ETV Bharat / bharat

କଂଗ୍ରେସ ନେତା ଶିବ କୁମାରଙ୍କ ଏସକର୍ଟ ଉପରେ ଆକ୍ରମଣ

author img

By

Published : Mar 28, 2021, 6:21 PM IST

କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ ଏସକର୍ଟ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କଂଗ୍ରେସ ନେତା ଶିବ କୁମାରଙ୍କ ଏସକର୍ଟ ଉପରେ ଆକ୍ରମଣ
କଂଗ୍ରେସ ନେତା ଶିବ କୁମାରଙ୍କ ଏସକର୍ଟ ଉପରେ ଆକ୍ରମଣ

ବେଙ୍ଗାଲୁରୁ: କର୍ଣ୍ଣାଟକ କଂଗ୍ରେସର ବରିଷ୍ଠ ନେତା ତଥା ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ଡିକେ ଶିବ କୁମାରଙ୍କ ଏସକର୍ଟ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ରମେଶ ଜାରକିହୋଲିଙ୍କ ସମର୍ଥକମାନେ ଏହି ଆକ୍ରମଣ ଘଟାଇଥିବା ଅଭିଯୋଗ ହୋଇଛି । ଶିବ କୁମାର ଏକ ନିର୍ବାଚନ କାର୍ଯ୍ୟକ୍ରମରେ ଯିବା ସମୟରେ ତାଙ୍କ ଗାଡିକୁ ଆକ୍ରମଣ ହେବା ସହ ତାଙ୍କୁ ବିରୋଧ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ କାବୁ କରିଥିଲା ।

ଶିବ କୁମାରଙ୍କ ଗାଡି ଉପରକୁ ଚପଲ ଫିଙ୍ଗିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିବା ଦେଖିବାକୁ ମିଳିଥିଲା । ଏହି ଆକ୍ରମଣରେ ଶିବକୁମାରଙ୍କ ଗାଡି କ୍ଷତିଗ୍ରସ୍ତ ହୋଇଛି । ଏହି ଘଟଣା ବେଲାଗାଭି- ବାଗଲାକୋଟ ରାସ୍ତାରେ ଘଟିଛି । ଡିକେ ଶିବକୁମାର ବେଲାଗାଭି ସଂସଦୀୟ କ୍ଷେତ୍ରର ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଶତିଶ ଜାରାକିହୋଲିଙ୍କ ନାମାଙ୍କନ ଦାଖଲରେ ଯୋଗ ଦେବା ପାଇଁ ବେଲଗାଭି ଯାଇଥିବାବେଳେ ରାସ୍ତାରେ ତାଙ୍କୁ ଏପରି ଘଟଣାର ସାମ୍ନା କରିବାକୁ ପଡିଛି । ଏନେଇ ଥାନାରେ ମାମଲା ହୋଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.