ETV Bharat / bharat

Mount Everest: ମାଉଣ୍ଟ ଏଭେରେଷ୍ଟରେ ଆଖି ବୁଜିଲେ ଅଷ୍ଟ୍ରେଲୀୟ ପର୍ବତାରୋହୀ - ମାଉଣ୍ଟ ଏଭେରେଷ୍ଟରେ ଅଷ୍ଟ୍ରେଲୀୟ ପର୍ଯ୍ୟଟକ

ମାଉଣ୍ଟ ଏଭେରେଷ୍ଟରେ ଅଷ୍ଟ୍ରେଲୀୟ ପର୍ବତାରୋହୀ । ହଠାତ ବିଗିଡିଥିଲା ସ୍ବାସ୍ଥ୍ୟାବସ୍ଥା । ମୃତଦେହ ଅଣାଯିବାକୁ ଜାରି ରହିଛି ପ୍ରୟାସ । ଅଧିକ ପଢନ୍ତୁ

ମାଉଣ୍ଟ ଏଭେରେଷ୍ଟରେ ଆଖି ବୁଜିଲେ ଅଷ୍ଟ୍ରେଲୀୟ ପର୍ବତ୍ୟାରୋହୀ

author img

By

Published : May 22, 2023, 3:47 PM IST

ହାଇଦ୍ରାବାଦ: ବିଶ୍ବର ଉଚ୍ଚତମ ଗିରିଶୃଙ୍ଗ ‘ମାଉଣ୍ଟ ଏଭେରେଷ୍ଟ’ରେ ଜଣେ ଅଷ୍ଟ୍ରେଲୀୟ ପର୍ବତାରୋହୀଙ୍କ ମୃତ୍ୟ ହୋଇଛି । ଏହି ପର୍ବତାରୋହୀ 40 ବର୍ଷୀୟ ଜଶୋନ ବର୍ଣ୍ଣାଡ କେନିସନ ଓ ସେ ଅଷ୍ଟ୍ରେଲିଆର ପର୍ଥର ବାସିନ୍ଦା ବୋଲି ଜଣାପଡିଛି । ସେ ମାଉଣ୍ଟ ଏଭେରେଷ୍ଟରେ ପହଞ୍ଚି ସାରିଥିଲେ । ହେଲେ ସେଠାରେ ସେ ହଠାତ ସ୍ବାସ୍ଥ୍ୟଗତ ସମସ୍ୟା ଅନୁଭବ କରିଥିଲେ । ତାଙ୍କୁ ଉଦ୍ଧାର କରାଯାଇ ବେସ କ୍ୟାମ୍ପକୁ ଅଣାଯିବାକୁ ପ୍ରୟାସ କରାଯାଇଥିଲେ ସୁଦ୍ଧା ସେଥିରେ ସଫଳତା ମିଳିଲାନି । ତାଙ୍କର ମୃତ୍ୟୁ ହୋଇଛି ।

ଏବେ ମଧ୍ୟ ତାଙ୍କ ମୃତଦେହ ପ୍ରାୟ 8 ହଜାର ମିଟର ଉପରେ ରହିଛି । ରେସକ୍ୟୁ ଟିମ୍‌ ତାଙ୍କ ମୃତଦେହ ବେସ୍‌ କ୍ୟାମ୍ପକୁ ଆଣିବାକୁ ପ୍ରୟାସ କରୁଛନ୍ତି । ତାଙ୍କର ମୃତ୍ୟୁରେ ପରିବାର କହିଛି, ସେ ତାଙ୍କର ସ୍ବପ୍ନ ପୂରଣ କରିପାରିଛନ୍ତି । ବିଶ୍ବର ଉଚ୍ଚତମ ଗିରିଶୃଙ୍ଗରେ ସେ ପାଦ ରଖି ସାରିଥିଲେ । ହେଲେ ହଠାତ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବା ପରେ ମୃତ୍ୟୁ ହୋଇଥିଲା ।

