କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷଙ୍କ କନଭୟ ଉପରେ ଆକ୍ରମଣ । ଆଜି ଆଲିପୁରଦାର କାଲଚିନିରେ ତାଙ୍କ କନଭୟ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିରେ କେହି ଆହତ ହୋଇନଥିବା ବେଳେ କାଲଚିନି ବିଧାୟକ ୱିଲସନ ଚମ୍ପାମାରିଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି। ଏହି ଆକ୍ରମଣ ଗୋରଖା ଜନମୁକ୍ତି ମୋର୍ଚ୍ଚା ଏବଂ ଏଆଇଟିସି ସମର୍ଥକଙ୍କ ମାନଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ।
ପଶ୍ଚିମବଙ୍ଗ ବିଜେପି ସଭାପତି ଦିଲ୍ଲୀପ ଘୋଷ ଏକ କାର୍ଯ୍ୟକ୍ରମ ଯୋଗ ଦେବା ପାଇଁ ଯାଉଥିବା ବେଳେ ତାଙ୍କ କନଭୟ ଉପରେ ଏହି ଆକ୍ରମଣ ହୋଇଛି । ଆକ୍ରମଣ ସହ ଏସଆଟିସି ଓ ଜନମୋର୍ଚ୍ଚାର ସମର୍ଥକ ମାନେ ତାଙ୍କୁ କଳା ପତାକା ଦେଖାଇବା ସହ ‘ଗୋ ବ୍ୟାକ୍ ଗୋ ବ୍ୟାକ’ ନାରା ମଧ୍ୟ ଲଗାଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାରବା ପରେ ପୋଲିସ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