ETV Bharat / bharat

ଚୀନରେ ଗୃହବନ୍ଦି ଅଷ୍ଟ୍ରେଲିଆ ସାମ୍ବାଦିକ ଚେଙ୍ଗ ଲେଇ, ବର୍ଷରେ ପାଉଛନ୍ତି 10ଘଣ୍ଟାର ସୂର୍ଯ୍ୟାଲୋକ

ଚୀନ ଜେଲ୍‌ରେ ଅଷ୍ଟ୍ରେଲିଆ ସାମ୍ବାଦିକା ଚେଙ୍ଗ ଲେଇ । ବାହାର ଦୁନିଆଠାରୁ ରହୁଛନ୍ତି ଦୂରରେ । ଏକ ବର୍ଷରେ ପାଉଛନ୍ତି ମାତ୍ର 10 ଘଣ୍ଟା ସୂର୍ଯ୍ୟାଲୋକ । ଅଧିକ ପଢ଼ନ୍ତୁ

ସାମ୍ବାଦିକା ଚେଙ୍ଗ ଲେଇ
ସାମ୍ବାଦିକା ଚେଙ୍ଗ ଲେଇ
author img

By

Published : Aug 11, 2023, 9:23 PM IST

ବେଜିଂ: ଅଷ୍ଟ୍ରେଲିଆ ସାମ୍ବାଦିକା ଚେଙ୍ଗ ଲେଇଙ୍କ ଦୁଃଖଭରା କାହାଣୀ । ବାହାର ଦୁନିଆ ଦେଖିବାକୁ ମିଳୁନି ସୁଯୋଗ । ଏକ ବର୍ଷେ ଭିତରେ ମିଳୁଛି ମାତ୍ର 10 ଘଣ୍ଟାର ସୂର୍ଯ୍ୟ କିରଣ । ଚୀନର ଜାତୀୟ ସୁରକ୍ଷା ଭଙ୍ଗ ଏବଂ ଗୁପ୍ତଚରୀ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଚେଙ୍ଗ । ତେବେ ଦୋଷୀ ସାବ୍ୟସ୍ତ ହେବା ପରଠାରୁ ସେ ବାହାର ଦୁନିଆଠାରୁ ଦୂରରେ ରହିବା ସହ ଚାରିକାନ୍ଥ ଭିତରେ କଟୁଛି ଦିନ ଏବଂ ତାଙ୍କ ପୁଅ ଓ ଝିଅଙ୍କ କଥା ମନେ ପଡ଼ୁଥିବା ବିଷୟରେ ସ୍ଥାନୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ସାମ୍ବାଦିକା ଚେଙ୍ଗ ଲେଇ ଚୀନର ଷ୍ଟେଟ୍ ବ୍ରଡ଼କାଷ୍ଟ ପାଇଁ କାମ କରୁଥିଲେ । ତେବେ ଚୀନର ଜାତୀୟ ସୁରକ୍ଷା ଭଙ୍ଗ ଏବଂ ଦେଶର ଗୁପ୍ତ ତଥ୍ୟ ଲିକ୍‌ କରୁଥିବା ଅଭିଯୋଗରେ ତାଙ୍କୁ ତିନି ବର୍ଷ ପାଇଁ ଚୀନରେ ଦଣ୍ଡିତ କରାଯାଇଥିଲା । ଏହାପରଠାରୁ ଚେଙ୍ଗ ଚୀନର ଜେଲ୍‌ରେ ରହୁଛନ୍ତି । ଏହାସହ ତାଙ୍କୁ ବାହାର ଦୁନିଆ ଏବଂ ତାଙ୍କ ପରିବାରଠାରୁ ସମ୍ପୂର୍ଣ୍ଣ ଦୂରରେ ରଖାଯାଇଛି । ଏହାସହ ବର୍ଷରେ ତାଙ୍କୁ ମାତ୍ର 10 ଘଣ୍ଟା ବାହାରକୁ ଛଡା଼ ଯାଉଛି ।

ତେବେ ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନ୍ନି ୱଂଗ୍‌ କହିଛନ୍ତି ଯେ, ଚେଙ୍ଗ ଓ ତାଙ୍କ ପରିବାରକୁ ସବୁବେଳେ ଦେଶର ସମର୍ଥନ ରହିବ । ତାଙ୍କ ସ୍ବାର୍ଥ ଓ କଲ୍ୟାଣ ପାଇଁ ଲଢ଼ିବା ଜାରି ରହିବ । ଏହାସହ ଚୀରେ ବନ୍ଦି ଥିବା ଚେଙ୍ଗଙ୍କୁ ଶୀଘ୍ର ଅଷ୍ଟ୍ରେଲିଆକୁ ଫେରାଇ ଅଣାଯିବା ପାଇଁ ଚେଷ୍ଟା କରାଯାଉଛି । ଅଷ୍ଟ୍ରେଲିଆ ଚେଙ୍ଗ ଫେରିବା ବାଟ ଅପେକ୍ଷାରେ ଅଛି ।

ଏହା ମଧ୍ୟ ପଢ଼ନ୍ତୁ....China: ନିଖୋଜ ବିଦେଶ ମନ୍ତ୍ରୀ କିନ ଗ୍ୟାଙ୍ଗଙ୍କୁ ବରଖାସ୍ତ କଲା ଚୀନ

ପେନ୍ନି ୱଙ୍ଗ୍‌ ଏହା ମଧ୍ୟ କହିଛନ୍ତି ଯେ, ଅଷ୍ଟ୍ରେଲିଆ କ୍ରମାଗତ ଭାବରେ ଚେଙ୍ଗ ପାଇଁ ଲଢ଼ୁଛି । ଏହାସହ ଅନ୍ତର୍ଜାତୀୟ ନ୍ୟାୟିକ ମାନଦଣ୍ଡ ଅନୁଯାୟୀ ଚେଙ୍ଗ୍‌ଙ୍କ ପାଇଁ ଯାହା ନ୍ୟାୟ ବ୍ୟବସ୍ଥା ରହିଛି ତାହାକୁ ଅନୁଧ୍ୟାନ କରାଯାଉଛି । ତଦନୁଯାୟୀ ଚେଙ୍ଗଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ପ୍ରୟାସ ଜାରି ରହିଛି ।

48 ବର୍ଷୀୟା ଚେଙ୍ଗ୍‌ ଚୀନର ମୂଳ ବାସିନ୍ଦା ହୋଇଥିଲେ ସୁଦ୍ଧା 10 ବର୍ଷରେ ବୟସରେ ନିଜ ପରିବାର ସହ ଅଷ୍ଟ୍ରେଲିଆକୁ ଚାଲି ଯାଇଥିଲେ । ଏହାପରେ ଚୀନ ଷ୍ଟେଟ୍‌ ବ୍ରଡକାଷ୍ଟ ସିସିଟିଭିର ଆନ୍ତର୍ଜାତୀୟ ବିଭାଗରେ କାମ କରିବା ପାଇଁ ଚୀନକୁ ଫେରି ଆସିଥିଲେ । କିନ୍ତୁ ସେଠାରେ ବିନା କୌଣସି ପ୍ରମାଣ ଆଧାରରେ ଦେଶର ତଥ୍ୟ ଲିକ୍ କରୁଥିବା ଅଭିଯୋଗରେ ତାଙ୍କୁ ଚୀନ ଦଣ୍ଡତ କରିଥିଲା । ଏହା ପରଠାରୁ ସେ ବର୍ଷ ବର୍ଷ ଧରି ଜେଲ ଦଣ୍ଡ ଭୋଗିବାକୁ ବାଧ୍ୟ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.