ହିମାଳୟନ ଟାଇମ୍ସ ନାମକ ଏକ ସ୍ଥାନୀୟ ଖବର କାଗଜରେ ପ୍ରକାଶିତ ତଥ୍ୟ ଅନୁସାରେ, ଜଣେ ପ୍ରତ୍ୟେକ୍ଷଦର୍ଶୀ ପର୍ବତାରୋହୀଙ୍କ କହିବା ଅନୁସାରେ, ଏହି ଅଷ୍ଟ୍ରେଲୀୟଜଣଙ୍କ ହଠାତ ଅସୁସ୍ଥତା ଅନୁଭବ କରିବା କାରଣରୁ ତାଙ୍କ ଗିତିବିଧିରେ ଅସ୍ବଭାବିକତା ନଜର ଆସିଥିଲା । ପରେ ଅନ୍ୟ ଦୁଇଜଣ ଉଦ୍ଧାରକାରୀ ତାଙ୍କୁ ରେସକ୍ୟୁ କରି ବେସକ୍ୟାମ୍ପକୁ ଆଣିବାକୁ ପ୍ରୟାସ କରିଥିଲେ । ହେଲେ ଏହି ଦୁଇ ଉଦ୍ଧାରକାରୀଙ୍କ ନିକଟରେ ଥିବା ସିଲିଣ୍ଡରରେ ବି ପର୍ଯ୍ୟାପ୍ତ ପରିମାଣର ଅକ୍ସିଜେନ ନଥିଲା । ସେମାନେ କ୍ୟାମ୍ପକୁ ଫେରି ଅକ୍ସିଜେନ ଫିଲ୍‌ କରି ପୁଣି ଥରେ ଏହି ଅଷ୍ଟ୍ରେଲୀୟ ନାଗରିକଙ୍କ ନିକଟରେ ପହଞ୍ଚିବାର ନିଷ୍ପତ୍ତି ନେଇଥିଲେ । ହେଲେ ପାଗରେ ହଠାତ ପରିବର୍ତ୍ତନ ଓ ପବନର ବେଗ ବଢିବା କାରଣରୁ ସେଠାରେ ସେମାନଙ୍କର ପହଞ୍ଚିବାରେ ବିଳମ୍ବ ହୋଇଥିଲା । ଫଳରେ ଏହି ଅଷ୍ଟ୍ରେଲୀୟ ପର୍ବତାରୋହୀଙ୍କ ପ୍ରବଳ ଥଣ୍ଡାରେ ମୃତ୍ୟୁ ହୋଇଥିଲା ।

ମୃତ ପର୍ବତାରୋହୀଙ୍କ ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ସେ 17 ବର୍ଷ ପରେ ପର୍ବତାରୋହଣ କରିଥିଲେ । ସେ 2006ରେ ଏକ କାର ଦୁର୍ଘଟଣାର ଶିକାର ହୋଇଥିଲେ । ସେବେଠୁ ସେ କୌଣସି ପର୍ବତାରୋହଣ କରିନଥିଲା ବେଳେ ଚଳିତବର୍ଷ ସେ ବିଶ୍ବର ଉଚ୍ଚତମ ଗିରିଶୃଙ୍ଗ ‘ମାଉଣ୍ଟ ଏଭେରେଷ୍ଟ’ ଚଢିବା ପାଇଁ ନିଷ୍ପତ୍ତି ନେଇଥିଲେ । ନେପାଳ ପର୍ଯ୍ୟଟନ ବିଭାଗର ତଥ୍ଯ ଅନୁସାରେ, ଚଳିତବର୍ଷ ବିଭିନ୍ନ ଦେଶର ପ୍ରାୟ 450 ପର୍ବତାରୋହୀ ହିମାଳୟ ପାର୍ବତ୍ଯମାଳାର ଉଚ୍ଚତମ ତଥା ବିଶ୍ବର ଉଚ୍ଚତମ ଗିରିଶୃଙ୍ଗ ‘ମାଉଣ୍ଟ ଏଭେରେଷ୍ଟ’ ଚଢିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.