ETV Bharat / bharat

ବିବାହ ଉତ୍ସବରେ ସାମିଲ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ମାଗିଲେ ବରକନ୍ୟା - ନେଗେଟିଭ ରିପୋର୍ଟ ମାଗିଲେ ବରକନ୍ୟା

ବିବାହ ଉତ୍ସବରେ ସାମିଲ ହେବାକୁ ଚାହୁଁଥିଲେ ସାଙ୍ଗରେ ଆଣିବ କୋଭିଡ ନେଗେଟିଭ ରିପୋର୍ଟ । ତେବେ ଉତ୍ତରାଖଣ୍ଡ ହରିଦ୍ବାର ଅଞ୍ଚଳର ବରକନ୍ୟା ନିଜ ବିବାହ ଉତ୍ସବ ପାଇଁ ରଖିଲେ ଏଭଳି ସର୍ତ୍ତ । ଅଧିକ ପଢନ୍ତୁ...

ବିବାହ ଉତ୍ସବରେ ସାମିଲ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ମାଗିଲେ ବରକନ୍ୟା

author img

By

Published : Apr 16, 2021, 1:07 PM IST

ଡେରାଡୁନ: ଦେଶରେ କୋରୋନାର ଗମ୍ଭୀର ସ୍ଥିତିକୁ ଲକ୍ଷ୍ୟ ରଖି ଏଭଳି ସର୍ତ୍ତ ରଖିଛନ୍ତି ଉତ୍ତରାଖଣ୍ଡ ହରିଦ୍ବାର ଅଞ୍ଚଳର ବରକନ୍ୟା । ତେବେ ତାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଥିବା ଅତିଥିଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଆଣି ଉତ୍ସବରେ ସାମିଲ ହେବା ପାଇଁ ସେମାନେ କହିଥିବା ଜଣାପଡିଛି ।

ବିବାହ ଉତ୍ସବରେ ସାମିଲ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ମାଗିଲେ ବରକନ୍ୟା
ବିବାହ ଉତ୍ସବରେ ସାମିଲ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ମାଗିଲେ ବରକନ୍ୟା

ଦେଶରେ ବର୍ତ୍ତମାନ ଦୈନିକ ସଂକ୍ରମଣ 2 ଲକ୍ଷ ଉପରେ ରହିଥିବା ବେଳେ ପ୍ରତିଦିନ 1 ହଜାରରୁ ଅଧିକ ଲୋକଙ୍କର କୋରୋନା ଜନିତ ମୃତ୍ୟୁ ହେଉଛି । ତେବେ ଏଭଳି ସମୟରେ ସଂକ୍ରମଣଠୁ ନିଜକୁ ରକ୍ଷା କରିବା ପାଇଁ କୋଭିଡ ନିୟମ ମାନିବା ନିହାତି ଆବଶ୍ୟକ ହୋଇପଡିଛି । ନିୟମକୁ ସଠିକ ଭାବେ ପାଳନ କରିବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଉଚିତ । ବିବାହ ଉତ୍ସବରରେ ଅଧିକ ସଂଖ୍ୟକ ଲୋକଙ୍କ ସମାଗମ ହେଉଥିବାରୁ ସଂକ୍ରମଣ ଭଳି ପରିସ୍ଥିତିକୁ ଏଡାଇବା ପାଇଁ କିଛି ଦିନ ମଧ୍ୟରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଥିବା ଉତ୍ତରାଖଣ୍ଡର ବରକନ୍ୟା ବିଜୟ ଓ ବୈଶାଳୀ ନିଜ ଅତିଥିଙ୍କ ସମ୍ମୁଖରେ RT-PCR ନେଗେଟିଭ ରିପୋର୍ଟର ସର୍ତ୍ତ ରଖିଛନ୍ତି । ଉତ୍ସବରେ ଯୋଗ ଦେବାକୁ ହେଲେ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ନିହାତି ଆବଶ୍ୟକ ବୋଲି ସେମାନେ କହିଛନ୍ତି ।

ସେମାନେ ନିଜ ବିବାହ ନିମନ୍ତ୍ରଣ ପତ୍ରରେ ଏହି ସର୍ତ୍ତକୁ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି । କୋରୋନା ନିୟମ ସହିତ ବିବାହ ଉତ୍ସବ ଶେଷ କରିବା ପାଇଁ ଉଭୟ ବରକନ୍ୟା ଲକ୍ଷ୍ୟ ରଖିଛନ୍ତି । ତେବେ ଦେଶର କୋରୋନା ସ୍ଥିତିକୁ ଲକ୍ଷ୍ୟ ରଖି ନିଜ ବିବାହ ଉତ୍ସବ ପାଇଁ ସେମାନେ ଏହି ସର୍ତ୍ତ ରଖିଥିବା ବିଜୟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.