ETV Bharat / bharat

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 2 +2 ବୈଠକ, ଦିଲ୍ଲୀରେ ପହଞ୍ଚିଲେ ପେନି ଓ୍ବଙ୍ଗ

author img

By ETV Bharat Odisha Team

Published : Nov 20, 2023, 11:15 AM IST

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ 2 +2 ବୈଠକ । ଏହି ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗ ଦେବାକୁ ଦିଲ୍ଲୀରେ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ । ଅଧିକ ପଢନ୍ତୁ

ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ  2 +2 ବୈଠକ
ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ 2 +2 ବୈଠକ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଲେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ହେବ 2+2 ବୈଠକ । ତେବେ ଦ୍ବିତୀୟ ଥର ପାଇଁ 2 ଦେଶ ମଧ୍ୟରେ ଏଭଳି ଆଲୋଚନା ହେବାକୁ ଯାଉଛି । 2 ଦେଶର ବୈଦେଶିକ ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ହେବ ଆଲୋଚନା । ପୂର୍ବରୁ ଅଷ୍ଟ୍ରେଲିଆର ଉପପ୍ରଧାନମନ୍ତ୍ରୀ ଭାରତ ପହଞ୍ଚିଥିବା ବେଳେ ଆଜି ଆସିଛନ୍ତି ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ ।

  • A warm welcome to FM @SenatorWong of Australia as she arrives in New Delhi to co-chair the 2nd 🇮🇳-🇦🇺 2+2 Ministerial Dialogue and the 14th Foreign Ministers' Framework Dialogue.

    A rich agenda of discussion covering various facets of 🇮🇳-🇦🇺 partnership awaits. pic.twitter.com/J0a20c3VXI

    — Arindam Bagchi (@MEAIndia) November 20, 2023 " class="align-text-top noRightClick twitterSection" data=" ">

ଆଜି(ସୋମବାର) ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ 2 +2 ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବୈଠକରେ ସାମିଲ ହେବା ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓ୍ବଙ୍ଗ । ସେ ପାଲାମ ସ୍ଥିତ ଏୟାର ଫୋର୍ସ ଷ୍ଟେସନରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ତେବେ ଏନେଇ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିବା ନେଇ ପୋଷ୍ଟ କରିଛନ୍ତି ଅରିନ୍ଦମ ବାଗଚୀ ।

ତେବେ ଏହି 2+2 ଆଲୋଚନା ପାଇଁ ପୂର୍ବରୁ ଭାରତରେ ଅଷ୍ଚ୍ରେଲିଆର ଉପପ୍ରଧାନମନ୍ତ୍ରୀ ଓ ପ୍ରତିରକ୍ଷାମନ୍ତ୍ରୀ ରିଚାର୍ଡ ମାର୍ଲେସ ଉପସ୍ଥିତ ଥିବା ବେଳେ ବର୍ତ୍ତମାନ ବୈଦେଶିକ ମନ୍ତ୍ରୀ ମଧ୍ୟ ପହଞ୍ଚିଛନ୍ତି । ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ରିଚାର୍ଡ ମାର୍ଲେସ ଓ ପେନି ଓ୍ବଙ୍ଗ ମିଳିତ ଭାବେ ଏହି ବୈଠକରେ ସାମିଲ ହେବେ ।

ଏହା ମଧ୍ୟ ପଢନ୍ତୁ..ମାଳଦ୍ବୀପ ରାଷ୍ଟ୍ରପତି ଭାବେ ଶପଥ ନେଲେ ମହମ୍ମଦ ମୁଇଜୁ, ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତକୁ କଲେ ନିବେଦନ

ପୂର୍ବରୁ ମାର୍ଲେସ କହିଥିଲେ, "ଭାରତ ଅଷ୍ଟ୍ରେଲିଆର ଏକ ଶୀର୍ଷ ସ୍ତରୀୟ ନିରାପତ୍ତା ସହଭାଗୀ ଅଟେ । ଆମର ବିସ୍ତୃତ ରଣନୀତିକ ଭାଗିଦାରୀ ଇଣ୍ଡୋ-ପାସିଫିକ ଦେଶ ପାଇଁ ବେଶ ଲାଭ ଦାୟକ ଅଟେ ।" ସେ ଆଉ ମଧ୍ୟ କହିଥିଲେ,"ଚଳିତ ବର୍ଷ ଭାରତ-ଅଷ୍ଟ୍ରେଲିଆ ପ୍ରତିରକ୍ଷା ସଂପର୍କରେ ଅନେକଗୁଡ଼ିଏ ନୂତନ ପଦକ୍ଷେପ ନିଆଯାଇଛି ଓ ଭାରତର ପ୍ରତିରକ୍ଷାମନ୍ତ୍ରୀଙ୍କ ପର୍ଥ ଗସ୍ତ ବେଳେ ଅଷ୍ଟ୍ରେଲିଆର ଭବ୍ୟ ଆୟୋଜନ 2 ଦେଶର ପ୍ରତିରକ୍ଷା ଓ ନିରାପତ୍ତା ସମ୍ପର୍କକୁ ଆହୁରୀ ନିକଟତର କରିଛି ।"

ଅନ୍ୟପଟେ ବୈଦେଶିକ ବ୍ୟାପାର ମନ୍ତ୍ରୀ ୱଙ୍ଗ୍‌ କହିଛନ୍ତି ଯେ ଭାରତ-ଅଷ୍ଟ୍ରେଲିଆ ସହଭାଗିତାର ମୂଳ ଉଦ୍ଦେଶ୍ୟ ହେଉଛି 2 ଦେଶର ସ୍ଥିରତା ଏବଂ ସମୃଦ୍ଧତା ବଜାୟ ରଖିବା । ଆମର ଗଭୀର ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ସହିତ ଅଷ୍ଟ୍ରେଲିଆ, ଭାରତ ମହାସାଗରରେ, ଦକ୍ଷିଣ ପୂର୍ବ ଏସିଆରେ ଏବଂ ପ୍ରଶାନ୍ତ ମହାସାଗରରେ ଭାରତ ସହ ଅଧିକ ସହଭାଗିତା କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।

ପ୍ରକାଶଯୋଗ୍ୟ, 2+2 ମନ୍ତ୍ରୀସ୍ତରୀୟ ବୈଠକ ହେଉଛି ଭାରତ-ଅଷ୍ଟ୍ରେଲିଆ ସମ୍ପର୍କର ମୂଳଦୁଆ ଏବଂ ଦେଶର ଅଭିବୃଦ୍ଧି ନେଇ ମିଳିତ ଭାବରେ କାର୍ଯ୍ୟ କରିବାରେ କରିବାର ଏହା ଏକ ସୁଯୋଗ । ଏହି ଆଲୋଚନା 2 ଦେଶ ମଧ୍ୟରେ ସମ୍ପର୍କ ଆହୁରୀ ସୁଦୃଢ଼ କରିବ ବୋଲି ଆଶାବ୍ୟକ୍ତ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.