାଙ୍କ ସହିତ ଆଉ ଦୁଇ ଜଣ ମହିଳା ଭାବନା କାନ୍ଥା ଓ ମୋହନା ସିଂ ପାଇଲଟ ଭାବେ ଭର୍ତ୍ତି ହୋଇଥିଲେ । 2018ରେ ଅବନୀ ପ୍ରଥମ କରି ଯୁଦ୍ଧବିମାନ ଉଡାଇଥିଲେ । ଜାମନଗର ବିମାନଘାଟିରୁ ସେ ମିଗ୍- 21 ଯୁଦ୍ଧବିମାନକୁ ସଫଳତାର ସହ ଉଡାଣ କରିଥିଲେ । ଭାରତରେ ଅନୁଷ୍ଠିତ ବିଭିନ୍ନ ସମରାଭ୍ୟାସରେ ସାମିଲ ହେଉଥିବାବେଳେ ପ୍ରଥମଥର ପାଇଁ ବିଦେଶରେ ଆୟୋଜିତ ସମରାଭ୍ୟାସରେ ସାମିଲ ହୋଇଥିଲେ ଅବନୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.